ସ୍ୱାସ୍ଥ୍ୟ

ବିନା କାରଣରେ ସକାଳୁ ଉଠିଲେ ହେଉଛି କି ମୁଣ୍ଡ ବିନ୍ଧା ? ତେବେ ଥାଇପାରେ ଏହି କାରଣ

କଣ ଆପଣଙ୍କର ମଧ୍ୟ ପ୍ରତିଦିନ ସକାଳେ ଉଠିଲା ମାତ୍ରେ ମୁଣ୍ଡ ବିନ୍ଧୁଛି ? ଦୈନିକ ମୁଣ୍ଡ ବିନ୍ଧା ଔଷଧ ସହ ଦିନର ଆରମ୍ଭ କରିବାକୁ ପଡ଼ୁଛି ? ଯଦି ଏହି ପ୍ରଶ୍ନର ଉତ୍ତର ହଁ ,ତେବେ ଭୁଲରେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଆପଣ ସାଧାରଣତଃ ଭାବି ନଜରଅନ୍ଦାଜ କରୁଥିବା ଏହି ମୁଣ୍ଡବିନ୍ଧାର କାରଣ କିଛି ଭୟଙ୍କର ରହିପାରେ। ଆଜି ଆମେ ଆପଣଙ୍କୁ ବିନା କାରଣରେ ପ୍ରତିଦିନ ସକାଳୁ ମୁଣ୍ଡ ବିନ୍ଧାବାର କାରଣ ଏବଂ ତାହାର ଉପଚାର କହିବାକୁ ଯାଉଛୁ।

man-with-headach

କଣ ରହିଥାଏ କାରଣ

ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ କିଛି ଲୋକଙ୍କର ମୁଣ୍ଡ ବିନ୍ଧିଥାଏ। ଏହାର  ମୁଖ୍ୟ କାରଣ ମାଇଗ୍ରେନ୍‌ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ସକାଳ ୮ରୁ ୯ଟା ମଧ୍ୟରେ ଶରୀର କୌଣସି ପେନ୍‌କିଲର୍ସ , ଏଣ୍ଡାଫ୍ରିନ୍ ଓ ଏନ୍‌କ୍ୟାଫଲିନୋ ବାହାର କରିଥାଏ। ଯାହା ଶରୀରର ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏଣୁ ମାଇଗ୍ରେନ୍‌ ରୋଗୀଙ୍କୁ ସକାଳୁ ଉଠିବା ମାତ୍ରେ ବହୁ ଜୋରରେ ମୁଣ୍ଡବିନ୍ଧା ହୋଇଥାଏ।

ଏହା ଛଡ଼ା ସାଇନୋସାଇଟ୍‌, ବ୍ରେନ୍‌ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍‌, ସ୍ଲିପ୍‌ ଏମ୍ପିନିଆ, ଇନ୍‌ସୋମେନିଆ ବା ରାତିରେ ଠିକ୍‌ଭାବେ ନିଦ ନଆସିବାର ଆଦି ମୁଣ୍ଡବିନ୍ଧାର ମୁଖ୍ୟ କାରଣ ପାଲଟିଥାଏ। ତେବେ ଏହା ବ୍ୟତୀତ ଅଯଥା ଅନେକ ପ୍ରକାରର ଔଷଧ ସେବନ, ରାତିରେ ଅତ୍ୟଧିକ କଫି କିମ୍ବା ଆଲକହଲ ସେବନ ମଧ୍ୟ ସକାଳ ମୁଣ୍ଡବିନ୍ଧାର କାରଣ  ସାଜିଥାଏ।

headache

ସକାଳେ ହେଉଥିବା ମୁଣ୍ଡବିନ୍ଧାକୁ ନଜରନ୍ଦାଜ କରନ୍ତି ବା ମୁଣ୍ଡବିନ୍ଧା ଔଷଧ ଖାଇଦେଇ କାମ ଚଳାଇଦିଅନ୍ତି, ସେମାନଙ୍କୁ ଭବିଷ୍ୟତରେ ଅନେକ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ। ଯଦି ଆପଣ ଏହାର ସଠିକ୍‌ ସମୟରେ ଚିକିତ୍ସା  କରୁନାହାନ୍ତି ତେବେ ଭବିଷ୍ୟତରେ ପାରାଲିସିସ୍, ଫିଟ୍ସ ଓ ଅସମୟରେ ଅଚେତ ହେବା ଭଳି ଗମ୍ଭୀର ସମସ୍ୟା ଭୋଗିପାରନ୍ତି।

କିପରି କରିବେ ଚିକିତ୍ସା

ଯଦି ଆପଣଙ୍କର ସପ୍ତାହକୁ ୩-୪ଥର ସକାଳୁ ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଏନେଇ ପରାମର୍ଶ କରନ୍ତୁ। ପରେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ MRI ଓ EEG ମଧ୍ୟ କରାଇ ନିଅନ୍ତୁ। ଚେଷ୍ଠା କରନ୍ତୁ ରାତିରେ ଯେପରି ଅଧିକ ସମୟ ପର‌୍ୟ୍ୟନ୍ତ ମୋବାଇଲ କିମ୍ବା ଟିଭି ନଦେଖନ୍ତୁ। ଏଥିସହ ରାତିରେ  ଆଲକହଲ ଓ କଫି ପିଇବା ମଧ୍ୟ ବନ୍ଦ କରନ୍ତୁ। ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ତେଣୁ ରାତିରେ ଭଲ ନିଦ ହୋଇଥାଏ। ଯାହାଫଳରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button