ଜ୍ୟୋତିଷ

ପୁରୁଷମାନେ ଦୟାକରି ଧ୍ୟାନ ଦିଅନ୍ତୁ : ପର୍ସରେ ରଖନ୍ତୁ ନାହିଁ ଏହି ୫ ଜିନିଷ, ନଚେତ ବଢ଼ିପାରେ ସମସ୍ୟା

ଆପଣଙ୍କ ପକେଟରେ ପର୍ସ ତ ସବୁବେଳେ ରହୁଥିବ ଏବଂ ଆପଣ ଚାହୁଁଥିବେ ଯେ ଆପଣଙ୍କ ପର୍ସ ସବୁବେଳେ ଟଙ୍କାରେ ପୂର୍ଣ୍ଣ ହୋଇକି ରହୁ। କିନ୍ତୁ ଆପଣଙ୍କ ପର୍ସରେ ଟଙ୍କା ରହିବାକୁ ଚାହୁଁଛନ୍ତି ତେବେ ପର୍ସକୁ ନେଇ ଏହି ତଥ୍ୟ ଉପରେ ଧ୍ୟାନ ରକିବା ଉଚିତ। ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କ ପର୍ସରେ ଟଙ୍କା ସେତେବେଳେ ରହିଥାଏ ଯେତେବେଳେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କ୍ରୁପା ରହିଥାଏ। ଏଥିପାଇଁ ଯଦି ଆପଣ ପର୍ସ ବ୍ୟବହାର କରୁଛନ୍ତି ତେବେ ସବୁବେଳେ ଏହି କଥା ଉପରେ ଧ୍ୟାନ ରଖନ୍ତୁ।

purseସର୍ବପ୍ରଥମେ ଏହା ଉପରେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ପର୍ସ ଫଟା ନାହିଁ ତ ? ଫଟା ପର୍ସ ଆର୍ଥିକ କ୍ଷତି ପହଁଚାଇଥାଏ ବୋଲି କୁହାଯାଇଥାଏ। ଏଥିପାଇଁ ପର୍ସ ଫାଟିଗଲେ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ।

ପର୍ସର ସମ୍ପର୍କ କେବଳ ଧନ ସହିତ କାଗଜ ପତ୍ର ସହିତ ନୁହେଁ। ଏଥିପାଇଁ ନିଜ ପର୍ସରେ ଧନ ହିଁ ରଖନ୍ତୁ। ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ରସିଦ, ବିଲ ଆଦି ପର୍ସରେ ରଖିଥାନ୍ତି। ଏଥିପାଇଁ ଧନର ଅଭାବ ଦେଖାଦେଇଥାଏ।

purseଜ୍ୟୋତିଷଶାସ୍ତ୍ର ଅନୁସାରେ ପୁରୁଣା କାଗଜପତ୍ର ଏବଂ ରାସିଦ ଉପରେ ରାହୁଙ୍କର ପ୍ରଭାବ ରହିଥାଏ, ଏଥିପାଇଁ ଏଗୁଡିକୁ ପର୍ସରେ ଯମା କରି ରଖିବା ଉଚିତ ନୁହେଁ।

ଖାଦ୍ୟ ସାମଗ୍ରୀ ଜିନିଷ ଯଥା ଚକୋଲେଟ, ଟଫି, ପାନ ମସଲା ନିଜ ପର୍ସରେ ରଖନ୍ତୁ ନାହିଁ।

coinପର୍ସରେ ଓୌଷଧ, କ୍ୟାପସୁଲ,ଟ୍ୟାବଲେଟ ରଖିବା ମଧ୍ୟ ଅଶୁଭ ବୋଲି ଧରାଯାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହୋ ନକାରାତ୍ମକ ଶକ୍ତି ବଢ଼ାଇଥାଏ।

ନିଜ ପର୍ସରେ ଲୁହାରେ ପ୍ରସ୍ତୁତ ଜିନିଷ ଯଥା ଛୁରୀ, ବ୍ଲେଡ ରଖନ୍ତୁ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବା, ଚାନ୍ଦୀର ଜିନିଷ ପର୍ସରେ ରଖିବା ଲାଭଦାୟକ ବୋଲି କୁହାଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button