ଜ୍ୟୋତିଷ

ହନୁମାନ ଏହି ଭକ୍ତଙ୍କ ଉପରେ ହୋଇଥାନ୍ତି ଜଲଦି ପ୍ରସନ୍ନ, ଯେଉଁମାନେ କରିଥାନ୍ତି ଏହି ଖାସ ଉପାୟ

ରାମଙ୍କ ଭକ୍ତ ହନୁମାନ ଏମିତି ଦେବତା ଅଟନ୍ତି ଯିଏ ପ୍ରୁଥିବୀରେ ବିଚରଣ କରନ୍ତି। ବଜରଙ୍ଗବାଲି ଏକମାତ୍ର ଦେବତା ଯିଏ କଳିଯୁଗରେ ଜୀବିତ ଅଛନ୍ତି। ହନୁମାନ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ଅଟନ୍ତି, ଯେଉଁ ଭକ୍ତ ତାଙ୍କୁ ସ୍ବଚ୍ଛ ମନରେ ପୂଜା କରିଥାନ୍ତି ସେମାନଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହୋଇଥାଏ। ଭଗବାନ ହନୁମାନଙ୍କର ବହୁତ ନାମ ମଧ୍ୟରୁ ଗୋଟିଏ ନାମ ହେଉଛି ସଂକଟମୋଚନ। ଯେଉଁ ଭକ୍ତ ସଂକଟମୋଚନଙ୍କ ନାମକୁ ଜପ କରିଥାନ୍ତି ତାଙ୍କର ସବୁ ସଂକଟ ଦୂର ହୋଇଯାଇଥାଏ।

bajrangbaliଖରାପ ସମୟରେ ଯେଉଁ ଭକ୍ତ ହନୁମାନଙ୍କର ନାମକୁ ଜପ କରିଥାନ୍ତି ତେବେ ତାଙ୍କର ସବୁ ସମସ୍ୟା ଦୂର ହୋଇଯାଇଥାଏ। ଯେଉଁ ବ୍ୟକ୍ତି ବଜରଙ୍ଗବଲୀଙ୍କର ହନୁମାନ ଚାଳିସାକୁ ପାଠ କରିଥାନ୍ତି, ବଜରଙ୍ଗବଲୀ ସେହିମାନଙ୍କ ଉପରେ ସବୁବେଳେ ନିଜର କ୍ରୁପା ନଜର ରଖିଥାନ୍ତି। ହନୁମାନ ଚାଳିସା ପାଠ ପଢ଼ିବା ଏବଂ ଶୁଣିବା ଦ୍ବାରା ବଳ,ବ୍ରୁଦ୍ଧି ଏବଂ ଶକ୍ତି ଜାଗ୍ରୁତ ହୋଇଥାଏ।

ଯେଉଁ ଭକ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ରତ ଏବଂ ହନୁମାନଙ୍କର ବିଶେଷ ଭାବରେ ପୂଜା-ଆରାଧନା କରିଥାନ୍ତି ତାଙ୍କ ଉପରେ ସବୁବେଳେ ହନୁମାନଙ୍କର କ୍ରୁପା ଦ୍ରୁଷ୍ଟି ରହିଥାଏ।

hanuman jiକେବଳ ମଙ୍ଗଳବାର ଦିନ ଦୁହେଁ ଶନିବାର ଦିନକୁ ମଧ୍ୟ ହନୁମାନଙ୍କ ଦିନ ବୋଲି କୁହାଯାଏ। ଶନିଦେବଙ୍କୁ ହନୁମାନ ଯୁଦ୍ଧରେ ହରାଇଥିଲେ। ସେତେବେଳେ ଶନି ଦେବତା ଆଶୀର୍ବାଦ ଦେଇଥିଲେ ଯେ ଯେଉଁ ବ୍ୟକ୍ତି ଶନିବାର ଦିନ ବଜରଙ୍ଗବାଲିଙ୍କର ପୂଜା କରିଥାନ୍ତି ତାଙ୍କୁ ଶନି ଦେବଙ୍କର ଖରାପ ନଜର ପଡିନଥାଏ। ଏହି କାରଣରୁ ସବୁ ଶନିବାର ଦିନ ମନ୍ଦିରକୁ ଯାଇ ବଜରଙ୍ଗବାଲୀଙ୍କର ଦର୍ଶନ କରିବା ଉଚିତ୍।

lord hanumanଯେଉଁ ଭକ୍ତ ହନୁମାନଙ୍କର ପୂଜା କରିବା ସମୟରେ ତୁଳସୀ ପତ୍ରକୁ ବ୍ୟବହାର କରିଥାନ୍ତି, ତେବେ ତାଙ୍କ ଜୀବନରେ ସୁଖ,ସମ୍ରୁଦ୍ଧି,ବୈଭବ ଏବଂ ଉନ୍ନତି ହୋଇଥାଏ।

ଯେଉଁମାନଙ୍କ ଘରେ ପ୍ରତିଦିନ ହନୁମାନ ଚାଳୀସା, ବଜରଙ୍ଗ ବାଣ, ସୁନ୍ଦରକାଣ୍ଡ ଏବଂ ରାମଚରିତମାନସ ଆଦି ପାଠ ହେଉଥାଏ ସେହି ମାନଙ୍କୁ ସବୁବେଳେ ହନୁମାନଙ୍କର କ୍ରୁପା ମିଳିଥାଏ।

ଏହାଛଡା ଯେଉଁ ହନୁମାନ ଭକ୍ତ ପ୍ରତ୍ୟେକ ସୋମବାର ଦିନ ଶିବଲିଙ୍ଗ ଉପରେ ବେଲପତ୍ର ଏବଂ ଜଳ ଚଢ଼ାଇଥାନ୍ତି, ତାଙ୍କ ଜୀବନରେ ସବୁ କାର‌୍ୟ୍ୟରେ ସଫଳତା ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button