ଦେଶ- ବିଦେଶ

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦ ପରିବାରର ମୋଟ ୧୦ ହଜାର ଲୋକ ପ୍ରଥମ ଥର ପାଇଁ ନିଜର ମତ ଦେଇ ନେତା ବାଛିବେ।

ବାଲ୍ମୀକି ସମ୍ପ୍ରଦାୟର କିଛି ଲୋକଙ୍କ ପାଇଁ ଏହା ଭୋଟ ଠାରୁ ବି ଅଧିକ ବୋଲି ସେମାନେ ମତ ରଖିଛନ୍ତି। ସେଠିକାର ଜଣେ ବ୍ୟକ୍ତି କହିଛନ୍ତି, ମୁଁ ୪୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛି। ଏ ଅଧିକାର ତାଙ୍କ ସ୍ବପ୍ନକୁ ପୁରାଣ କରିବାକୁ ଯାଉଛି। ଧାରା ୩୭୦ ଏବଂ ୩୫ ଏ ଅନୁଯାୟୀ, ବାଲ୍ମୀକି ସମ୍ପ୍ରଦାୟର ଯୁବ ଗୋଷ୍ଠୀ ମାନେ ସାଧାରଣ ସରକାରୀ ଚାକିରି ପିଁ ପ୍ରବେଶିକା ପରୀକ୍ଷା ବି ଦେବାପାଇଁ ଅଯୋଗ୍ୟ ଅଟନ୍ତି। କାରଣ ସେମାନଙ୍କ ପାଖରେ ଧାରା ୩୭୦ ଅନୁଯାୟୀ, ସ୍ଥାୟୀ ନିବାସ ପ୍ରମାଣ ପତ୍ର (ପିଆରସି) ନଥିଲା । ଯେଉଁ କାରଣରୁ ସେମାନେ ଭୋଟ ଦେବା କି ସରକାରୀ ଚାକିରୀ କରିବାର ହକ୍ ନଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button