ସ୍ୱାସ୍ଥ୍ୟ

ବୟସ ଅନୁସାରେ ରଖନ୍ତୁ ଯୌନ ସମ୍ପର୍କ, ଜାଣି ନିଅନ୍ତୁ ନିୟମ, ନହେଲେ ଅସୁବିଧା ରେ ପଡ଼ିବେ

ଦିନକୁ ଦିନ ସମୟ ବଦଳିବା ସହ ଆଇନ କାନୁନ ମଧ୍ୟ ବଦଳିବାରେ ଲାଗିଛି, ଏମିତି ବି ସମୟ ଥିଲା ଯେଉଁଠି ନାବାଳକ ଓ ନାବାଳିକାଙ୍କୁ ସହମତିରେ ଯୌନ ସମ୍ପର୍କ ରଖିବାକୁ ଆଇନ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ସମୟ ବଦଳିବା ସହିତ ଆଇନ କାନୁନ ମଧ୍ୟ ବଦଳୁଛି, ତେବେ କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ ଏହି ପ୍ରସଙ୍ଗକୁ ନେଇ କଣ କହୁଛି ଆଇନ ଆସନ୍ତୁ ଜାଣିବା…

କିଛି ଦିନ ପୂର୍ବେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ଼ ଏକ ମାମଲା ଶୁଣାଣୀ କରି କହିଥିଲେ ଯେ ପୋକ୍ସୋ ଆକ୍ଟ (Pocso Act) ଅନୁଯାୟୀ ସହମତିରେ ଶାରିରୀକ ସମ୍ପର୍କ (Physical Relation) ରଖିବା ବୟସ ଉପରେ ସଂସଦରେ ଆଲୋଚନା କରିବାକୁ ସରକାରଙ୍କୁ ପରାମର୍ଶ ବି ଦେଇଥିଲେ ।

ମୁଖ୍ୟ ବିଚାରପତିଙ୍କ କହିବା ଅନୁଯାୟୀ ଦୁଷ୍କର୍ମ ମାମଲାରେ ଯୁବକମାନଙ୍କ ସମ୍ପୃକ୍ତି ଥିବା ନେଇ ଆସୁଛି । ତେବେ ସେହି ଘଟଣାରେ ସହମତିରେ ସମ୍ପର୍କ ସ୍ଥାପନ ହୋଇଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇ ପଡ଼ୁଛି । ଏଭଳି ସ୍ଥିତିରେ ଶୁଣାଣୀ କରିବା କଷ୍ଟକର ହୋଇ ପଡ଼ୁଥିବା ନେଇ ସେ କହିଥିଲେ । ସହମତିରେ ଶାରିରୀକ ସମ୍ପର୍କ ରଖିବା ପାଇଁ ବୟସ ସୀମା କେତେ ହେବା ଜରୁରୀ ବୋଲି ସେ ଏମିତି ମଧ୍ୟ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ସ୍ୱାଧୀନତା ପରେ ଅର୍ଥା ୧୯୪୭ ରୁ ୨୦୧୨ ପର୍ଯ୍ୟନ୍ତ ସହମତିରେ ଶାରିରୀକ ସମ୍ପର୍କ ପାଇଁ ବୟସ ସୀମା ୧୬ ରହିଥିଲା । ୨୦୧୨ ମସିହାରେ ପୋକ୍ସ ଆଇନରେ ପରିବର୍ତ୍ତନ ହେବା ସହିତ ଏହା ୧୮ ବର୍ଷକୁ ବଢ଼ାଇ ଦିଆଯାଇଥିଲା ।

ନିକଟରେ ସାମ୍ନାକୁ ଆସିଥିବା ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁଯାୟୀ ୩୯ ପ୍ରତିଶତ ମହିଳା ସ୍ୱିକାର କରିଛନ୍ତି ଯେ ସେ ୧୮ ବର୍ଷରେ ପାଦ ଦେବା ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରି ସାରିଥିଲେ । ଏପରିକି ୨୫ ରୁ ୪୯ ବୟସର ମହିଳା ବର୍ଗଙ୍କ ମଧ୍ୟରୁ ୧୦ ପ୍ରତିଶତ ମହିଳା ଏହା ମଧ୍ୟ ସ୍ୱିକାର କରିଛନ୍ତି ଯେ ୧୫ ବର୍ଷ ପୂର୍ବରୁ ଯୌନ ସମ୍ପର୍କ ସ୍ଥାପନ କରି ସାରିଥିଲେ । ତେବେ ଆସନ୍ତୁ ଜାଣିବା ଭାରତ ଛଡା ସମଗ୍ର ବିଶ୍ୱରେ କେଉଁ ବୟସରୁ ରଖିପାରିବେ ଶାରୀରିକ ସମ୍ପର୍କ..

ଅଷ୍ଟ୍ରେଲିଆର ଅଷ୍ଟ୍ରେଲିଆନ ଇନଷ୍ଟିଚ୍ୟୁଅ ଅଫ ଫାମିଲି ଷ୍ଟଡ଼ିର ରିପୋର୍ଟ ଅନୁଯାୟୀ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୬ ରହିଛି ।

ଦକ୍ଷିଣ କୋରିଆରେ ସମ୍ମତିର ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୨୦ ବର୍ଷ ଅଟେ । ଆଇନଗତ ସର୍ବନିମ୍ନ ବୟସ ଯେଉଁଥିରେ ଜଣେ ବ୍ୟକ୍ତି ଯୌନ ଆଚରଣରେ ଲିପ୍ତ ରହିବାକୁ ନିଜର ସମ୍ମତି ଦେଇପାରିବେ, ଦକ୍ଷିଣ କୋରିଆରେ ୧୯ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ସହିତ ଯୌନ ଆଚରଣ ବେଆଇନ୍ ଅଟେ ।

ସେହି ଭଳି ନାଇଜେରିଆରେ ଆଇନଗତ ବୟସ ହେଉଛି ୧୧, ଆଇନଗତ ସର୍ବନିମ୍ନ ବୟସ ଯେଉଁଥିରେ ଜଣେ ବ୍ୟକ୍ତି ଯୌନ ଆଚରଣରେ ଲିପ୍ତ ରହିବାକୁ ସମ୍ମତି ଦେଇପାରିବେ । ନାଇଜେରିଆ ଆଇନ ୧୦ ବର୍ଷରୁ କମ୍ ନାବାଳିକାଙ୍କୁ ଯୌନ କାର୍ଯ୍ୟକଳାପରେ ସେମାନଙ୍କ ସମ୍ମତି ପ୍ରଦାନ କରିବାକୁ ବାରଣ କରିଛି ଏବଂ ଯେଉଁମାନେ ଏପରି କରନ୍ତି ସେମାନେ ଆଇନଗତ ବଳାତ୍କାର କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ଅପରାଧରେ ଦୋଷୀ ସାବ୍ୟସ୍ତ ହେବେ ।

ସେହି ଭଳି କାନାଡାର ଅପରାଧିକ ଧାରା ୧୫୦.୧(୨.୧) ଅନୁଯାୟୀ ଯଦି ୧୪ କି ୧୫ ବୟସ୍କ ବ୍ୟକ୍ତି ଯୌନ ଆଚରଣ କରିବାକୁ ରାଜି ହୋଇପାରନ୍ତି , ସେହି ପରି, କାନାଡାର ଅପରାଧିକ ଧାରା ୧୫୦.୧(୨) ଅନୁଯାୟୀ, ୧୨ କିମ୍ବା ୧୩ ବର୍ଷ ବୟସର ପିଲାମାନେ ଯୌନ କାର୍ଯ୍ୟକଳାପରେ ରାଜି ହୋଇପାରନ୍ତି ଯଦି ଅନ୍ୟ ବ୍ୟକ୍ତି ଦୁଇ ବର୍ଷରୁ ଅଧିକ ହୋଇ ନଥିବେ ।

ବିଶ୍ୱର ସବୁଠାରୁ ଅଧିକ ବିକଶିତ ରାଷ୍ଟ୍ର ମଧ୍ୟରେ ଫ୍ରାନ୍ସ ହେଉଛି ଅନ୍ୟତମ । କିନ୍ତୁ ଏଠାରେ ୧୫ ବର୍ଷ ବୟସରେ ଯୌନ ସମ୍ପର୍କ ସ୍ଥାପନ କରିପାରିବେ ।

ସେହି ଭଳି ଆମେରିକା ଏଠାରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ନିୟମ ରହିଛି । ତେବେ ମୋଟାମୋଟି ଦେଖିବାକୁ ଗଲେ ୧୬ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ କରିପାରିବେ ।

ଦକ୍ଷିଣ ଆମେରିକା ରେ ଆମେରିକା ଭଳି ଏଠାରେ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ନିୟମ ରହିଛି । ଏଠାରେ ୧୨ ରୁ ୧୮ ବର୍ଷ ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ରଖିପାରିବେ । ୟୁନିସେଫ ଅନୁଯାୟୀ ଏଠାରେ ଶାରିରୀକ ସମ୍ପର୍କ ରଖୁଥିବା ଯୁବପିଢିଙ୍କ ବୟସ ୧୫ ରହିଛି ।

ବ୍ରାଜିଲ ରେ ସହମତିରେ ଯୌନ ସମ୍ପର୍କ ସ୍ଥାପନର କରିବାର ବୟସ ହେଉଛି ୧୪ ।

ସେହି ଭଳି ଜର୍ମାନୀ ୟୁରୋପର ତମାମ ଦେଶରେ ସହମତିରେ ଯୌନ ସମ୍ପର୍କ ସ୍ଥାପନ କରିବାର ବୟସ ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ ରହିଛି । ଜର୍ମାନୀରେ ସର୍ବନିମ୍ନ ବୟସ ୧୪ ରହିଥିବା ବେଳେ ମାନିଲାରେ ଏହା ୧୮ ରହିଛି ।

ଏକ ରିପୋର୍ଟ ଅନୁଯାୟୀ ଇଂଲଣ୍ଡ ଓ ୱେଲ୍ସରେ ୧୮୮୫ ମସିହାରୁ ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ୧୬ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button