ସ୍ୱାସ୍ଥ୍ୟ

ରୁଟି ନା ଭାତ, ଡିନରରେ କେଉଁଟା ଆପଣଙ୍କ ପାଇଁ ହୋଇଥାଏ ଅଧିକ ଲାଭଦାୟକ

ସାଧାରଣତଃ ଲୋକମାନେ ରାତି ଖାଇବାରେ ଡାଲି, ସନ୍ତୁଳା ସହିତ ରୁଟି କିମ୍ବା ଭାତ ଖାଇବା ପସନ୍ଦ କରିଥାନ୍ତି। ଏଇ ଦୁଇଟି ଜିନିଷରେ କ୍ୟାଲେରୀ ଭରପୂର ମାତ୍ରାରେ ରହିଥାଏ, ଏଥିପାଇଁ ସବୁ ଭାରତୀୟ ପରିବାର ଏହାକୁ ଖାଇଥାନ୍ତି। କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ରୁଟି କିମ୍ବା ଭାତ ମଧ୍ୟରୁ କେଉଁଟା ଅଧିକ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ରୁଟି ଏବଂ ଭାତ ମଧ୍ୟରୁ କେଉଁ ଜିନିଷକୁ ଅଧିକ ଲାଭଦାୟକ ବୋଲି କୁହାଯାଏ।

ରୁଟି ନା ଭାତ, କେଉଁଟା ଅଧିକ ଭଲ ?

roti riceଏକ୍ସପର୍ଟଙ୍କ କହିବା କଥା ଯେ ରୁଟି ଖାଇବା ଅଧିକ ଲାଭଦାୟକ ହୋଇଥାଏ କିନ୍ତୁ ଡାଇଟରେ ଏହି ଦୁଇଟାକୁ ସମାନ ପରିମାଣରେ ମଧ୍ୟ ନେଇପାରିବେ। ପ୍ଲେନ ଧଳା ଭାତକୁ ଦୂରେଇ ଦିଅନ୍ତୁ। ଯଦି ଆପଣଙ୍କୁ ଭାତ ଖାଇବା ପସନ୍ଦ ତେବେ ସେଥିରେ ସନ୍ତୁଳା ବା ତରକାରୀ ମିଶାଇ ଖାଇବା ଆବଶ୍ୟକ।

ରାତିରେ ରୁଟି ଖାଇବା ଆବଶ୍ୟକ ନା ଭାତ ?

dalରାତିରେ କେବଳ ରୁଟି ହିଁ ଖାଇବା ଆବଶ୍ୟକ କାରଣ ଏହା ଅଧିକ ହେଲ୍ଦି ହୋଇଥାଏ। ଏହାଛଡା ରୁଟିରେ ଫାଇବର ମାତ୍ରା ଅଧିକ ପରିମାଣରେ ମଧ୍ୟ ରହିଥାଏ, ଯେଉଁ କାରଣରୁ ଏହା ଶୀଘ୍ର ହଜମ ହୋଇଯାଇଥାଏ। ଏହାକୁ ରାତିରେ ଖାଇବା ଦ୍ବାରା ନିଦ ମଧ୍ୟ ଭଲ ହୋଇଥାଏ।

କେଉଁଥିରେ ରହିଥାଏ ଅଧିକ ପୋଷଣ ?

୧/୩ କପ୍ ଭାତରେ ୮୦ କ୍ୟାଲୋରୀ, ୧ ଗ୍ରାମ ଫ୍ୟାଟ ଏବଂ ୧୮ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ। ସେହିଭଳି ଗୋଟିଏ ରୁଟିରେ ୭୧ ଗ୍ରାମ କ୍ୟାଲୋରୀ, ୩ ଗ୍ରାମ ପୋଟିନ, ୦.୪ ଗ୍ରାମ ଫ୍ୟାଟ ଏବଂ ୧୫ ଗ୍ରାମ କାର୍ବୋହାଇଡ୍ରେଟ ପ୍ରଚୁର ମାତ୍ରାରେ ରହିଥାଏ। ଏହାଛଡା ଚପାତିରେ ଭିଟାମିନ କ୍ୟାଲସିୟମ ଏବଂ ଆଇରନ ମଧ୍ୟ ରହିଥାଏ। କେବଳ ଏତିକି ନୁହେଁ ଗୋଟିଏ କପ୍ ଚାଉଳର ଭାତରେ ଅଧିକ ଫାଇବର ରହିଥାଏ, ଯାହା ପାଚନ କ୍ରୀୟାକୁ ସକ୍ରୀୟ କରିଥାଏ। ଏଥିପାଇଁ ଭାତ ଯାଗାରେ ରୁଟି ଖାଇବା ଅଧିକ ଲାଭଦାୟକ ହୋଇଥାଏ।

ରୁଟି ଖାଇବାର ଫାଇଦା

Daal Roti

ପାଚନ କ୍ରୀୟାକୁ ରଖିଥାଏ ସୁସ୍ଥ

ରୁଟିରେ ଭାତ ଠାରୁ ଅଧିକ ଫାଇବର ରହିଥାଏ, ଯେଉଁ କାରଣରୁ ଡାଇଜେଟ୍ସ ଟ୍ରେକ୍ସ ସଫା ହୋଇଯାଇଥାଏ। ଏହା ସହିତ ଏଥିରେ କବ୍ଜ, ଅପଚ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆଳସ୍ୟ ଏବଂ ନିଦ୍ରା

ରୁଟି ଖାଇବା ଦ୍ବାରା ଅଳସୁଆ ଏବଂ ନିଦ ଭଳି ସମସ୍ୟା ହୋଇନଥାଏ, କିନ୍ତୁ ଭାତ ଖାଇବା ପରେ ଏହି ଦୁଇଟି ସମସ୍ୟା ଦେଖାଦେଇଥାଏ।

roti

ଓଜନ ହ୍ରାସ କରାଇଥାଏ

ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ରୁଟି ଖାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ରୁଟିରେ ରହିଥିବା କାର୍ବୋହାଇଡ୍ରେଟ ହଜମ କରିବା ପାଇଁ ଶରୀର ଅଧିକ ଶକ୍ତି ନେଇଥାଏ। ଯାହା ଦ୍ବାରା ଓଜନ କମ୍ ହୋଇଥାଏ।

ଓଭରଇଟିଙ୍ଗ ଠାରୁ ମୁକ୍ତି

ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ। ରୁଟି ଶରୀରର ସର୍କରାର ସ୍ତରକୁ ନିୟନ୍ତଣରେ ରଖିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏବଂ ଏହା ବହୁତ ଲାଭଦାୟକ ହୋଇଥାଏ।

ଏମିତି ଭାତକୁ ପ୍ରସ୍ତୁତ କରନ୍ତୁ ସୁସ୍ଥ

dal bhta

-ଭାତକୁ କୁକର ବଦଳରେ ହାଣ୍ଡିରେ ଅଧିକ ପାଣି ଦେଇ ରୋଷେଇ କରନ୍ତୁ। ଏହିଭଳି ରୋଷେଇ କରି ପାଣି ବହାର କରିଦିଅନ୍ତୁ। ଏହା ଦ୍ବାରା ଏହାର ନ୍ୟୁଟ୍ରିସନ ବଢ଼ିଯାଇଥାଏ।

-ଭାତକୁ ଡାଲି ସହିତ ଖାଆନ୍ତୁ। ଏଇ ଦୁଇଟି କମ୍ବିନେସନ ଦ୍ବାରା ଶରୀରକୁ ଜରୁରୀ ଆମିନୋ ଏସିଡ ମିଳିଥାଏ।

-ଯଦି ଆପଣଙ୍କୁ ଭାତ ଖାଇବା ପସନ୍ଦ ତେବେ ଏହା ସହିତ ନିଜ ଡାଇଟରେ ରୁଟି, ସନ୍ତୁଳା, ଡାଲି, ଦହିକୁ ସାମିଲ କରନ୍ତୁ। ଭାତ ସହିତ ଏହି ଜିନିଷ ଗୁଡିକୁ ସାମିଲ କଲେ ଆପଣ ସୁସ୍ଥ ରହିବେ।

rice

-ପ୍ଲେନ ପଲିସ ଚାଉଳ ବଦଳରେ ଅନପଲିସ , ବ୍ରାଉନ କିମ୍ବା ଲାଲ ଚାଉଳକୁ ସେବନ କରିବା ଆପଣଙ୍କ ବହୁ ଲାଭଦାୟକ।

-ଭାତରେ ପରିବା ପକାନ୍ତୁ କିମ୍ବା ଏହାକୁ ତରକାରୀ ସହିତ ଖାଆନ୍ତୁ। ଏଭଳି କରିବା ଦ୍ବାରା ଭାତର ପରିମାଣ କମ୍ ଥାଏ ଏବଂ ଫାଇବର ଏବଂ ଭିଟାମିନ୍ସର ମାତ୍ରା ବଢ଼ିଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button