ଦେଶ- ବିଦେଶ

ଭାରତୀୟ ରୀତିନୀତି ପଛରେ ରହିଛି ଏହିସବୁ ଅସଲ ବୈଜ୍ଞାନିକ କାରଣ, ରୀତିନୀତିକୁ ବେକାର କହୁଥିବା ଲୋକଙ୍କ ମୁହଁ ହେଇଯିବ ଚୁପ୍, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆମ ଭାରତରେ ଅନେକ ପର୍ବ ପର୍ବାଣି ଏବଂ ରୀତି ରିବାଜ ବା ପ୍ରଥା ଚାଲି ଆସୁଛି । ଏବଂ ଆମେ ସେହି ସବୁ କଥା ପଛରେ ଥିବା କାରଣ ନ ଜାଣି ବି ସେହିସବୁ ରୀତି ରିବାଜକୁ ପାଳନ କରୁଅଛେ । ତେବେ ଆମ ପ୍ରଥା ସହ ବିଜ୍ଞାନର ମଧ୍ୟ ଅନେକ କିଛି ସାମଞ୍ଜସ୍ୟ ରହିଛି । ତେଣୁ ଆମେ ମାନୁଥିବା ପ୍ରଥାକୁ ବିଜ୍ଞାନ ମଧ୍ୟ ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା ସେହିସବୁ ପ୍ରଥା କଣ ଏବଂ ତାହା ପଛରେ ରହିଥିବା ପ୍ରକୃତ ବୈଜ୍ଞାନିକ କାରଣ କଣ ଅଟେ ।

1- ବିବାହିତା ମହିଳାମାନେ ସର୍ବଦା ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । କାରଣ କୁହାଯାଏ କି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ଆୟୁଷ ବଢିଥାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟି କୋଣ ଅନୁଯାୟୀ ସିନ୍ଦୁରକୁ ତିଆରି କରିବା ପାଇଁ ଲେମ୍ବୁ, ହଳଦୀ ଏବଂ ମରକ୍ୟୁରି ଯାହା ଆମ ଶରୀର ପାଇଁ ବେସ ଉପଯୋଗୀ ହୋଇଥାଏ । ସିନ୍ଦୁରରେ ଥିବା ମରକ୍ୟୁରି ବ୍ଲଡ ପ୍ରେସର କୁ ନିୟନ୍ତ୍ରଣ ରଖିଥାଏ ।

2- ହାତରେ ଚୁଡି ପିନ୍ଧିବା ପଛରେ ବୈଜ୍ଞାନିକ କାରଣ ହେଉଛି ହାତରେ ଚୁଡି ପିନ୍ଧିବା ଦ୍ଵାରା ହେଉଥିବା ଓଜନ ଏବଂ ଚୁଡିର ହାତରେ ଏପଟ ସେପଟ ହେବା ଦ୍ଵାରା ଶରୀରରେ ଭଲ ଭାବରେ ବ୍ଲଡ ସରକୁଲେସନ ବା ରକ୍ତ ପ୍ରବାହ ହୋଇଥାଏ ।

3- ଭଗବାନଙ୍କୁ ପୂଜା କରିବା ପଛର କାରଣ ହେଉଛି କି ଏହା ସାହାର୍ଯ୍ୟରେ ମଣିଷ ଧ୍ୟାନରେ ବସିଥାଏ ଯାହାଫଳରେ ମଣିଷର ମସ୍ତିସ୍କ କିଛି ସମୟ ପାଇଁ ଶାନ୍ତ ରହିଥାଏ । କିନ୍ତୁ କିଛି ସ୍ୱରୂପ ନଥାଇ ଧ୍ୟାନରେ ବସିବା ଦ୍ଵାରା ଧ୍ୟାନ ଭଙ୍ଗ ହେବାକୁ ଲାଗିଲା ତେଣୁ ଲୋକମାନେ ମୂର୍ତ୍ତିର ସାହାରା ନେବା ଆରମ୍ଭ କରିଦେଲେ ।

4- ଆପଣ ଦେଖିଥିବା ଓଷା ପର୍ବରେ ଉପବାସ ରଖାଯାଇଥାଏ । ତେବେ ବୈଜ୍ଞାନିକ କାରଣ ଅନୁଯାୟୀ ସପ୍ତାହକୁ ଥରେ ହେଉ ବା ଦୁଇ ଥର ଉପବାସ କରିବା ଆବଶ୍ୟକ । କହିବାକୁ ଗଲେ ଆମ ଶରୀର ଏକ ପ୍ରକାର ମେସିନ ଅଟେ ଯାହାକୁ ବେଳେବେଳେ ଆରାମ ଆବଶ୍ୟକ ହୋଇଥାଏ । ଉପବାସ ସମୟରେ ଡାଇଜେଷ୍ଟିତ ସିଷ୍ଟମକୁ କିଛି ଖାଲି ସମୟ ମିଳିଥାଏ । ଯାହା ଫଳରେ ସେ ସମସ୍ତ ଅଦରକାରୀ ପଦାର୍ଥକୁ ପଚାଇଥାଏ ।

5- ଆପଣ ଦେଖିଥିବେ କିଛି ଲୋକ ଖାଇବା ପୂର୍ବରୁ ହାତ ଯୋଡି ପ୍ରାଥନା କରିଥାନ୍ତି ଏବଂ ତଳେ ବସି ଖାଇବା ଖାଇଥାନ୍ତି । ପ୍ରାଥନା କରିବା ଦ୍ଵାରା ମୁଣ୍ଡ ଶାନ୍ତ ରହିଥାଏ ଏବଂ ଖାଇବା ପାଖରେ ହିଁ ମନ କେନ୍ଦ୍ରୀଭୂତ ହୋଇଥାଏ । ଯାହାଫଳରେ ଆମେ ନିଜ ଭୋକ ଅନୁଯାୟୀ ଖାଦ୍ୟ ଗ୍ରହଣ କରିପାରିଥାଉ । ତଳେ ବସି ଖାଇବା ଦ୍ଵାରା ଖାଦ୍ୟ ସହଜରେ ହାଯ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button