ଜ୍ୟୋତିଷ

ଜାଣନ୍ତୁ କାହିଁକି ତୁଳସୀ ମାଳକୁ ଧାରଣ କରିବାରେ ମିଳିଥାଏ ଯଜ୍ଞ ଠାରୁ ଅଧିକ ଫଳ

ଆମ ହିନ୍ଦୁ ଶାସ୍ତ୍ରରେ ଅନେକ ଏମିତି ପବିତ୍ର ଗଛ ରହିଛି, ଯାହାକୁ ଲୋକମାନେ ପୂଜା କରିଥାନ୍ତି। ଏହି ଗଛ ମାନଙ୍କୁ ପୂଜା କରିବା ଦ୍ବାରା ଆମ ଘରର ଅନେକ ବାସ୍ତୁ ଦୋଷ ଦୂର ହୋଇଯାଇଥାଏ। ସାଧାରଣତଃ ସମସ୍ତଙ୍କ ଘରେ ତୁଳସୀ ଗଛକୁ ପୂଜା କରିଥାନ୍ତି। କାରଣ ଶାସ୍ତ୍ରରେ ତୁଳସୀକୁ ବହୁତ ପବିତ୍ର ବୋଲି ଧରାଯାଏ। ଯେଉଁ ଘରେ ତୁଳସୀ ରହିଥାଏ ସେହି ଘରେ ରୋଗ ବ୍ୟାଦ୍ଧି ବହୁତ ଦୂରରେ ଥାଏ।

basilତୁଳସୀକୁ ଆୟୁର୍ବେଦ ଓୌଷଧ ପ୍ରସ୍ତୁତ କରିବାରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଏକ ବିଶେଷ ପ୍ରକାରର ଶକ୍ତି ରହିଥାଏ ଯାହାକୁ ପିନ୍ଧିଲେ ଆକର୍ଷଣ ଉତ୍ପନ୍ନ ହୋଇଥାଏ। ଏହାକୁ ପିନ୍ଧିଲେ ଏକ ପ୍ରକାର ଶକ୍ତିଳ କୀର୍ତ୍ତି ଏବଂ ସମ୍ରୁଦ୍ଧିରେ ବ୍ରୁଦ୍ଧି ହୋଇଥାଏ।

basil-ଏଥିରେ ଓୌଷଧୀୟ ଗୁଣ ଥିବା କାରଣରୁ ଏହାକୁ ପିନ୍ଧିଲେ ମୁଣ୍ଡବିନ୍ଧା, ଜ୍ବର, ଥଣ୍ଡା, ତ୍ବଚା ସମ୍ବଦ୍ଧୀୟ ରୋଗ ହୋଇନଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ଏହି ପ୍ରକାର ରୋଗ ହୋଇଥାଏ ତେବେ ଏହାକୁ ପିନ୍ଧିବାରେ ରୋଗୀକୁ ଫାଇଦା ମିଳିଥାଏ।

-ଏହାକୁ ପିନ୍ଧୁଥିବା ବ୍ୟକ୍ତିଙ୍କୁ ଅକାଳ ମ୍ରୁତ୍ୟୁ କିମ୍ବା କ୍ଷତିକାରକ ରୋଗ ହୋଇନଥାଏ।

basil mala

-ଶାଳିଗ୍ରାମ ପୁରାଣ ଅନୁସାରେ ଯଦି ତୁଳସୀର ମାଳା ଭୋଜନ ଗ୍ରହଣ କରିବା ସମୟରେ ଥାଏ ତେବେ ଏଥିରୁ ବ୍ୟକ୍ତିଙ୍କୁ ଅନେକ ଯଜ୍ଞର ପୂଣ୍ଣ୍ୟ ମିଳିଥାଏ। ଏହି କାରଣରୁ ବୟଷ୍କ ମାନେ ଏହାକୁ ନିଜ ଗଳାରେ ଧାରଣ କରିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button