ସ୍ୱାସ୍ଥ୍ୟ

ବିଭିନ୍ନ ରୋଗର ଗୋଟିଏ ସମାଧାନ ଜୁଆଣି ପତ୍ର

ଯଦି ଆପଣ ଶୀତଦିନେ ଜୁଆଣି ପତ୍ର ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଭିତରୁ ସଫା ରଖିବାରେ ସାହାଯ୍ୟ କରିଥାଏ।

ଏହାକୁ ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।

ଯଦି ଆପଣଙ୍କର କିଡ୍ନୀ ଷ୍ଟୋନ୍ ସମସ୍ୟା ଓ ୟୁରିନାରୀ ଇନ୍ଫେକ୍ସନ୍ ସମସ୍ୟା ରହିଛି, ତେବେ ଜୁଆଣି ପତ୍ର ଖାଇଲେ ଆପଣଙ୍କର ୟୁରିନାରୀ ସିଷ୍ଟମ୍ ଭଲ ରହିଥାଏ।

ଏହାକୁ ଆପଣ ପୁଦିନା ରସରେ କିମ୍ୱା କୌଣସି ପ୍ରକାର ସବୁଜ ପରିବାରେ ମିଶାଇ ଖାଇଲେ, ଏହା ଅନ୍ୟ ସମସ୍ତ ରୋଗ ପାଇଁ ଲାଭପ୍ରଦ ହୋଇଥାଏ।

carom leafଜୁଆଣି ପତ୍ରର ଜୁସ୍ ପିଇବା ଦ୍ୱାରା ମସ୍ତିଷ୍କର ଥକାପଣ ଦୂର ହୋଇଥାଏ ଓ ଶରୀରର ଦୁର୍ବଳତା ଦୂର ହୋଇଥାଏ।
ଯେଉଁ ବ୍ୟକ୍ତିଙ୍କର ଆଣ୍ଠୁଗଣ୍ଠି ରୋଗ ରହିଛି, ଏହି ରୋଗୀ ପ୍ରତିଦିନ ସକାଳେ ଜୁଆଣି ପତ୍ରର ଜୁସ୍ ପିଅନ୍ତୁ।

ଏଥିରେ ଆଣ୍ଟି-ଇନ୍ଫ୍ଲାମେଣ୍ଟାରୀ ପ୍ରପର୍ଟି ରହିଛି। ଯାହା ଆଣ୍ଠୁରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ।

ଜୁଆଣି ପତ୍ରର ଜୁସ୍ ଶରୀରରୁ ଟକ୍ସିକ୍କୁ ବାହାର କରି ଆପଣଙ୍କ ପାଚନ କ୍ରିୟାକୁ ଠିକ୍ କରିଥାଏ।

କେବଳ ଜୁଆଣି ପତ୍ର ନୁହେଁ, ଏହାର ମଞ୍ଜିକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ।

ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ହେଉଛି, ତେବେ ଜୁଆଣି ପତ୍ର, ଗୋଲମରିଚ, ତୁଳସୀ ପତ୍ରକୁ ବାଟି ଏହାକୁ ଜୁସ୍ କରି ପିଅନ୍ତୁ। ଆପଣ ଚାହିଁଲେ ଏହାକୁ ବାହାର କରି ମଧ୍ୟ ପିଇପାରିବେ।

Ajwain-Tree-Imageଯଦି ଆପଣଙ୍କ ଗ୍ୟାସ୍ ସମସ୍ୟା ରହିଛି, ତେବେ ଜୁଆଣି ପତ୍ରକୁ ଆପଣଙ୍କ ଖାଇବାରେ ସାମିଲ୍ କରନ୍ତୁ।

ଆପଣ ଏକ ମାସ ଧରି ଜୁଆଣି ପତ୍ରର ଜୁସ୍ ପିଅନ୍ତୁ, ମାସକୁ ୪ରୁ ୫ କିଲୋ ପର‌୍ୟ୍ୟନ୍ତ ଓଜନ ହ୍ରାସ କରିପାରିବେ। ଓଜନ କମ୍ କରିବା ପାଇଁ ଏହା ବହୁତ ଭଲ କାମ କରିଥାଏ।

ଏହା ସହିତ ପ୍ରତିଦିନ ଜୁଆଣି ପତ୍ରର ଜୁସ୍ ପିଇଲେ, ଆପଣଙ୍କ ଶରୀରରେ ସୁଗାର୍ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ। ଯାହା ଯୋଗୁ ଆପଣଙ୍କ ଡାଇବେଟିସ୍ ନିୟନ୍ତ୍ରଣ ହୋଇ ରହିଥାଏ।
ଶ୍ୱାସ ରୋଗୀଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ,ଏଥିପାଇଁ ଶ୍ୱାସ ରୋଗୀ ପ୍ରତିଦିନ ଜୁଆଣି ପତ୍ରର ଜୁସ୍ ପିଇଲେ, ଏହି ସମସ୍ୟାରୁ ରକ୍ଷା ପାଇଥାନ୍ତି।
ଜୁଆଣି ପତ୍ରରେ ଥାଇମଲ୍ ପରି ଏକ ରାସାୟନିକ ପଦାର୍ଥ ଅଛି ଯାହା ମଶାମାନଙ୍କୁ ଘରକୁ ଆସିବାକୁ ଦିଏ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button