ଦେଶ- ବିଦେଶ

କ’ଣ ଏହି କ୍ୟାନ୍ସର ? କେମିତି ଏବଂ କିପରି ହୋଇଥାଏ, ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ରହିଛି ଏଇଠି

ବିଭିନ୍ନ ପ୍ରକାର କୋଷିକାରେ ଆମ ଶରୀର ତିଆରି । ଏହି କୋଷିକା ଗୁଡିକ ଯେତେବେଳେ ଶରୀରରେ ଅନିୟନ୍ତ୍ରିତ ଭାବେ ବଢିଥାନ୍ତି ସେତେବେଳେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବାଧା ଉପୁଜିଥାଏ । ଯାହା ଫଳରେ ଉକ୍ତ ସ୍ଥାନରେ ଏହି କୋଷିକାର ଏକ ଗୁଚ୍ଛ ଗଣ୍ଠି ବାନ୍ଧିଲା ପରି ଜମାଟ ବାନ୍ଧିଯାଏ ଏବଂ ଏହା ପରେ ଟ୍ୟୁମରର ରୁପ ନେଇଥାଏ । ଏହି ଅବସ୍ଥାକୁ ହିଁ କ୍ୟାନସର କୁହାଯାଏ । ଏହି ଟ୍ୟୁମର ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

ଶରୀରକୁ କିଭଳି ଗ୍ରାସ କରେ କ୍ୟାନ୍ସର ?

ରକ୍ତ ଜରିଆରେ ଏହି ଟ୍ୟୁମର ଶରୀରର ଅନ୍ୟ ସବୁ ସ୍ଥାନକୁ ପ୍ରବାହିତ ହୋଇଥାଏ । ଏହି ପ୍ରକ୍ରିୟାକୁ ମେଟାଷ୍ଟେସିସ୍ କହିଥାନ୍ତି । ଏଥବରେ କ୍ୟାନ୍ସର ସେଲ୍ସ ବଢି ନୂଆ ଟ୍ୟୁମରର ରୂପ ନେଇଥାଏ । ସର୍ବପ୍ରଥମେ ଏହି ସେଲ୍ସ ଶରୀରରୁ ସଂକ୍ରମଣ ହେଉଥିବା ପ୍ରକ୍ରିୟାକୁ ବଞ୍ଚାଉଥିବା ଅଙ୍ଗ ଲିମ୍ଫ ନୋଡ୍ ଅର୍ଥାତ୍ ଲସିକାପର୍ବରେ ପ୍ରବାହିତ ହୋଇଥାଏ । ତେବେ ଏହି ଲିମ୍ଫ ନୋଡ୍ ବେକ,ଗୁପ୍ତାଙ୍ଗ ଏବଂ କାଖରେ ଥାଏ । ଏହାଛଡା କ୍ୟାନ୍ସର ରକ୍ତ ତଥା ବ୍ଲଡ୍ ଷ୍ଟ୍ରୀମ ଜରିଆରେ ହାଡ,ଯକୃତ,ଫୁସଫୁସ୍ ଏବଂ ମସ୍ତିଷ୍କ ଚାରିଆଡେ ଖେଳେଇ ହୋଇଯାଇଥାଏ । ତେବେ ଯେଉଁ ସ୍ଥାନରୁ ପ୍ରଥମେ କ୍ୟାନ୍ସର ଆରମ୍ଭ ହୋଇଥାଏ ତାହାକୁ ସେହିଭଳି ନାମ ଦିଆଯାଇଥାଏ । ଯେଉଁଭଳି ସ୍ତନ କର୍କଟ ଫୁସଫୁସ୍ ଆଡକୁ ବ୍ୟାପିଲେ ତାହାକୁ ମେଟାଷ୍ଟେସିସ୍ ବ୍ରେଷ୍ଟ୍ କ୍ୟାନ୍ସର କୁହାଯାଏ ।

କ୍ୟାନ୍ସରର କାରଣ ?

Cancer-symptoms-Six-signs-you-need-to-know-to-catch-the-deadly-disease-early-1060319କ୍ୟାନ୍ସରର ସାଧାରଣ ଲକ୍ଷଣରେ ଧୂମ୍ରପାନ,ତମାଖୁ ସେବନ,ବ୍ୟାୟାମ ନ କରିବା,ଖାଇବାରେ ଅନିୟମିତତା,ଏକ୍ସରେରୁ ବାହାରୁଥିବା ରଶ୍ମି,ରାଡୋନ ରେଞ୍ଜ,ସୂର‌୍ୟ୍ୟରୁ ବାହାରୁଥିବା ବାଇଗଣୀ ରଶ୍ମି,ଇନଫେକ୍ସନ୍ , ପରିବାରର ଜିନ୍ ଇତ୍ୟାଦି ଏହାର କାରଣ ହୋଇଥାଏ ।

କ୍ୟାନ୍ସରର ଷ୍ଟେଜ୍

ଆପଣ ଅସଲୀ ଜୀବନରେ ନହେଲେ ମଧ୍ୟ ଫିଲ୍ମରେ ଦେଖିଥିବେ ଯେ ଡାକ୍ତର କ୍ୟାନ୍ସର ପୀଡିତଙ୍କୁ ଷ୍ଟେଜ୍ ହିସାବରେ ଚୟନ କରି କହିଥାନ୍ତି ଏବଂ ଏହି ଷ୍ଟେଜ୍ ହିସାବରେ ହିଁ ସେମାନଙ୍କ ଉପଚାର ମଧ୍ୟ କରାଯାଏ ।

– ଷ୍ଟେଜ୍ ୦ ର ଅର୍ଥ ଶରୀରରେ କ୍ୟାନସର ହେଲା ଭଳି କୌଣସି ଅସୁବିଧା ନାହିଁ । ଯଦି କିଛି ସେଲ୍ ନିଷ୍କ୍ରିୟ ହୋଇପଡିଛି ତେବେ ଏହା କ୍ୟାନସରରେ ଆକ୍ରାନ୍ତ ହେବାର ସାମର୍ଥ୍ୟ ରଖୁଛି ।

– ଷ୍ଟେଜ୍ ୧ ର ଅର୍ଥ ଶରୀରରେ କ୍ୟାନସରର ପ୍ରଭାବ ଖୁବ୍ କମ୍ ରହିଛି ଏବଂ କେବଳ ଗୋଟିଏ ସଂକିର୍ଣ୍ଣ ଏରିଆରେ ଏହା ବ୍ୟାପେ ।

– ଷ୍ଟେଜ୍ ୨ ଏବଂ ୩ ର ଅର୍ଥ ଶରୀରରେ କ୍ୟାନସରର ମାତ୍ରା ଖୁବ୍ ଜଟିଳ ଅବସ୍ଥାରେ ଅଛି ଏବଂ ଏହା କିଡନୀ ଏବଂ ଅନ୍ୟ ଟିସ୍ୟୁକୁ ମଧ୍ୟ ନିଜ କବଳରେ ଅକ୍ତିଆର କରିସାରିଛି କ୍ଷ

– ଷ୍ଟେଜ୍ ୪ ର ଅର୍ଥ କ୍ୟାନସର ଶରୀରର ପ୍ରମୁଖ ଅଙ୍ଗକୁ ନିଜ ଅକ୍ତିଆରରେ କରିସାରିଛି ଏବଂ ଏହି ଷ୍ଟେଜରୁ ବଞ୍ଚି ନୂତନ ଜୀବନ ପାଇବାର ଅର୍ଥ କୌଣସି ଚମତ୍କାରଠାରୁ କମ୍ ନୁହଁ । ଏହାକୁ ଆଡଭାନ୍ସଡ୍ ଏବଂ ମେଟାଷ୍ଟାଟିକ୍ କ୍ୟାନସର୍ ମଧ୍ୟ କୁହାଯାଏ ।

କ୍ୟାନ୍ସରର ଲକ୍ଷଣ 

କ୍ୟାନ୍ସରର ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ଦେଖାଦେଇଥାଏ । ଯେଭଳି ବ୍ରେଷ୍ଟ କ୍ୟାନ୍ସରରରେ ନିପଲ୍ ପାଖରେ ଟାଣପଣ ପଡିବା,ମେଟାଷ୍ଟେସିସ୍ ବ୍ରେଷ୍ଟ କ୍ୟାନ୍ସରରରେ ଥକ୍କା ଲାଗିବା,ଫୁସଫୁସ୍ ଏବଂ ମସ୍ତିଷ୍କରେ ଯନ୍ତ୍ରଣା ଅନୁଭବ କରିବା,ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଶରୀରରୁ ମୁତ୍ରର ହାର କମ୍ ହେବା,ଖାଦ୍ୟ ଗିଳିବାରେ ଅସୁବିଧା ଉପୁଜିବା,ଶରୀରରେ ଥିବା ବିଭିନ୍ନ କଳାଜାଇ ତଥା ଭାତୁଡିର ରଙ୍ଗ ଏବଂ ଆକାର ବଦଳିବା,ଅଚାନକ ଓଜନ ବଢିବା ଓ କମିବା,ବାନ୍ତି ଏବଂ ବାରମ୍ବାର ଜ୍ୱର ଲାଗିରହିବା ।
କେତେ ପ୍ରକାରର କ୍ୟାନ୍ସର ଦେଖାଯାଏ ?

ଶରୀରରେ ପ୍ରାୟ ୧୦୦ ପ୍ରକାର କ୍ୟାନ୍ସର ଦେଖାଯାଏ । କିନ୍ତୁ ଏଥିମଧ୍ୟରୁ ସ୍କିନ୍ କ୍ୟାନ୍ସର,ଲଙ୍ଗ୍ କ୍ୟାନ୍ସର,ବ୍ଲଡ୍ କ୍ୟାନ୍ସର,ବ୍ରେଷ୍ଟ୍ କ୍ୟାନ୍ସର,ପ୍ରୋଷ୍ଟେଟ୍ କ୍ୟାନ୍ସର,କୋଲେରେକ୍ଟଲ କ୍ୟାନ୍ସର,ବ୍ଲେଡର କ୍ୟାନ୍ସର,ମେଲାନୋମା କ୍ୟାନ୍ସର,କିଡନୀ ଏବଂ ଲ୍ୟୁକେମିଆ କ୍ୟାନ୍ସର ସାଧାରଣ ଭାବରେ ପ୍ରାୟତଃ ଅର୍ଦ୍ଧେକ ଲୋକଙ୍କ ମଧ୍ୟରେ ଦେଖାଦେଇଥାଏ

କ୍ୟାନ୍ସରର ଚିକିତ୍ସା :

ଡାକ୍ତର ରୋଗୀର ଲକ୍ଷଣକୁ ଦେଖି ଚିକିତ୍ସା ଆରମ୍ଭ କରିଥାନ୍ତି । ଏହାର ଚିକିତ୍ସା ପ୍ରଥମେ ସର୍ଜରୀ,କେମୋଥେରାପୀ ଏବଂ ରେଡିଏସନରୁ ଆରମ୍ଭ ହୋଇଥାଏ ।

ସର୍ଜରୀ 

cancer deasesସର୍ଜରୀରେ ଡାକ୍ତର କ୍ୟାନ୍ସର ଆକ୍ରାନ୍ତ ହୋଇଥିବା ସ୍ଥାନକୁ ଶରୀରରୁ ଅଲଗା କରନ୍ତି । ଯେଭଳି ବ୍ରେଷ୍ଟ୍ କ୍ୟାନ୍ସର ହେଲେ ବ୍ରେଷ୍ଟକୁ ଶରୀରରୁ ହଟାଇ ଦିଆଯାଏ । ପ୍ରୋଷ୍ଟେଟ୍ କ୍ୟାନ୍ସର ହେଲେ ପ୍ରୋଷ୍ଟେଟ୍ ଗ୍ଲେଣ୍ଡକୁ ବାହାର କରିଦିଆଯାଏ । ସବୁ କ୍ୟାନ୍ସରରେ ସର୍ଜରୀ ଦରକାର ପଡିନଥାଏ । ଯେଭଳି ବ୍ଲଡ୍ କ୍ୟାନ୍ସରକୁ କେବଳ ମେଡିସିନ୍ ସାହାଯ୍ୟରେ ଠିକ୍ କରାଯାଇପାରେ ।

 

କେମୋଥେରାପୀ

ଏହି ପ୍ରକ୍ରିୟାରେ ମେଡିସିନ୍ କିମ୍ବା ଡ୍ରଗ୍ସ ଜରିଆରେ କ୍ୟାନ୍ସର ସେଲକୁ କମାଇବାକୁ ଚେଷ୍ଟା କରାଯାଏ ।

ରେଡିଏସନ୍ 

ଏଥିରେ କ୍ୟାନ୍ସରର ବଢୁଥିବା ସେଲ୍ସକୁ ରୋକାଯାଏ ଏବଂ ମରାଯାଏ । ବେଳେବେଳେ ରେଡିଏସନ୍ କିମ୍ବା ସର୍ଜରୀ ବା କେମୋ ଜରିଆରେ ଚିକିତ୍ସା କରାଯାଏ । ଏଥିରେ ସମ୍ପୁର୍ଣ୍ଣ ଶରୀରକୁ ଏକ୍ସ-ରେ ମେସିନରେ ଭର୍ତ୍ତି କରାଯାଏ ଏବଂ କ୍ୟାନ୍ସର ସେଲକୁ ନାଶ କରାଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button