ଦେଶ- ବିଦେଶ

ମାତ୍ର ଗୋଟିଏ ସପ୍ତାହରେ ବଢ଼ାନ୍ତୁ ନଖ, ବାସ୍ ଆପଣାନ୍ତୁ ଏହି ଘରୋଇ ଉପଚାର

ହାତର ସୁନ୍ଦରତା ନଖ ଉପରେ ନିର୍ଭରଶୀଳ ରହିଥାଏ। ଖାଲି ତାହା ନୁହଁ, ଲମ୍ବା ଏବଂ ଚମକଦାର ନଖ ଯେକୌଣସି ମହିଳାଙ୍କର ବ୍ୟକ୍ତିତ୍ବକୁ ଦମଦାର ଏବଂ ଆର୍କଷିତ କରିଥାଏ। କିନ୍ତୁ କିଛି ମହିଳାଙ୍କର ନଖ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ଏପରିକି ସଠିକ୍ ଭାବେ ବଢ଼ି ମଧ୍ୟ ନଥାଏ।

 

ତେବେ ମହିଳାଙ୍କ ହାତରେ ଭଙ୍ଗା ଏବଂ ଖଣ୍ଡିଆ ନଖ ଦେଖିବାକୁ ଖୁବ ଖରାପ ଲାଗିଥାଏ। ଏହି କାରଣ ହୋଇଥାଏ ମହିଳା ମାନ ନିଜର ନଖକୁ ବଢ଼ାଇବା ପାଇଁ ତଥା ତାହାକୁ ସୁନ୍ଦର ରଖିବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥାନ୍ତି। ଆଜି ଆମେ ରୋଷେଇ ଘରେ ରହିଥିବା ରସୁଣର ବ୍ୟବହାର କରି କିପରି ନିଜ ନଖକୁ କରିପାରିବେ ସୁନ୍ଦର ଏବଂ ଆର୍କଷିତ କରିପାରିବେ ତାହା ବତାଇବାକୁ ଯାଉଛୁ।

garlic

ରସୁଣର ଏହି ଉପାୟ ଶତ ପ୍ରତିଶତ ନଖକୁ ଲମ୍ବା, ସଫା ଏବଂ ଚମକଦାର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ରସୁଣର ୪-୫ କୋଲାର ଭଲଭାବେ ଚୋପା ବାହାର କରି ନଖରେ ଘସନ୍ତୁ। ଏହାପରେ ହାତରେ ଲାଗିଥିବା ରସୁଣର ଛୋଟ ଛୋଟ ଖଣ୍ଡକୁ ଧିରେ ଧିରେ ନଖ ମଧ୍ୟରେ ଭରି ରଖନ୍ତୁ। ଏହାପରେ ପରେ ଆପଣଙ୍କୁ ଟିକେ ଧ୍ୟାନ ରଖିବାକୁ ପଡ଼ିବ ଯେପରି ରସୁଣ ନଖ ମଧ୍ୟରେ ସେହିଭଳି ରହିବ। ଦେଖିବେ ଏପରି କରିବା ଦ୍ବାରା ନଖ ନିଶ୍ଚିତ ଭାବେ ଚମକଦାର ଏବଂ ଲମ୍ବା ହୋଇଯିବ। ଏହା ଛଡ଼ା ଶୀଘ୍ର ନଖ ବଢ଼ାଇବା ପାଇଁ ପୋଷକ ଭରା ଖାଦ୍ୟ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button