ରାଜ୍ୟ

ଇଏ ହେଉଛି ଦୁନିଆର ସବୁଠୁ ଦାମୀ କାଠ, ବଜାରରେ ବିକ୍ରି ହେଉଛି ଲକ୍ଷାଧିକ ଟଙ୍କାରେ, ଏହାକୁ କିଣିବା ସମସ୍ତେଙ୍କ ପାଇଁ ସମ୍ଭବ ନୁହେଁ

ଦୁନିଆରେ ପ୍ରକୃତି ଏକ ଏମିତି ଗଛ ସୃଷ୍ଟି କରିଛି ଯାହାର କାଠର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ । ସାଧାରଣ ଭାବେ ଚନ୍ଦନ କାଠକୁ ଦାମୀ ବୋଲି କୁହାଯାଇ ଥାଏ ଯାହାର ମୂଲ୍ୟ ପ୍ରତି କିଲୋ ୫ ରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏକ ଏମିତି କାଠ ମଧ୍ୟ ଅଛି ଯାହାର ମୂଲ୍ୟ ଚନ୍ଦନ କାଠ ଠାରୁ ବହୁତ ଅଧିକ ଅଟେ । ଏହି କାଠର ନାମ ଆଫ୍ରିକୀୟ ବ୍ଲାକଉଡ ।

ଏହି କାଠକୁ କିଣିବା ପୂର୍ବରୁ ବଡ ବଡ ଧନୀ ଲୋକ ମଧ୍ୟ ଦୁଇ ଚାରି ଥର ନିହାତି ଭାବନ୍ତି । କିଛି କାଠ ଗୁଡିକ ଅବିଶ୍ଵସନୀୟ ଭାବରେ ବହୁତ ଦାମୀ ହୋଇଥାଏ ତ ଆଉ କିଛି ବହୁତ ଦୁର୍ଲଭ ହୋଇଥାଏ । ଏହି କାଠ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ଭିତରୁ ଗୋଟିଏ ଅଟେ । ଏହି କାଠର ଏକ କୋଲିଗ୍ରାମର ମୂଲ୍ୟ ୮ ହଜାର ପାଉଣ୍ଡ ବା ୭ଲକ୍ଷ ଟଙ୍କାରୁ ବି ଅଧିକ ଅଟେ । ଏଥିରେ ତ ଆପଣ ଗୋଟିଏ ଭଲ ବିଳାସପୂର୍ଣ କାର କିଣି ପାରିବେ ।

ଏହି କାଠରେ ଅଧିକାଂଶ ବ୍ୟବହାର ଶାହାନାଇ, ବଂଶୀ ଏବଂ ଗିଟାର ଭଳି ସଙ୍ଗୀତ ବାଦ୍ୟ ଜନ୍ତ୍ର ତିଆରି କରିବା କାମରେ ବ୍ୟବହାର କରାଯାଇ ଥାଏ । ଏହା ଛଡା ଏହି କାଠରେ ମଝବୁତ ଫର୍ନୀଚର ମଧ୍ୟ ତିଆରି କରାଯାଇ ଥାଏ ଏବଂ ଏହା ମଧ୍ୟ ବହୁତ ଦାମୀ ହୋଇ ଥାଏ । ଏତେ ଦାମୀ ହୋଇଥାଏ କି ଏହାକୁ ସାଧାରଣ ଲୋକ ମାନେ କିଣିବା ସମ୍ଭବ ନୁହେଁ ।

ଏହି ଗଛ ସମ୍ପୂର୍ଣ ଭାବରେ ତିଆରି ହେବାରେ ପ୍ରାୟ ୬୦ ବର୍ଷ ସମୟ ଲାଗି ଥାଏ କିନ୍ତୁ କେନ୍ୟା ଏବଂ ତଞ୍ଜାନିୟା ଭଳି ଦେଶରେ ବେଆଇନ କାଠ କାରୋବାର କାରଣରୁ ସମୟ ପୂର୍ବରୁ ଏହି ଗଛକୁ କାଟିଦିଆ ଯାଇଥାଏ । ଏଥିପାଇଁ ବ୍ଲାକଉଡ କାଠ ହ୍ରାସ ପାଇବାକୁ ଲାଗିଛି ଯେଉଁ କାରଣରୁ ଏହା ବହୁତ ଦୁର୍ଲଭ ହୋଇ ଯାଇଛି ।

ଆଫ୍ରିକୀୟ ବ୍ଲାକଉଡ ଗଛ ଅନ୍ୟ ଗଛ ତୁଳନାରେ ଧରିତ୍ରି ଉପରେ ବହୁତ କମ ଅଛି ବା ଏହି ଗଛ ଦୁର୍ଲଭ ଅଟେ । ଏହାର ଉଚ୍ଚତା ପ୍ରାୟ ୨୫-୪୦ ଫୁଟ ଅଟେ । ଏହି ଗଛ ମଧ୍ୟ ଏବଂ ଦକ୍ଷିଣ ଆଫ୍ରିକାର ୨୬ ଟି ଦେଶରେ ମିଳିଥାଏ । ଏହା ଅଧିକାଂଶ ଶୁଖିଲା ସ୍ଥାନରେ ମିଳିଥାଏ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button