ଦେଶ- ବିଦେଶ

୨୦୦ ବର୍ଷ ପୁରୁଣା ଗଛ ଝଡ ତୋଫାନରେ ହେଲା ଧରାଶାୟୀ, ମୂଳରେ ଦେଖାଗଲା କିଛି ଏମିତି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

ଯେତେବେଳେ କାହା ସହିତ କିଛି ଖରାପ ହୋଇଥାଏ ତେବେ ଖରାପ କରିଥିବା ଲୋକ ସବୁ ପ୍ରମାଣ ନଷ୍ଟ କରିଦେଲେ ମଧ୍ୟ ପ୍ରକୃତି ସବୁ କଥାର ପ୍ରତିଶୋଧ ନେଇଥାଏ ଓ ଏହା ପ୍ରମାଣିତ ହୋଇଛି । କିଛି ଏମିତି ହିଁ ହୋଇଛି ଆୟରଲ୍ୟାଣ୍ଡ ରେ । କିଛି ଦିନ ହେବ ସେଠାରେ ଝଡ ତୋଫାନ ହେବା କାରଣରୁ ୨୧୫ ବର୍ଷର ପୁରୁଣା ଗଛ ଉପୁଡି ପଡିଛି । ଯାହାର ତଳ ଭାଗରେ କିଛି ଏମିତି ଜିନିଷ ମିଳିଲା ଯାହାକୁ ଦେଖି ସେଠାକାର ଲୋକ, ପୋଲିସ ଓ ବୈଜ୍ଞାନିକ ମାନେ ଚକିତ ହୋଇଗଲେ । ଏହା ଉପରେ ବହୁତ ପରୀକ୍ଷଣ ହେଲା ପରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ସତ ସାମ୍ନାକୁ ଆସିଛି ।

ଝଡ ତୋଫାନ କାରଣରୁ ପଡିଗଲା ୨୧୫ ବର୍ଷ ପୁରୁଣା ଗଛ

Image courtesy: Google

କିଛି ଦିନ ପୂର୍ବରୁ ଆସିଥିବା ଝଡ କାରଣରୁ ୨୧୫ ବର୍ଷର ପୁରୁଣା ଗଛ ତା’ର ମୂଳରୁ ଉପୁଡି ପଡିଛି । ଯେତେବେଳେ ସେଠାକାର ଲୋକଙ୍କୁ ତା’ର ମୂଳରେ କିଛି ଅଜବ ଜିନିଷ ଦେଖାଗଲା ତେବେ ସେମାନେ ପୋଲିସ କୁ ଖବର ଦେଲେ । ପୋଲିସ ନିରୀକ୍ଷଣ କଲା ପରେ କିଛି ବୁଝି ପାରିଲା ନାହିଁ ତ ବୈଜ୍ଞାନିକ ମାନଙ୍କୁ ଡକାଗଲା ।

ବୈଜ୍ଞାନିକ ମାନେ ସେଥିରେ ଏକ ଅଧା କଙ୍କାଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁଣି ଆଖ ପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କଲେ ଓ ସେହି କଙ୍କାଳ ଉପରେ ଷ୍ଟଡି ଆରମ୍ଭ କଲେ ।

Image courtesy: Google

ବୈଜ୍ଞାନିକମାନେ କାର୍ବନ ଡେଟିଙ୍ଗ ପଦ୍ଧତିରେ ଜାଣି ପାରିଲେ କି ଏହି କଙ୍କାଳ ଯେଉଁ ମଣିଷର ଅଟେ ତାହାର ମୃତ୍ୟୁ ୧୭ ରୁ ୨୦ ବର୍ଷ ବୟସରେ ହୋଇଥିଲା । ପୁଣି କାର୍ବନ ଆଇସୋଟୋପ ପଦ୍ଧତିରେ ଏହା ଜଣା ପଡିଲା କି ତାହା ୧୦୦୦ ବର୍ଷ ପୁରୁଣା କଙ୍କାଳ ଅଟେ । ରିସର୍ଚରେ ଜଣା ପଡିଲା କି ଏହି ବ୍ଯକ୍ତିର ମୃତ୍ୟୁ ପ୍ରାକୃତିକ ନଥିଲା ବରଂ ତାହାର ଶରୀରକୁ କୃରତାର ସହିତ କଟା ଯାଇଥିଲା ।

Image courtesy: Google

ରିସର୍ଚ କରୁଥିବା ବୈଜ୍ଞାନିକମାନେ ଆଗକୁ କହିଲେ କି ଯେତେବେଳେ ୨୦୦ ବର୍ଷ ପୂର୍ବେ ଏହି ଗଛ ଲଗା ଯାଇଥିଲା ତେବେ ସେହି ବ୍ୟକ୍ତିକୁ ଜଣା ନଥିଲା କି ଏହା ତଳେ କଣ ରହସ୍ୟ ଲୁଚି ଅଛି । କିନ୍ତୁ ପ୍ରକୃତି ଏତେ ବର୍ଷ ପରେ ମଧ୍ୟ ସେହି ରହସ୍ୟକୁ ସାମ୍ନାକୁ ନେଇ ଆସିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button