ଜ୍ୟୋତିଷ

ଯଦି ଆସୁଛି କଥାକଥାରେ ରାଗ, ତେବେ ରହିଛି କୌଣସି ବାସ୍ତୁ ଦୋଷ

ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ କଥାକଥାରେ ରାଗ ଲାଗିଥାଏ। ଏପରିକି ସେମାନେ ଯେତେ ଚେଷ୍ଠା କଲେ ମଧ୍ୟ ନିଜ ରାଗକୁ ନିୟନ୍ତ୍ରିତ କରିପାରନ୍ତି ନାହିଁ। ଏଣୁ ରାଗ ସମୟରେ ସେମାନେ ଏପରି କିଛି କଥା କହି ଦେଇଥାନ୍ତି ଯାହାର ପଶ୍ଚତାପ ତାଙ୍କୁ ପରେ ହୋଇଥାଏ। ତେବେ ଭାରତୀୟ ବାସ୍ତୁଶାସ୍ତ୍ରରେ କ୍ରୋଧକୁ ନିୟନ୍ତ୍ରିତ କରିବାର ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ଅବଲମ୍ବନ କରି ଆପଣ ନିଜ ରାଗକୁ ଆରାମରେ ନିୟନ୍ତ୍ରଣରେ ରଖିପାରିବେ। ଏଥିସହ ନିଜ ମନକୁ ଶାନ୍ତ ମଧ୍ୟ ରଖିପାରିବେ। ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ ପାଳନ କରିବା ଦ୍ବାରା ଆପଣ ରାଗ ନିୟନ୍ତ୍ରଣରେ ରହିବ।

-ଘରେ ସବୁବେଳେ  ସୂର୍ଯ୍ଯଙ୍କର ଆଲୋକ ତଥା ପ୍ରାକୃତିକ ପବନ ଆସୁଥିବା ତାହାର ସବୁବେଳେ ଧ୍ୟାନ ରଖନ୍ତୁ। ଘରେ କିଛି ଗଛ ଲଗାନ୍ତୁ। ଏଥିସହ କିଛି କ୍ରିଷ୍ଟଲ ପେନ୍ସିଲ ଲକେଟ ମଧ୍ୟ ଘରେ ଲଗାଇପାରିବେ। ଏହା ଦ୍ବାରା କ୍ରୋଧ ନିୟନ୍ତ୍ରଣ ହେବା ସହ ଚିଡ଼ଚିଡ଼ାପଣ ଦୂର ହୋଇଥାଏ।

house

-କ୍ରିଷ୍ଟଲ ବଲ ଘରେ ଲଗାଇବା ଦ୍ବାରା ଘରର ବାତାବରଣ ଶାନ୍ତ ରହିଥାଏ। ଏଥିସହ ଘରେ ସବୁବେଳେ ଶାନ୍ତ ବାତାବରଣ ରଖିବା ପାଇଁ ଘରର ଡ୍ରଇଂ ରୁମରେ ଲାଫିଂ ବୁଦ୍ଧଙ୍କର ମୂର୍ତ୍ତି ରଖନ୍ତୁ।

– ଭଗବାନ ଗଣେଶ ନିୟମିତ ଭାବେ ପୂଜା କରନ୍ତୁ। ଏଥିସହ ଖାଦ୍ଯରେ ଦହିକୁ ସାମିଲ କରନ୍ତୁ। ଏପରି କୁହାଯାଇଥାଏ ଦହିକୁ ଚିନି ସହ ମିଶାଇ ଖାଇବା ଦ୍ବାରା କ୍ରୋଧ କମ ହୋଇଥାଏ।

silver kada

– କ୍ରୋଧ ନିୟନ୍ତ୍ରଣ ପାଇଁ ପର୍ସରେ ରୁପାର ଚନ୍ଦ୍ର ଯନ୍ତ୍ର ରଖନ୍ତୁ ଏଥିସହ ରୁପାାର କଡ଼ା ପିନ୍ଧନ୍ତୁ।

-ଘରେ ଫୁଲ ଗଛ ବା ଫୁଲ ରଖିବା ଦ୍ବାରା ସମସ୍ତଙ୍କ ମନ ଶାନ୍ତ ରହିଥାଏ। ଏଣୁ ଘରର ଦକ୍ଷିଣ ଦିଗରେ ନାଲି ରଙ୍ଗର ଫୁଲ ଏବଂ ଦକ୍ଷିଣ- ପଶ୍ଚିମ ଦିଗରେ ହଳଦିଆ ରଙ୍ଗର ଫୁଲ ରଖନ୍ତୁ। ତେବେ ଭୁଲରେ ମଧ୍ୟ ଶୋଇବା ଘରେ ଫୁଲ ରଖନ୍ତୁ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button