ସ୍ୱାସ୍ଥ୍ୟ

ଦୀପାବଳିରେ ହୋଇଥିବା ପ୍ରଦୂଷଣ ପାଇଁ ଚିନ୍ତିତ ? ତେବେ ସମସ୍ଯା ଦୂର କରିବ ଗୁଡ଼

ପ୍ରଦୂଷଣ କାରଣରୁ ଲୋକଙ୍କ ମଧ୍ୟରେ ଆସ୍ତମା, ବ୍ରାକ୍ନାଇଟିସ୍, ପଲ୍ମୋନରି ଆଦି ରୋଗ ଦେଖା ଯାଇଥାଏ। ଖାଲି ତାହା ନୁହଁ ଛୋଟ ଶିଶୁ ମାନଙ୍କ କ୍ଷେତ୍ରରେ ନିମୋନିଆର ଆଶଙ୍କା ମଧ୍ୟ ବହୁତ ବଢ଼ିଥାଏ। ତେବେ ଆପଣ ଜାଣିଛନ୍ତି କି, ଏହି ପ୍ରଦୂଷଣ ଜନିତ ସମସ୍ତ ରୋଗର ଏକମାତ୍ର ଘରୋଇ ସମାଧାନ ହେଉଛି ଗୁଡ଼। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ପ୍ରମାଣିତ ହୋଇଛି। ଦୈନିକ ଯେଉଁମାନେ ଗୁଡ଼ର ସେବନ କରିଥାନ୍ତି ତାଙ୍କ ନିକଟରେ ପ୍ରଦୂଷଣ ଜନିତ ରୋଗ ବହୁମାତ୍ରାରେ କମ ଦେଖାଯାଇଥାଏ। ଏହା ପ୍ରାକୃତିକ  ଭାବେ ଶରୀରର ପ୍ରଦୂଷଣ ଜନିତ ଦୂଷିତ ବାୟୁକୁ ବାହାର କରିଥିବା ବେଳେ ଶରୀରକୁ ପୁନଃବାର ଟକ୍ସିନ୍ସ କରିଥାଏ।

jaggery 3

ବହୁ ପୁରାତନ କାଳରୁ ଗୁଡ଼ ଭାରତୀୟ ଖାଦ୍ଯପାନର ଏକ ଜରୁରୀ ଅଂଶରେ ପରିଣତ ହୋଇଛି। ଏପରିକି ଅନେକ ଲୋକ ଖାଦ୍ଯ ଗ୍ରହଣର କିଛି ସମୟ ପରେ ଗୁଡ଼ର ସେବନ କରିଥାନ୍ତି। ଏହା ପାଚନକ୍ରିୟାକୁ ଠିକ୍ କରିବା ସହ ଶରୀରରେ ମେଟାବୋଲିଜିମ୍ ସଠିକ୍ ରଖିଥାଏ। ଏହା ଛଡ଼ା ଗୁଡ଼ ଆସ୍ତମା ରୋଗୀଙ୍କ ପାଇଁ ବହୁ ଲାଭକାରୀ କାରଣ ଏଥିରେ ଆଣ୍ଟି- ଆର୍ଲଜି ଗୁଣ ରହିଛି।

jaggery

ପ୍ରଦୂଷଣ କାରଣରୁ ସବୁଠାରୁ ଅଧିକ ନିଃଶ୍ବାସ ନେବାରେ ଅସୁବିଧା ଲାଗିଥାଏ। ବାୟୁରେ ବାଣର ପ୍ରଦୂଷଣ ପବନ ଥିବାରୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ନିଶ୍ବାନ ନେବାରେ ଅନେକ ଅସୁବିଧା ହୋଇଥାଏ। ଏଥିପାଇଁ ଆପଣ ଗୋଟିଏ ଚାମଚ ଲହୁଣୀରେ ଟିକେ ଗୁଡ଼ ଏବଂ ହଳଦୀ ମିଶାଇ ଦିନରେ ୩-୪ଥର ତାହାର ସେବନ କରନ୍ତୁ। ଦେଖିବେ ଏହା ଶରୀରରେ ଥିବା ସମସ୍ତ କ୍ଷତିକାରକ ପଦାର୍ଥକୁ ବାହାର କରିଦେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button