ଦେଶ- ବିଦେଶ

ଡାର୍କ ସର୍କଲରୁ ଆରମ୍ଭ କରି ରୁପି ସବୁର ଛୁଟି କରିବ ଦେଶୀ ଘିଅ

ଦେଶୀ ଘିଅର ସେବନ ଶରୀର ପାଇଁ ବହୁ ଲାଭକାରୀ ତାହା ଆମେ ସମସ୍ତେ ଜାଣିଛେ। ତେବେ କଣ ଆପଣ ଜାଣିଛନ୍ତି ଏହାର ସଠିକ୍ ବ୍ୟବହାର ଶରୀର ସୁସ୍ଥ ସହ ସୁନ୍ଦରତା ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଦେଶୀ ଘିଅ ଡାର୍କ ସର୍କଲ, ରୁପି , କେଶ ଝଡ଼ିବା ସହ ଚର୍ମରୁ ଶୁଷ୍କତା ଆଦି ସମସ୍ୟାର ସମାଧାନ କରିଥାଏ। ଚାଲନ୍ତୁ ଜାଣିବା ଦେଶୀ ଘିଅରୁ କିପରି ମିଳିବ ଚମକଦାର ଚେହେରା।

ghia 2

-ଘିଅ ତ୍ବଚାକୁ ହାଇଡ଼୍ରେଟ କରିବା ସହ ତାହାର ଶୁଷ୍କତାକୁ କମ କରିଥାଏ। ବାସ୍ତବରେ, ଏଥିରେ ସମସ୍ତ ଭଲ ଫେଟି ଏସିଡ଼ ରହିଥାଏ ଯାହା ତ୍ବଚାର କୋଷଗୁଡ଼ିକ ହାଇଡ୍ରେଡ୍ କରିବାରେ ଜରୁରୀ ସାବ୍ୟସ୍ତ ହୋଇଥାଏ।

-ଏହାକୁ ଏକ ଭଲ ମଶ୍ଚରାଇଜର ଭାବେ ଗଣା ଯାଇଥାଏ।କାରଣ ଏହା ତ୍ବଚା ଭିତରକୁ ଯିବା ସହ ଏଥିରେ ଆଦ୍ରତା ବଜାୟ ରଖିଥାଏ। ଏହାକୁ ତ୍ବଚାରେ ଲଗାଇବା ସହ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ।

gheee

-ଘିଅ ଖାଇବା ଦ୍ବାରା ଏଥିରେ ଉପଲ୍ଧ ଥିବା ସମସ୍ତ ଜରୁରୀ ତତ୍ବ ମିଳିଥାଏ। ଯାହା ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଉପଲବ୍ଧ ଭିଟାମିନ୍ ଋ ଏବଂ କ ତ୍ବଚାକୁ ପୁରିଫାଏ କରିଥାଏ ଯାହା ଶ୍ୟାମଳତାକୁ ଦୂର କରିଥାଏ।

-ଦେଶୀ ଘିଅରୁ ମିଳିଥାଏ ତୁରନ୍ତ ଗୋରାପଣ । ଏଥିପାଇଁ ବେସନ, ଘିଅ, କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହାକୁ ଚେହେରାରେ ଲଗାଇବା ଦ୍ବାରା ୧୫ ମିନିଟ ପରେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ତ୍ବଚା ଚମକଦାର ଦେଖାଯିବ।

-ରାତିରେ ଶୋଇବା ପୂର୍ବରୁ କିଛି ବୁନ୍ଦା ଆଖି ତଳେ କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ପରେ ତାହାକୁ ସକାଳେ ଉଠି ଧୋଇଦିଅନ୍ତୁ। ଦୈନିକ ଏପରି କରିବା ଦ୍ବାରା ଆଖି ତଳ ଡାର୍କ ସର୍କଲ ଦୂର ହୋଇଥାଏ।

ghia

-ଶୀତ ଋତୁରେ ସାଧାରଣତଃ ତ୍ବଚା ଶୁଷ୍କ ହେବା ସହ ଫାଟିଥାଏ। ଏଥିପାଇଁ ଶରୀର ସହ ଓଠରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଦେଶୀ ଘିଅ ଲଗାନ୍ତୁ। ଦେଖିବେ ତ୍ବଚା ଫାଟିବା ସହ ଚମକଦାର ହୋଇଯିବ।

-ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଦେଶୀ ଘିଅର ବ୍ୟବହାର ରୁପି ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ କେଶ ଧୋଇବା ପୂର୍ବରୁ ଦେଶୀ ଘିଅ ସହ ଅଲିଭ ଅଏଲକୁ ମିଶାଇ ୧୫ ମିନିଟ ମସାଜ କରନ୍ତୁ। ଏହାପରେ ଶାମ୍ପୁ ଲଗାଇ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇରୁ ତିନିଥର ଏପରି କରନ୍ତୁ।ଦେଖିବେ ଖୁବ ଶୀଘ୍ର ରୁପି ସମସ୍ୟା ଦୂର ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button