ଜ୍ୟୋତିଷ

ପ୍ରଭୁ ଜଗନ୍ନାଥ ଦେଉଛନ୍ତି ନିର୍ଦ୍ଦେଶ, ଶେଷ ହେଉଛି କଳିଯୁଗ…ମିଳିଲା ବଡ ସଙ୍କେତ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ କଣ ଶେଷ ହୋଇଯିବ କି ପୃଥିବୀ?ନିର୍ଦ୍ଦେଶ ଦେଉଛନ୍ତି କି ଜଗତ ର ନାଥ ଜଗନ୍ନାଥ?ସତରେ କଣ ବାରହାତ ଖଣ୍ଡା ବୁଲିବ ଓ ବାଇଶି ପାହାଚ ରେ ମୀନ ଖେଳିବ? କେହି ରକ୍ଷା ପାଇବେ ନାହିଁ । ପାପୀ ନାଶ ପାଇଯିବେ । ଆଉ ଯିଏ ବଞ୍ଚିଯିବ ସେ କୁଳ ବି ହେବ ନାହିଁ । ସାରା ଦଉନି ର ରକ୍ଷକ ଯିଏ ଆଜି ନିଜର ରକ୍ଷା ପାଇଁ ଧାଉଁଛି ସିଏ । ଆମେ ଏକଥା ଏଥିରେ କହୁଛୁ କାରଣ କିଛି ଦିନ ହେବ ଜଗତ ର ରାଜା ଙ୍କ ସହର ରେ ପୃଥିବୀ ଧ୍ୱଂସ ହେବାର ପୂର୍ବ ସଙ୍କେତ ମିଳୁଛି ।

ଯେମିତି ଗତକାଲି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଶ୍ରଦ୍ଧାଳୁ ଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । କିଭଳି ଭାବରେ ୩୩ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ କଳା ମୁଗୁନୀ ପଥର ରେ ନିର୍ମିତ ଅରୁଣ ସ୍ତମ୍ଭ ରେ ଫାଟ ଦେଖା ଦେଲା?ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଭବିଷ୍ୟତ ରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

ଯାହାକୁ ଦେଖିଲେ ଲାଗୁଛି ପୃଥିବୀ ଧ୍ୱଂସ ହେବାକୁ ଆଉ ବେଶୀ ବାଟ ନାହିଁ । କାରଣ ଏହି ନିକଟ ଅତୀତରେ ରତ୍ନ ସିଂହାସନ ଉପରୁ ପଥର ଖସିଲା ଶ୍ରୀମନ୍ଦିର ର ଦଧିନଉତି ଉପରେ ଚିଲ ମାନେ ବୁଲିଲେ । ତୁହାକୁ ତୁହା ବର୍ଷା ରେ ଶ୍ରୀମନ୍ଦିର ର ବାଇଶି ପାହାଚ କୁ ପାଣି ଛୁଇଁଲା । ଏପରିକି ଶ୍ରୀମନ୍ଦିର ର ବାଇଶି ପାହାଚ ରୁ ଜୋରରେ ପାଣି ମାଡ଼ି ଆସି ସିଂହଦ୍ଵାର ଗୁମୁଟ ରେ ପୂର୍ଣ୍ଣ ହୋଇଯାଇଥିଲା ।

ବଡ଼ଦାଣ୍ଡ ସମୁଦ୍ର ର ଭ୍ରମ ସୃଷ୍ଟି କରିଥିଲା । ସମୁଦ୍ର ଭିତରେ ଖଣ୍ଡିଆ ଭୁତ ବୁଲିଥିଲା । ରୋଷ ଘରର ସରଘରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ମହାପ୍ରସାଦ ରନ୍ଧନ ପାଇଁ ଥିବା କିଛି ସାମଗ୍ରୀ ପୋଡ଼ି ଯାଇଥିଲା । କେବଳ ସେତିକି ନୁହେଁ ରୋଷଘର ଭିତରକୁ କେହି ଜଣେ ଦୁର୍ବୁତ୍ତ ପଶି ଅଧାରୁ ଅଧିକ ଚୁଲି ଭାଂଗି ଦେଲା ।

ଯାହାକୁ ଦେଖିଲେ ପୃଥିବୀ ଶେଷ ହେବାର ସଙ୍କେତ ମିଳୁଛି ବୋଲି ଲୋକମାନେ ଚର୍ଚ୍ଚା କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସାରା ଦୁନିଆ ର ରକ୍ଷକ ଯିଏ ଆଜି ନିଜ ରକ୍ଷା ପାଇଁ ଧାଉଁଛି ସିଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button