ଦେଶ- ବିଦେଶ

ଇଂରାଜୀରେ ର୍ଦୁବଳ ଅଛନ୍ତି କି, ଏହି ଚାରିଟି ସହଜ ଉପାୟ ଅାପଣଙ୍କୁ କରିବ ସାହାଯ୍ଯ

ବର୍ତ୍ତମାନ ଯୁଗରେ ଇଂରାଜୀ ଭାଷା ଜାଣିବା ସମସ୍ତଙ୍କ ପାଇଁ ନିତ୍ଯା ଜରୁରୀ ହୋଇଛି। କହିବାକୁ ଗଲେ ଇଂରାଜୀ ଭାଷା ଦ୍ବାରା ଲୋକଙ୍କ ବ୍ଯକ୍ତିତ୍ବ ତଥା ତାଙ୍କ ଶିକ୍ଷାଗତା  ଯୋଗ୍ଯାତା ଜଣାପଡ଼ିଥାଏ। ଏଣୁ ଆଜି ଆମେ ଏହି ରିପୋର୍ଟରେ ଶୀଘ୍ର ଇଂରାଜୀ ଶିଖିବାର କିଛି ସହଜ ଏବଂ ସରଳ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ।

ପଢ଼ିବା ଅଭ୍ଯାସ

ସବୁଠାରୁ ପ୍ରଥମେ ଆପଣଙ୍କୁ ଇଂରାଜୀ ବହି କିମ୍ବା ଯେକୌଣସି ଇଂରାଜୀରେ ଲେଖା ଛୋଟ ଛୋଟ ଲାଇନ୍ ପଢ଼ିବ ଅଭ୍ଯାସ କରିବାକୁ ପଡ଼ିବ। ଏଥିପାଇଁ ଆପଣ କୌଣସି ଇଂରାଜୀ କମିକ୍ ବା ଛୋଟ ବହିର ସାହାଯ୍ଯ ନେଇପାରିବେ। ଯେଉଁଥିରେ ଛୋଟ ଏବଂ ସରଳ ଶବ୍ଦର ବ୍ଯବହାର କରାଯାଇଥିବ। ଆପଣ ଇ-ବୁକ୍ ମଧ୍ୟ ଡାଉନଲୋଡ଼ କରି ପଢ଼ିପାରିବେ। ଏହା ଦ୍ବାରା ଆପଣଙ୍କ ଭୋକାବୁଲାରୀ ସଠିକ୍ ହୋଇଯିବ।

english

ଡ଼ିକ୍ସନାରିର ବ୍ଯବହାର

ଯଦି ଆପଣ ଇଂରାଜୀ ପଢ଼ୁଛନ୍ତି ଏବଂ ସେଠାରେ କୌଣସି  ଶବ୍ଦ ବୁଛିପାରୁ ନାହାନ୍ତି ତେବେ ଆପଣ ଏକ ଡିକ୍ସନାରିର ସାହାଯ୍ଯ ନେଇପାରିବେ। ଆପଣ ଏଥିପାଇଁ ସ୍ମାର୍ଟଫୋନରେ ମିଳୁଥିବା ଡିକ୍ସନାରିର ବ୍ଯବହାର ମଧ୍ୟ କରିପାରିବେ।

ଦୈନିକ କରନ୍ତୁ ଅଭ୍ଯାସ

ଯେକୌଣସି ଜିନିଷକୁ ବାରମ୍ବାର ଅଭ୍ଯାସ କରିବା ଦ୍ବାରା ତାହା ସଠିକ  ହୋଇଥାଏ। ଏଣୁ ଇଣାଜି ପଢ଼ିବା ଏବଂ ଲେଖିବା ଅଭ୍ଯାସ ଦୈନିକ ଭାବେ କରନ୍ତୁ। ଏହାଦ୍ବାରା ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବା ସହ ଇଂରାଜୀ କହିବା ଏବଂ ଲେଖିବାରେ ସଂଙ୍କୋଚ ରହିବ ନାହିଁ।

communication

ଇଣ୍ଟରନେଟର କରନ୍ତୁ ବ୍ଯବହାର

ଆପଣ ଇଂରାଜୀ ପଢ଼ିବା ତଥା ଲେଖିବାର ଅଭ୍ଯାସ ଇଣ୍ଟରନେଟ ମିଳୁଥିବା ବେସିକ୍ ଟ୍ରେନିଂ ଭିଡ଼ିଓ ମାନଙ୍କରୁ ଶିକ୍ଷା କରିପାରିବେ। ଏଣୁ ବର୍ତ୍ତମାନ ସମୟରେ ଇଂରାଜୀ ଶିକ୍ଷା କରିବାର ସବୁଠାରୁ ସହଜ ଉପାୟ ହେଉଛି ଇଣ୍ଟରନେଟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button