ସ୍ୱାସ୍ଥ୍ୟ

ଲଗାତାର 7 ଦିନ ଡାଳିମ୍ବ ଖାଇବା ପରେ ମୂଳରୁ ଭଲ ହୋଇଯାଇଥାଏ ଏହି ସବୁ ବଡ ରୋଗ

ନମସ୍କାର ବନ୍ଧୁଗଣ ତେବେ ଡାଳିମ୍ବ ଏକ ଫଳ ହେଲେ ମଧ୍ୟ ଏହା ବହୁ ବର୍ଷ ଧରି ଦହିବରା, ଚାଟ୍, ଲସି, ଫଳ ରସ ଇତ୍ୟାଦିରେ ସ୍ୱତନ୍ତ୍ର ସ୍ୱାଦ ପାଇଁ ବ୍ୟବହାର ହୋଇଆସୁଛି । ଏଥିରେ ବହୁ ଆୟୁର୍ବେଦିକ ଗୁଣ ରହିଥିବାରୁ ଏହା ବିଭିନ୍ନ ଆୟୁର୍ବେଦିକ େଓøଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ । ଏହା ବିଭିନ୍ନ ମିନେରାଲ, ଫାଇବର, ଭିଟାମିନ ଏ, ସି, ଇ ଏବଂ ଫଲିକ ଏସିଡର ଉତ୍ତମ ସ୍ରୋତ ।

ଡାଳିମ୍ବର ଥିବା ବିଭିନ୍ନ ପ୍ରକାରର ପୋଷଣ ପାଇଁ ଏହାକୁ ସୁପର ଫୁଡ ମଧ୍ୟ କୁହାଯାଏ । ଗୋଟିଏ କପ ଡାଳିମ୍ବ ରସରେ ୭ଗ୍ରାମ ଫାଇବର, ୩ଗ୍ରାମର ପ୍ରୋଟିନ, ୩୦ ପ୍ରତିଶତ ଭିଟାମିନ ସି, ୩୬ ପ୍ରତିଶତ ଭିଟାମିନ କେ ଏବଂ ୧୨ ପ୍ରତିଶତ ପୋଟାସିୟମ ରହିଛି । ଏହା ମଧ୍ୟରେ ଥିବା ବିଭିନ୍ନ ଭିଟାମିନ ଏବଂ ମିନେରାଲ ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଡାଳିମ୍ବର ବିଭିନ୍ନ ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।

ତେବେ ଡାଳିମ୍ବର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଇଁ ତାହା ବହୁ ପେଟ ଜନିତ ରୋଗ ତଥା ଡାଇରିଆ, ଡିସେଣ୍ଟ୍ରି ଏବଂ କଲେରା ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଡାଳିମ୍ବ ଗଛର ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ହଜମ କ୍ରିୟା ଭଲ ରହିଥାଏ । ଡାଳିମ୍ବ ମଞ୍ଜିର ରସ ଖାଇବା ଦ୍ୱାରା କିମ୍ବା ଜୁସ ପିଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଡାଇରିଆ ଜନିତ ସମସ୍ୟାରୁ ମୁକ୍ତି ପ୍ରାଦନ ପାଇଁ ଏହାର ଚୋପା ମଧ୍ୟ ଖୁବ ଉପକାରୀ । ଏହାର ଚୋପାକୁ ଛେଚି ଏହାର ରସ ସେବନ ଦ୍ୱାରା ତୁରନ୍ତ ଡାଇରିଆରୁ ମୁକ୍ତି ମିଳିବ ।

ତେବେ ଗବେଷଣା ଅନୁଯାୟୀ, ଡାଳିମ୍ବ ରସ ମୋଟାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ଅଧିକମାତ୍ରାର ଫାଇବର ଏବଂ କମ ପରିମାଣରେ କ୍ୟାଲେରି ରହିଛି ଯାହା ଖାଇବା ପରେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ ଥିବାର ଅନୁଭୂତି ପ୍ରଦାନ କରିଥାଏ । ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ନିଜର ଡାଏଟରେ ଡାଳିମ୍ବ ନିଶ୍ଚୟ ଖାଆନ୍ତୁ ।

ତେବେ ଡାଳିମ୍ବରେ ଥିବା ପ୍ୟୁନିସିକ ଏସିଡ କୋଲେଷ୍ଟ୍ରୋଲ କମ କରିବା ସହିତ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଡାଳିମ୍ବରେ ଥିବା ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବାୟୋଆକ୍ଟିଭ ପଲିଫିନଲ ଶରୀରରେ କାର୍ଡିଓଭାସକୁଲାର କ୍ରିୟା ବୃଦ୍ଧି କରିଥାଏ । ଡାଳିମ୍ବ ଗଛରେ ଥିବା ଆଣ୍ଟି-ଇନଫ୍ଲାମେଟୋରି ପ୍ରଭାବ ଆଣ୍ଠୁଗଣ୍ଠି ଜନିତ ବାତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ବହୁ ଗବେଷକଙ୍କ ମତ ଅନୁଯାୟୀ ଏହା ଗଣ୍ଠିରେ ଥିବା ବ୍ଲକ ଏନଜାଇମକୁ ଦୂର କରିଥାଏ ଯାହା ଆଣ୍ଠୁଗଣ୍ଠି ଜନିତ ବାତ ସମସ୍ୟାକୁ ଦୂର କରିଥାଏ ।

ତେବେ ଏହି ଫଳର ଆଣ୍ଟି-ଫଙ୍ଗାଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଦାନ୍ତ ମାଢିକୁ ଶକ୍ତ କରିବା ସହିତ ମୁହଁର ସଂକ୍ରମଣକୁ କମ କରିଥାଏ । ଡାଳିମ୍ବର ଆଣ୍ଟି-ଆକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସ୍ୱଚ୍ଛ କରିଥାଏ । ଏହା ତ୍ୱଚାର ଭାଙ୍ଗ, ବ୍ରଣ ସମସ୍ୟା, କଳା ଦାଗ ଏବଂ ସନ ଟ୍ୟାନ ସମସ୍ୟାକୁ ଦୂର କରିଥାଏ । ଆପଣ ତ୍ୱଚା ଜନିତ ସମସ୍ୟାକୁ ଦୂର କରିବା ପାଇଁ ଡାଳିମ୍ବ ମଞ୍ଜିର ଜୁସ ପିଇବା ସହିତ ଏହାକୁ ଫେସ ପ୍ୟାକ ପରି ମଧ୍ୟ ବ୍ୟବହାର କରିପାରିବେ ।

ତେବେ ଡାଳିମ୍ବ ଭିଟାମିନ ସିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ତ୍ୱଚା ଏବଂ କେଶକୁ ହାଇଡ୍ରେଟଡ ରଖିବାରେ ସାହାଯ୍ୟ କରିଥାଏ । ଗୋଟିଏ ଡାଳିମ୍ବରେ ୮୨ ପ୍ରତିଶତ ଜଳ ରହିଥାଏ ତେଣୁ ଏହା ତ୍ୱଚାର ମସୃଣତାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ତେବେ ଏହାର ପ୍ୟୁନିସିକ ଏସିଡ କେଶର ମୂଳକୁ ଶକ୍ତିଶାଳୀ କରିବା ସହିତ ରକ୍ତ ସଞ୍ଚାଳନକୁ ଠିକ କରିଥାଏ । ଆପଣ ମଧ୍ୟ ଡାଳିମ୍ବ ତେଲକୁ କେଶରେ ମସାଜ କରିପାରିବେ ଯାହା କେଶ ଝଡା, ରୁପି ସମସ୍ୟା ଦୂର କରିବା ସହିତ ପ୍ରାକୃତିକ କଣ୍ଡିସନର ଭାବେ କାର୍ଯ୍ୟ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button