ଜ୍ୟୋତିଷ

କାହିଁକି ସିଂହ ହେଲା ମାଁ ଦୁର୍ଗାଙ୍କ ବାହନ, ଜାଣନ୍ତୁ ଏହା ପଛର ପୌରାଣିକ ତଥ୍ୟ

ହିନ୍ଦୁ ଧର୍ମରେ ସମସ୍ତ ଦେବାଦେବୀଙ୍କ ବାହନ ଭିନ୍ନଭିନ୍ନ ରହିଛନ୍ତି। ସେହିପରି ଲକ୍ଷ୍ମୀଙ୍କ ବାହନ ପେଚା, ଗଣେଶଙ୍କ ବାହନ ମୂଷା ଏବଂ ମାଁ ଦୁର୍ଗାଙ୍କର ବାହନ ସିଂହ ରହିଛି। ତେବେ ସମସ୍ତଙ୍କ ବାହନଙ୍କ ପଛରେ ରହିଛି ଏକ ପୌରାଣିକ କାରଣ । ଆଜି ଆମେ ସେହିପରି ଦୁର୍ଗାଙ୍କ ବାହନ ସିଂହ ହେବା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ବାସ୍ତବରେ କାହିଁକି ଦୁର୍ଗା ବାଛିଛନ୍ତି ସିଂହକୁ ନିଜର ବାହନ।

devi durga

ପୌରାଣିକ ତଥ୍ୟ ଅନୁଯାୟୀ ମା ଦୁର୍ଗା ହେଉଛନ୍ତି ପାର୍ବତୀଙ୍କ ଏକ ରୁପ। ସେ ବହୁ ବର୍ଷ ଧରି ଭଗବାନ ଶିବଙ୍କୁ ସ୍ବାମୀ ଭାବେ ପାଇବା ପାଇଁ କଠୋର ଆରାଧନା କରିଥିଲେ। ଏନେଇ ଖୁବ ତପସ୍ୟା ମଧ୍ୟ କରିଥିଲେ ଦେବୀ। ଅନେକ ବର୍ଷ ପର‌୍ୟ୍ୟନ୍ତ ତପସ୍ୟା କରିବା କାରଣରୁ ମାଁଙ୍କ ବର୍ଣ୍ଣ ଗୋରାରୁ ଶୈମଳ ହୋଇଯାଇଥିଲା। ପରେ ଶିବ ତାଙ୍କ ତପସ୍ୟାରେ ପ୍ରସନ୍ନ ହେବା ସହ ଦେବୀଙ୍କୁ ବିବାହ କରିବାକୁ ରାଜି ହୋଇଯାଇଥିଲେ। ଉଦ୍ଭୟଙ୍କ ବିବାହ ହେବା ପରେ ତାଙ୍କର ଗଣେଶ ଏବଂ କାର୍ତ୍ତିକ ଦୁଇ ପୁତ୍ର ସନ୍ତାନ ହୋଇଥିଲେ।

ଶାସ୍ତ୍ରନୁଯାୟୀ, ବିବାହ ପରେ ଶିବ-ପାର୍ବତୀ ଏକ ସାଙ୍ଗରେ ବସିଥିଲେ। ସେହି ସମୟ.କୌଣସି କାରଣରୁ ଶିବ ଦେବୀଙ୍କୁ କଳା ବୋଲି କହି ଦେଇଥିଲେ। ଯେଉଁଥିରେ କ୍ରୋଧିତ ପାର୍ବତୀ ଘୋର ବନ ମଧ୍ୟରେ ତପସ୍ୟା କରିବା ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ନିକଟକୁ ଏକ ଭୋକିଲା ସିଂହ ଆସିଥିଲା।

durga 2

ସେ ମାତାଙ୍କୁ ନଖାଇ ବରଂ ତାଙ୍କ ସହ ସେଠାରେ ତପସ୍ୟା କରିବା ଆରମ୍ଭ କରିଥିଲା। କିଛି ସମୟ ପରେ ପାର୍ବତୀଙ୍କ ତପସ୍ୟାରେ ଖୁସି ହୋଇ ଭଗବାନ ଶିବ ତାଙ୍କୁ ଗୋରା ହେବାର ଆର୍ଶୀବାଦ ଦେଇଥିଲେ। ଏହି ସମୟରେ ଦେବୀ ଆଖି ଖୋଲି ସାମ୍ନାରେ ସିଂହକୁ ଦେଖିଥିଲେ। ଯାହାପରେ ସେ ଭୋକିଲା ସିଂହର ତପସ୍ୟାରେ ଖୁସି ହେବା ସହ ତାହାକୁ ନିଜର ବାହନ ଭାବେ ସ୍ବୀକାର କରିଥିଲେ। ଯାହାପରେ ଦେବୀଙ୍କ ସହ ସମସ୍ତ ସ୍ଥାନରେ ତାଙ୍କ ବାହନ ସିଂହକୂ ପୂଜା କରାଯାଇଥାଏ।

ଦ୍ବିତୀୟ କଥା ଅନୁସାରେ, ସ୍କନ୍ଦ ପୁରାଣରେ ଉଲ୍ଳେଖ କରାଯାଇଛି କି, ଶିବ ଏବଂ ପାର୍ବତୀଙ୍କ ପୁତ୍ର କାର୍ତ୍ତିକ ଦେବାସୁର ସଂଗ୍ରାମ ସମୟରେ ଦାନବ ତାରକ ଏବଂ ତାଙ୍କର ଦୁଇ ଭାଇ ସିଂହମୁଖମ୍ ଓ ସୁରାପଦମନଙ୍କୁ ପରାଜିତ କରିଥିଲେ। ସିଂହମୁଖମ୍ ନିଜ ପରାଜୟ ପରେ କାର୍ତ୍ତିକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଯେଉଁଥିରେ ପ୍ରସନ୍ନ ହୋଇ ସେ ତାଙ୍କୁ ମାଁ ଦୁର୍ଗାଙ୍କ ବାହାନ ଭାବେ ରହିବାକୁ ଆର୍ଶିବାଦ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button