ଜ୍ୟୋତିଷ

Vastu Tips- ଏହି କେତୋଟି ପଶୁ ପକ୍ଷୀ ଆପଣଙ୍କ ଘରକୁ ଟାଣି ଆଣନ୍ତି ଧନସମ୍ପତି, କେବଳ କରନ୍ତୁ ଏହି ଉପାୟ

ହିନ୍ଦୁ ଶସ୍ତ୍ର ଅନୁସାରେ କିଛି ପଶୁ ପକ୍ଷୀ ମାନେ ଅଛନ୍ତି ଯେଉଁ ମାନଙ୍କୁ ଖାଇବାକୁ ଦେଲେ ଆମର ରିଷ୍ଟ ଖଣ୍ଡନ ହୁଏ । ତେବେ କଣ ସେହି ପଶୁ ପକ୍ଷୀ ମାନେ ଆସନ୍ତୁ ଜାଣିବା । ଆମର ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଇବାକୁ ଦେଇଥାନ୍ତି ଓ ଏମାନଙ୍କୁ ଘରେ ମଧ୍ୟ ପାଳି ଥାନ୍ତି ଓ ସେବା ମଧ୍ୟ କରନ୍ତି । ବିଶେଷ କରି ଏମାନଙ୍କୁ ବାହାଘର ଓ ଶ୍ରାଦ୍ଧରେ ଖାଇବାକୁ ଦେଲେ ଯଦି ଏମାନେ ଖାଇବା ଖାଇଦେଲେ ଏହା ମଣିଷ ଜୀବନରେ ଭଲ ପ୍ରଭାବ ପକାଇ ଥାଏ । ପ୍ରଥମେ କାଉ ଏହି ପକ୍ଷୀ ଆମ ସବୁଙ୍କର ଜଣା ଶୁଣା ଅଟେ ।

ଏହି ପକ୍ଷୀ ଆମ ପରିବେଶକୁ ସଫା ରାଖି ଥାଏ ଓ ଆମକୁ ସୂସ୍ଥ ପରିବେଶ ଦେଇ ଥାଏ । ଏହାକୁ ଶନି ଦେବଙ୍କର ବାହାନ ବୋଲି ମଧ୍ୟ କୁହା ଯାଏ ଯଦି ଆପଣ ଏହାକୁ ଖାଇବାକୁ ଦେଇ ଏହାର ସେବା କରିବେ ତେବେ ଶନି ଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ।ଏହା ଦ୍ଵାରା ଆପଣଙ୍କ ଜୀବନରେ ଧନ ଲାଭ ହେବ ।

ଯଦି ଆପଣ ଖିରୀ କରିକି ଖାଇବାକୁ ଦେବେ କାଉ କୁ ତେବେ ଶନିଙ୍କ ସହ ଶୁକ୍ର ଗ୍ରହ ବି ସନ୍ତୁଷ୍ଟ ହୋଇଥାନ୍ତି କାରଣ ଚାଉଳ ଓ କ୍ଷୀର ହେଉଛି ଶୁକ୍ର ଗ୍ରହର ପ୍ରତୀକ ଏହା ଛଡା ବୁଧ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଯଦି କିଛି ଲୁଣିଆ ଜିନିଷ ଖାଇବାକୁ ଦେଇ ଥାନ୍ତି ତେବେ ରାହୁ କେତୁ ମଧ୍ୟ ସନ୍ତୁଷ୍ଟ ହୋଇ ଥାନ୍ତି । ତେବେ ଯଦି ପ୍ରଥମ ରୁଟି କୁ ଆପଣ କାଉ କୁ ଦେବେ ତେବେ ଆପଣ ନିଶ୍ଚୟ ଭାବେ ଉପକୃତ ହେବେ ଏହା ଦ୍ଵାରା ସୂର୍ଯ୍ୟ ଦେବଙ୍କର ଶୁଭ ଦ୍ରୁଷ୍ଟି ରହିବ।

କାଉ କୁ ଖାଇବାକୁ ଦେବା ପରେ ମନେ କରି ଆପଣ ପଣି ଦେବେ ନୋହେଲେ ଏହା ପାଇଁ ଆପଣଙ୍କୁ ବିପଦର ସମ୍ମୁଖିନ ହେବେ। ଦ୍ବିତୀୟରେ କଳା କୁକୁର । ଏହା ହେଉଛି କାଳ ଭୈରବଙ୍କ ବାହାନ ଅଟେ । ଯଦି ଆପଣ ଏହାକୁ ପ୍ରତେକ ଦିନ କିମ୍ବା ଯଦି ପ୍ରତେକ ଶନିବାର ଓ ଅମାବାସ୍ୟା ରେ ରୁଟି, ଗୁଡ, ବିସ୍କୁଟ ଖାଇବାକୁ ଦେବେ ତେବେ ଆପଣଙ୍କ ଅନ୍ତର ଦଶା ଯଦି କିଛି ଥିବା ତାହା ଦୂର ହୋଇ ଜୀବ ।

ପରିବାର ସମୃଦ୍ଧି ଶାଳି ହେବ ଓ ଆପଣ ଧନବାନ ହୋଇ ପାରିବେ । ଏହା ଛଡା ଶନି ରହୁ ଓ ଅନ୍ୟ କିଛି ଦଶା ଥିଲେ ତାହା କଟି ଯିବ । ଜନ୍ଦା ପିମ୍ପୁଡି ଏମାନେ ଅଧିକ ପରିଶ୍ରମୀ ଅଟନ୍ତି । ଶାସ୍ତ୍ରରେ ଲେଖା ହୋଇଛି ଯଦି ଆପଣ ଏମାନଙ୍କୁ ଖାଇବାକୁ ଦେବେ ତେବେ ଆପଣ ଋଣ ମୁକ୍ତ ହୋଇବେ ଓ ନିଜ ଜୀବନରେ ଅନେକ ସୁଖ ଲାଭ କରି ପାରିବେ । ଚତୁର୍ଥରେ ପାରା ଏହା ଦୁଇ ପ୍ରାକାର ଗୋଟେ ଦେଉଳିଆ ପାରା ଓ ଅନ୍ଯଟି ଧଳା ପାରା ।

ଆପଣ ଯଦି ଏହାକୁ ଖାଇବାକୁ ଦେବେ ତେବେ ରାହୁ ଓ ବୁଧ ମହାଦଶା କାଟି ଥାଏ । ପାରା ମାନେ ଲକ୍ଷ୍ମୀଙ୍କର ପ୍ରିୟ ଅଟନ୍ତି ଏମାନେ ଘରେ ଆସି ରହିବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହା ଦ୍ଵାରା ମଣିଷକୁ କୁକର୍ମ ରୁ ଦୂରେଇ ରଖେ ।  ପଞ୍ଚମରେ ଗାଈ ଏହା କୁ ଆମେ ଗୋ ମାତା କହୁ ଏହାର କ୍ଷୀର ଅମ୍ବୃତ ସମ୍ମାନ ଏହାର ମୁତ୍ର ଓ ଗୋବର ମଧ୍ୟ ଆମକୁ ଅନେକ କ୍ଷେତ୍ରରେ ସାହାଜ୍ୟ କରେ .

ଏହାକୁ ଖାଇବାକୁ ଦେବା ଦ୍ଵାରା ଘରେ ଶାନ୍ତି ଓ ସୁଖ ଆସେ ଯଦି ଆପଣ ଏହା ପ୍ରତିଦିନ ନ କରି ପାରିବେ ତାହେଲେ ଆପଣ ୨୧ଟି ଦୁବ ଘାସ ସହ ୨୧ ଟି ଅରୁଆ ଚାଉଳ ଖାଇବାକୁ ଦେବେ। ଏହା ଶନି ବାର ଦିନ କଲେ ଶୁଭ ଲାଭ କରେ । ଶେଷରେ ମାଛ କିମ୍ବା କଇଁଚ ଏମାନକୁ ବିଷ୍ଣୁଙ୍କ ବାହନ ବୋଲି କୁହାଯାଏ ଏମାନଙ୍କୁ ଖାଇବାକୁ ଦେଲେ ଆପଣ ଯେଉଁ ପୂଣ୍ୟ ଅର୍ଜନ କରିବେ ତାହା ଆପଣଙ୍କ ସହ ସାରା ଜୀବନ ରହେ । ତେବେ ବନ୍ଧୁଗଣ ଆପଣଙ୍କୁ  ଯଦି ଆମର ଏହି ସୂଚନା ଭଲ ଲାଗେ ତେବେ ଆପଣ ଆମ ପେଜକୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button