ଜ୍ୟୋତିଷ

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ମିଶାଇ ଦିଅନ୍ତୁ ଏହି 1 ଜିନିଷ, ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ସୂର୍ଯ୍ୟ ଭଗବାନ ଯେଉଁ ବ୍ୟକ୍ତିଙ୍କ ଜୀବନରେ ପ୍ରସନ୍ନ ହୋଇ ରହିଥାନ୍ତି, ସେହି ବ୍ୟକ୍ତି ମାନଙ୍କ ର ଜୀବନରେ ସୁଖ ଶାନ୍ତି ତଥା ସମୃଦ୍ଧି ର କେବେ ମଧ୍ୟ କୌଣସି ଅଭାବ ରହି ନଥାଏ । ଶାସ୍ତ୍ର ଅନୁସାରେ ରବିବାର କୁ ସୂର୍ଯ୍ୟ ଙ୍କର ଅତିପ୍ରିୟ ବାର ବୋଲି କୁହାଯାଇଥାଏ । ତେଣୁ ଏହି ଦିନ ସୂର୍ଯ୍ୟ ନାରାୟଣ ଙ୍କର ବିଶେଷ ଭାବରେ ପୂଜା କରିବା ଉଚିତ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଭଗବାନ ଙ୍କୁ ତମ୍ଭା ଲୋଟା ରେ ଜଳ ଅର୍ପଣ କରିଥାଏ,

ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ମଧ୍ୟ ଖୁବ ପ୍ରସନ୍ନ ହୋଇ ରହିଥାନ୍ତି । ସୂର୍ଯ୍ୟ ଭଗବାନ ଙ୍କର ପୂଜା ପ୍ରତ୍ଯେକ ମଣିଷ କୁ ପ୍ରତିଦିନ ହିଁ କରିବା ଉଚିତ । କିନ୍ତୁ ରବିବାର ଦିନ ବିଶେଷ ଭାବରେ ସୂର୍ଯ୍ୟ ଭଗବାନ ଙ୍କର ପୂଜା କରିବା ଉଚିତ ।

ଯଦି ଆପଣ ପ୍ରତିଦିନ ପୂଜା ନ କରି ପାରନ୍ତି, ଏପରିରେ ଯଦି ଆପଣ କେବଳ ସୂର୍ଯ୍ୟ ଭଗବାନ ଙ୍କୁ ସ୍ନାନ ପରେ ଜଳ ଅର୍ଘ୍ୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ଜନ୍ମ କୁଣ୍ଡଳୀ ରେ ଥିବା ସମସ୍ତ ଦୋଷ ର ନାସ ହୋଇ ଯାଇଥାଏ । ସୂର୍ଯ୍ୟ ଭଗବାନ ଙ୍କୁ ଜଳ ଦେବା ସମୟରେ ଜଳ ରେ କିଛି ବିଶେଷ ସାମଗ୍ରୀ ପକାଇବା ଦ୍ଵାରା ସୂର୍ଯ୍ୟ ଭଗବାନ ଅଧିକ ପ୍ରସନ୍ନ ହୋଇଥାନ୍ତି ।

ସର୍ବ ପ୍ରଥମେ ଏକ ତମ୍ବା ର ଲୋଟା ନେଇ ସେଥିରେ ଶୁଦ୍ଧତା ପାଇଁ କିଛି ଗଙ୍ଗା ଜଳ ଦେବା ଉଚିତ । ଏହା ପଶ୍ଚାତ ସେହି ଜଳ ରେ ସୁଦ୍ଧ ଜଳ ଦେଇ ଲୋଟା ଟିକୁ ପୂର୍ଣ କରିଦେବା ଉଚିତ । ଏହା ପରେ ସେହି ଜଳରେ କିଛି କଳା ରାସୀ ଓ ଅଳ୍ପ କିଛି ଗୁଡ ଦେଇ ଦେବେ । କାରଣ ଏହ ସୂର୍ଯ୍ୟ ଭଗବାନ ଙ୍କୁ ଖୁବ ପ୍ରିୟ ଅଟେ । ତାହାଛଡା ଗ୍ରହ ମାନଙ୍କର ପ୍ରଭାବ ମଧ୍ୟ ଏହା ଦ୍ଵାରା ଶାନ୍ତ ହୋଇ ଯାଇଥାଏ । ଏହା ପଶ୍ଚାତ ସେହି ଜଳରେ କିଛି ଚନ୍ଦନ ଓ କିଛି ସିନ୍ଦୁର ଦେବା ଦ୍ଵାରା ସୌଭାଗ୍ୟରେ ବୃଦ୍ଧି ହୋଇଥାଏ । ସେହି ଜଳରେ କିଛି ହଳଦୀ ଚନ୍ଦନ ମିଶ୍ରିତ ଅରୁଆ ଚାଉଳ ର ଅକ୍ଷତ ଦେବା ଦ୍ଵାରା ଜୀବନରେ ଯଶ ପ୍ରାପ୍ତ ହୋଇଥାଏ ।

ତାହାଛଡା ସେହି ଜଳରେ କିଛି ଅଗୁରୁ ଅଥବା ଗୋଲାପ ର ସୁଗନ୍ଧିତ ଜଳ ଦେବା ଦ୍ଵାରା ଜୀବନ ମଧ୍ୟ ସୁନ୍ଦର ହୋଇ ଯାଇଥାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଭଗବାନ ଙ୍କୁ ଲାଲ ପୁଷ୍ପ ବ୍ଯତୀତ ଅନ୍ୟ କୌଣସି ରଙ୍ଗ ର ପୁଷ୍ପ ଅର୍ଘ୍ୟ ରେ ଦିଆ ଯିବା ଉଚିତ ନୁହେଁ । ତାହାଛଡା ଅର୍ଘ୍ୟ ଦେବା ସମୟ ରେ ଲାଲ ପୁଷ୍ପ ଓ ତାହାସହ କିଛି ତୁଳସୀ ପତ୍ର ଓ ଦୁବ ଘାସ ଯଦି ସୂର୍ଯ୍ୟ ଭଗବାନ ଙ୍କୁ ଦିଆଯାଏ, ତେବେ ଜୀବନରେ କେବେ ମଧ୍ୟ ଦାରିଦ୍ରତାର ମୁଖ ଦେଖିବାକୁ ପଡି ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button