ଜୀବନର ସବୁ ଦୁଃଖ ଦୂର କରିବା ପାଇଁ ସକାଳୁ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ…
ଭାରତୀୟ ସଂସ୍କୃତି ଅନୁସାରେ ସକାଳର ସମୟକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ତେଣୁ ଯଦି ବ୍ୟକ୍ତିର ସକାଳଟି ଭଲରେ କଟିଥାଏ । ତେବେ ତାହାର ସଂପୂର୍ଣ୍ଣ ଦିନ ମଧ୍ୟ ଭଲରେ ବିତିଥାଏ ବୋଲି ମାନାଯାଇଥାଏ । ତେଣୁ ଏହି ସକାଳର ସମୟରେ ଆମେ କେଉଁ ସବୁ କାମ ପ୍ରତି ଅଧିକ ଧ୍ୟାନ ଦେବା । ଯାହା ଦ୍ଵାରା ଆମର ଦିନଟି ଭଲ ଭାବେ ବିତିବ ଚାଲନ୍ତୁ ଆଲୋଚନା କରିବା । ତେଣୁ ସକାଳୁ ସର୍ବ ପ୍ରଥମେ ଉଠି ନିଜ 2 ହାତର ପାପୁଲିକୁ ଯୋଡି ତାହା ଦେଖନ୍ତୁ ।
କାରଣ ଏହା ସକାଳୁ ସକାଳୁ ଦେଖିବାକୁ ବହୁତ ଶୁଭ କୁହାଯାଇଥାଏ । ତେବେ ନିଜର ପାପୁଲିକୁ ଦେଖିବା ସହ ଏହି ମନ୍ତ୍ରଟି ମଧ୍ୟ ନିହାତି ଭାବେ ଉଚ୍ଚାରଣ କରି ଦେଖନ୍ତୁ । କରାଗ୍ରେ ବସତି ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦା, ପ୍ରଭାତେ କର ଦର୍ଶନମ । ଏହାର ଅର୍ଥ ହେଉଛି ହାତର ଉପର ଭାଗରେ ମା’ ଲକ୍ଷ୍ମୀ। ହାତର ମଧ୍ୟ ଭାଗରେ ମା’ ସରସ୍ଵତୀ, ହାତର ମୂଳରେ ପ୍ରଭୁ ଗୋବିନ୍ଦ ବାସ କରିଥାନ୍ତି ।
ତେବେ ଏହି ମନ୍ତ୍ରଟିକୁ ଆପଣ ସକାଳୁ 3 ଥର ଜପ କରନ୍ତୁ । ହେଲେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ସମୟରେ ଆପଣଙ୍କର ଧ୍ୟାନ ନିଜ ହାତର ପାପୁଲି ଉପରେ ରହିବା ଉଚିତ । ମନ୍ତ୍ର ଉଚ୍ଚାରଣ କରିସାରିବା ପରେ ନିଜର 2 ପାପୁଲିକୁ ଆଣି ନିଜ ମୁହଁରେ ଲଗାନ୍ତୁ । ଏହି ଉପାୟକୁ ସକାଳଉ ପ୍ରତିଦିନ ଆପଣଙ୍କୁ କରିବାକୁ ପଡିବ । କାରଣ ଏହା କରିବା ଦ୍ଵାରା ଆପଣଙ୍କୁ ସକାଳୁ ସବୁ ଦେବାଦେବୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇପାରିବ ।
ସକାଳୁ ଉଠିବା ପରେ ସର୍ବ ପ୍ରଥମେ ଯେଉଁ ଜିନିଷକୁ ଆପଣ ଦେଖିବେ । ତାହାର ପ୍ରଭାବ ଦିନ ସାରା ଆପଣଙ୍କ ଉପରେ ପଡିଥାଏ । ତେଣୁ ସକାଳୁ ଉଠି ଅନ୍ୟ କୌଣସି ବସ୍ତୁକୁ ଦେଖିବା ଅପୂର୍ବରୁ ନିଜର ହାତର 2 ପାପୁଲିକୁ ହିଁ ଦେଖନ୍ତୁ । କାରଣ ଆପଣଙ୍କ ହାତର ପାପୁଲିରେ ହିଁ ଦେବାଦେବୀଙ୍କର ବାସ ରହିଥାଏ ।
ତେଣୁ ସକାଳୁ ଉଠି ସର୍ବ ପ୍ରଥମେ ପାପୁଲିକୁ ଦେଖି କୁହାଯାଇଥିବା ଏହି ବିଶେଷ ମନ୍ତ୍ରଟିକୁ 3 ଥର ଜପ କରନ୍ତୁ । ଏହା କରିବା ଦ୍ଵାରା ବ୍ୟକ୍ତିର ଜୀବନରୁ ଗୋଟି ଗୋଟି କରି ସବୁ ସମସ୍ଯା ମଧ୍ୟ ଦୂର ହେବାକୁ ଲାଗିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।