ରାଜ୍ୟ

ମହାଭାରତ ଶିକ୍ଷା: ଶତୃ ଆପଣଙ୍କ ଠାରୁ ଅଧିକ ବଳଶାଳୀ ହୋଇଥିଲେ କଣ କରିବେ

ପୌରାଣିକ ଶାସ୍ତ୍ରରେ ଏପରି ଅନେକ ଜିନିଷ ବର୍ଣ୍ଣିତ ଯାହାର ପ୍ରଭାବ ଆମ ଜୀବନରେ ପଡିଥାଏ। ସେହିଭଳି ମହାଭାରତରେ ବର୍ଣ୍ଣିତ ଥିବା ଏକ ଘଟଣା ବିଷୟରେ ଆଜି ଆମେ କହିବାକୁ ଯାଉଛୁ। ମହାଭାରତରେ ଅନେକ ଶକ୍ତିଶାଳୀ ରାଜାମାନଙ୍କର ବର୍ଣ୍ଣନା କରାଯାଇଛି। ଏଭଳି ଜଶେ ମହାରଥୀ ରାଜା ଥିଲେ ଜରାସନ୍ଧ। ରାଜା ଜରାସନ୍ଧ ଏବଂ ଶ୍ରୀକୃଷ୍ଣ ମଧ୍ୟରେ ବିଶାଳ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଭଗବାନ କୃଷ୍ଣ କୁଟନୀତିରେ ବିଜୟ ଲାଭ କରିଥିଲେ।

lord krishnaମହାଭାରତ ଅନୁଯାୟୀ, ଜରାସନ୍ଧ ମଗଧର ରାଜା ଥିଲେ। ସେ ଅନ୍ୟ ରାଜାମାନଙ୍କୁ ଯୁଦ୍ଧରେ ପରାସ୍ତ କରି ପାହାଡ଼ ଉପରେ ଅବସ୍ଥିତ ଥିବା ନିଜ ପ୍ରାସାଦରେ ବନ୍ଦୀ ରଖିଥିଲେ। ମହାଭାରତ ତଥ୍ୟ ଅନୁଯାୟୀ, ଭୀମ ମଧ୍ୟ ଜରାସନ୍ଧଙ୍କ ସହ ଯୁଦ୍ଧ କରି ତାଙ୍କୁ ମାରି ଦେଇଥିଲେ। ସେହିପରି ଶ୍ରୀମଦ୍ ଭାଗବତ ଅନୁସାରେ ଶ୍ରୀକୃଷ୍ଣ ଏବଂ ବଳରାମ ମଧ୍ୟ ଜରାସନ୍ଧଙ୍କ ସହ ଯୁଦ୍ଧ କରିଥିଲେ। ଶତୃ ଯେତେ ଶକ୍ତିଶଳୀ ହୋଇଥିଲେ ମଧ୍ୟ ତାହାର କିଛି ନା କିଛି ଦୁର୍ବଳତା ରହିଥାଏ।ଏନେଇ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି ଶତ୍ରୁ ଆପଣଙ୍କଠୁ ଅଧିକ ଶକ୍ତିଶଳୀ ରହିଥାଏ ତେବେ କେଉଁ ଉପାୟରେ ଆପଣ ହେବେ ବିଜୟ।

. ଭଗବାନ ଶ୍ରୀକୃଷ୍ଣ ଏବଂ ଜରାସନ୍ଧଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମଙ୍କୁ ଦୌଡ଼ୁଥିବାର ଦେଖି ଜରାସନ୍ଧ ହସିବାକୁ ଲାଗିଥିଲେ।

. ବହୁତ ଦୂର ପର୍ଯ୍ୟନ୍ତ ଦୌଡ଼ିବା ପରେ ଦୁଇ ଏକ ଉଚା ପର୍ବତ ଉପରେ ପହଞ୍ଚି ଯାଇଥିଲେ। ସେହି ପର୍ବତରେ ସର୍ବଦା ବର୍ଷା ହୋଇଥାଏ।

mahabharat. ଦୁଇ ଭାଇ ପାହାଡ଼ରେ ଲୁଚି ଯିବାର ଦେଖି ଜରାସନ୍ଧ ସେହି ପର୍ବତରେ ଅଗ୍ନି ସଂଯୋଗ କରି ଜାଳି ଦେଇଥିଲେ।

. ପର୍ବତଟି ଜଳିବାର ଦେଖି ଦୁଇ ଭାଇ ଜରାସନ୍ଧର ସୈନ୍ଯଗଣଙ୍କୁ ଅତିକ୍ରମ କରି ୪୪ କୋଷ ପର୍ବତରୁ ସିଧା ତଳକୁ ଡେଇଁ ପଡ଼ିଥିଲେ।

. ସେହି ସମୟରେ ଦୁଇ ଭାଇଙ୍କୁ ଜରାସନ୍ଧ ଏବଂ ତାଙ୍କର କୌଣସି ସୈନ୍ୟମାନେ ଦେଖି ପାରିନଥିଲେ। ସେଠାରୁ ଦୁଇ ଭାଇ ଚାଲି ସମୁଦ୍ରରେ ଘେରି ହୋଇଥିବା ଦ୍ବାରକାପୁରୀରେ ପହଞ୍ଚିଥିଲେ।

. ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ସେହି ଅଗ୍ନିରେ ଜଳି ଯିବା ସହ ନିଜର ବହୁତ ବଡ଼ ସେନାକୁ ଫେରାଇ ମଗଧ ଦେଶରୁ ଚାଲିଯିବା କଥା ଜରାସନ୍ଧ କହିଥିଲେ।

krishnaଏହି ଯୁଦ୍ଧ ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଠାରୁ କୁଟନୀତିର ଶିକ୍ଷା ମିଳିଥାଏ। ଯୁଦ୍ଧରେ ପଳାୟନ କରି ଭଗବାନ କୃଷ୍ଣ ଜରାସନ୍ଧଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ କି ସେ ଅତି ଶକ୍ତିଶାଳୀ କୃଷ୍ଣ ଏବଂ ବଳରାମଙ୍କୁ ଯୁଦ୍ଧରେ ପରାସ୍ତ କରିପାରିଛନ୍ତି। ଏହା ବ୍ୟତୀତ ଭଗବାନ କୃଷ୍ଣ କହିଛନ୍ତି, ଯଦି ଶତୃ ଆପଣଙ୍କ ଠାରୁ ଅଧିକା ବଳଶାଳୀ ହୋଇଥାନ୍ତି, ତେବେ ନିଜେ ନିଜକୁ ଏପରି ମଜବୁତ କରନ୍ତୁ ଯେପରି ଆପଣ ତାଙ୍କ ଯୁଦ୍ଧ କରିପାରିବେ। ଏହା ପରେ ଆପଣ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାନ୍ତୁ ନଚେତ ଯୁଦ୍ଧ କ୍ଷେତ୍ର ପରିତ୍ୟାଗ କରିବାରେ କୌଣସି ଖରାପ ହେବ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button