ଜ୍ୟୋତିଷ

ଦୀପାବଳିରେ ଦୀପ ଜାଳିବା ପୂର୍ବରୁ ଜାଣିରଖନ୍ତୁ ଏହି ଜିନିଷ, ନଚେତ…..

ଖରାପ ଉପରେ ଭଲର ପ୍ରତିକ ହେଉଛି ଦୀପାବଳି। ଏହି ପର୍ବ ପାଇଁ ଘର ମାନଙ୍କରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଦୀପାବଳିରେ ଆପଣ କେଉଁ କେଉଁ ସ୍ତାନରେ ଦୀପ ଜଳାଇବା ଉଚିତ ଯାହା ଦ୍ବାରା ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ କୃପା ସବୁବେଳେ ରହିଥାଏ।

deepabaliଏକ ବଡ ଦୀପକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ସାମନାରେ ଜଳାନ୍ତୁ

-ସର୍ବପ୍ରଥମେ ଏକ ବଡ ଦୀପ ନେଇ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ଜଳାନ୍ତୁ।

-ଏହା ପରେ ଘରକୁ ତେଲ ଦୀପରେ ସଜାନ୍ତୁ।

-ଆପଣ ଆପଣଙ୍କର ମୁଖ୍ୟ ଦ୍ବାରର ଦୁଇ ପାର୍ଶ୍ବରେ ସୋରିଷ ତେଲ ଦ୍ବାରା ଦୀପ ଜଳାନ୍ତୁ।

-ଘରର ଅଗଣାରେ ଘିଅର ଦୀପ ଲଗାଇବା ଉଚିତ।

Candles

ଘରର ଦାରିଦ୍ରତା ହୋଇଥାଏ ଦୂର

-ଘର ପାଖରେ ଥିବା ଚଉଁରାରେ ମଧ୍ୟ ଦୀପ ଜଳାଇ ରଖିବା ଉଚିତ। ଏପରି କରିବା ଦ୍ବାରା ଦାରିଦ୍ରତା ଦୂର ହୋଇଥାଏ।

-ଘରର ପାଖରେ ଯଦି କିଛି ମନ୍ଦିର ରହିଛି ତେବେ ସେଠାରେ ମଧ୍ୟ ଦୀପ ଜଳାଇବା ଉଚିତ।

-ଦୀପାବଳି ଦିନ ରାତିରେ ବର ଗଛ ତଳେ ଦୀପ ଜଳାଇବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

deepa

ରୋଷେଇ ଘରେ ଘିଅର ଦୀପ ଜଳାନ୍ତୁ

-ଘରର ବେଡରୁମରେ ଦୀପରେ କର୍ପୁର ରଖି ଜଳାଇବା ଦ୍ବାରା ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଆହୁରି ମଧୁର ହୋଇଯାଇଥାଏ।

-ଘରର ଗୃହିଣୀ ମଧ୍ୟ ରୋଷେଇ ଘରେ ଘିଅର ଦୀପକୁ ନେଇ ଗ୍ୟାସ ଚୁଲାର ଦୁଇ ପାର୍ଶ୍ବରେ ଜଳାନ୍ତୁ। ଏମିତି କରିବା ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ହୋଇନଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button