ସ୍ୱାସ୍ଥ୍ୟ

ଥକାପଣ ସହ ଭଲ ନିଦ ସବୁର ସମାଧାନ ଗରମ କ୍ଷୀର , ଜାଣନ୍ତୁ ଆଉ କଣ ମିଳିଥାଏ ଫାଇଦା

ଛୁଆ ହୁଅନ୍ତୁ ବା ବ୍‌ଦ୍ଧା କ୍ଷୀର ପିଇବା ସମସ୍ତଙ୍କ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ଖାସ କରି ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍ ସମୟ ଏବଂ ପରିମାଣର କ୍ଷୀର ପିଇବା ଆବଶ୍ଯକ। ଆଜି ଆମେ ଆପଣଙ୍କୁ ଗରମ କ୍ଷୀର ପିଇବାର ସମୟ ସହ ତାହାର ଅନେକ ଫାଇଦା ବିଷୟରେ କହିବାକୁ ଯାଉଛୁ।

ଗରମ କ୍ଷୀରର ସେବନ ଉଦ୍ଭୟ ସକାଳ ଏବଂ ସନ୍ଧ୍ଯାରେ କରାଯାଇପାରିବ। ସକାଳେ ଗରମ କ୍ଷୀରର ସେବନ ଦିନଯାକ ଶରୀରରେ ଉର୍ଜା ରଖିଥାଏ। ଏଥିସହ ସନ୍ଧ୍ଯା ସମୟରେ ଏହାର ସେବନ ଆଖି ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସବୁଠାରୁ ଭଲ ଏହାକୁ ରାତି ସମୟରେ ପିଇବା। କାରଣ ଏହା ଦ୍ବାରା ଶରୀର କ୍ଷୀରରେ ରହିଥିବା ନ୍ଯୁଟ୍ରିସିୟସକୁ ଟାଣି ନେଇଥାଏ। ତେବେ କ୍ଷୀରର ସେବନ ଭୁଲରେ ମଧ୍ୟ ଖାଲି ପେଟରେ କରିବା ଉଚିତ୍ ନୁହଁ।

milk

ଗଣ୍ଠି ଯନ୍ତ୍ରଣା

ଯଦି ଆପଣଙ୍କର ଗଣ୍ଠି ଜନିତ ରୋଗ ରହିଛି ତେବେ ଆପଣଙ୍କ ପାଇଁ ଗରମ କ୍ଷୀର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଗରମ କ୍ଷୀରରେ ଦୁଇ ଚାମଚ ହଳଦି ମିଶାଇ ପିଅନ୍ତୁ ଦେଖିବେ ଗଣ୍ଠି ଜନିତ ଯନ୍ତ୍ରଣା ସହ ଏହାର ଫୁଲା ମଧ୍ୟ କମ ହୋଇଯିବ।

Milk-Diet-

ଓଜନ ବଢ଼ିବା ଏବଂ କମ ପାଇଁ

ବଡ଼ି ବନାଇବା ପାଇଁ ବହୁତ ଲାଭଦାୟକ ରାତିରେ କ୍ଷୀର ପିଇବା। ଏହା ଛଡ଼ା ରାତିରେ ଗରମ କ୍ଷୀର ପିଇବା ଦ୍ବାରା ଓଜନ କମ ମଧ୍ୟ ହୋଇଥାଏ। ଏଣୁ ଯଦି ଆପଣ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଦିନ ସମୟରେ କ୍ଷୀର ପିଇବା ଅଭ୍ଯାସ କରନ୍ତୁ।

sleep

ଭଲ ନିଦ

ଭଲ ଏବଂ ଗଭୀର ନିଦ ପାଇଁ ଖାଇବା ପରେ ୧ଗ୍ଲାସ କ୍ଷୀର ପିଅନ୍ତୁ। ଆପଣ ଏହାକୁ ଅସ୍ବଗନ୍ଧା ଏବଂ ତ୍ରିଫଳ ସହ ମଧ୍ୟ ପିଇପାରିବେ। ଏହା ଦ୍ବାରା ଗମ୍ଭୀର ନିଦ ହୋଇଥାଏ।

ଡିପ୍ରେସନରୁ ଦୂର

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଗରମ କ୍ଷୀରର ସେବନ ବ୍ଯକ୍ତିଙ୍କୁ ଡିପ୍ରେସନରୁ ବଞ୍ଚାଇଥାଏ। ଏଥିସହ କୌଣସି ପ୍ରକାରର ଚିନ୍ତା ରହିଥିଲେ ମଧ୍ୟ କ୍ଷୀର ପିଇବା ଦ୍ବାରା ତାହା ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button