ସ୍ପେସରୁ ମଧ୍ୟ ନଜର ଆସିଲା ଷ୍ଟାଚ୍ୟୁ ଅଫ୍ ୟୁନିଟି, ଦେଖନ୍ତୁ ସାଟେଲାଇଟରୁ ପ୍ରଥମ ଫଟୋ

ଭାରତରେ ନିକଟରେ ଉଦଘାଟିତ ହୋଇଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଏବେ ସ୍ପେସରୁ ମଧ୍ୟ ଦେଖାଯାଇପାରୁଛି। ସୂଚନା ଅନୁଯାୟୀ, ଆମେରିକାର କମରସିଆଲ ସାଟେଲାଇଟ ନେଟୱାର୍କ ପ୍ଲାନେଟ ୧୮୨ ମିଟର (୫୯୭ ଫୁଟ) ଉଚ୍ଚା ବିଶିଷ୍ଟ ପ୍ରତିମାର ସାଟେଲାଇଟରୁ ନିଆଯାଇଥିବା ପ୍ରଥମ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି।

ଏହି ଫଟୋକୁ ସାଟେଲାଇଟରୁ ୧୫ ନଭେମ୍ବରରେ ନିଆଯାଇଥିଲା। ଯାହା ବହୁ ସଂଖ୍ଯାକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏଥିସହ ଷ୍ଟାଚ୍ୟୁ ଅଫ ୟୁନିଟି ଏପରି କିଛି ମାନବ-ନିର୍ମିତ ଷ୍ଟାଚ୍ୟୁ ମାନଙ୍କରେ ସାମିଲ ହୋଇଛି ଯାହାକୁ ସ୍ପେସରୁ ଦେଖାଯାଇପାରିବ।

ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଅକ୍ଟୋବର ସରଦାର ବଲ୍ଳବଭାଇ ପଟେଲଙ୍କର ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନ କରିଥିଲେ। ଏହି ଷ୍ଟାଚ୍ଯୁର ଉପରକୁ ଯିବା ପାଇଁ ସିଢ଼ିର ବ୍ଯବସ୍ଥା କରାଯାଇଛି ଯେଉଁଥିରେ ସରଦାର ସରୋବରର ଟପ ଭିୟୁ ମଧ୍ୟ ଦେଖିପାରିବେ। ଏହାର ଟିକେଟ ମୂଲ୍ଯ ୩୦୦ଟଙ୍କା ରଖାଯାଇଛି। ତେବେ ମୂର୍ତ୍ତିର ନିର୍ମାଣର ଏହାର ଧ୍ୟାନ ରଖାଯାଇଥିଲା କି କୌଣସି ପ୍ରାକତିକ ବିପର୍ଯ୍ଯୟରେ ଏହାକୁ କ୍ଷତି ପହଞ୍ଚିବ ନାହିଁ। ଆରମ୍ଭର ୧୧ଦିନ ମଧ୍ୟରେ ଏଠାକୁ ବୁଲି ଆସିଥିବା ଲୋକଙ୍କ ସଂଖ୍ଯା ରହିଛି ୧.୨୮ ଲକ୍ଷ।




