ସ୍ୱାସ୍ଥ୍ୟ

ଥାଇରଏଡ ପ୍ରକୃତରେ କଣ ? ଚିକିତ୍ସା କିପରି ହୋଇଥାଏ ଏହାର ? ଜାଣନ୍ତୁ ଏନେଇ Dr Sunil Kumar Kota ଙ୍କ ଖାସ ଟିପ୍ସ

ନମସ୍କାର ବନ୍ଧୁଗଣ, ରୋଗ ଆମ ସଂସାରର ପ୍ରତ୍ୟକ ଘରେ କାହାକୁ ନା କାହାକୁ ଗ୍ରାସ କରିଅଛି । ତେବେ କିଛି ରୋଗ ଅଛି ଯାହା ସାଧାରଣତଃ ପ୍ରାୟ ସମସ୍ତଙ୍କୁ ହେଉଛି । ଆପଣ ନିହାତି ଥାଇରଏଡ ରୋଗ ସମ୍ପର୍କରେ ଜାଣିଥିବେ । ପ୍ରାୟ ଲୋକ ଏହି ରୋଗ ହେବା କଥା ଆପଣଙ୍କୁ କିଏ ନା କିଏ କହିଥିବେ । ତେବେ ଏହି ରୋଗ କଣ କାହିଁକି ହୋଇଥାଏ ଏହା ସମ୍ପର୍କରେ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଥାଇରଏଡ ସହ ଜଡିତ ସମସ୍ତ କାରଣ ସମ୍ପର୍କରେ ।

ଥାଇରଏଡ ଏକ ଅନ୍ତସ୍ରାବୀ ଗ୍ରନ୍ଥି । ଏହା ଆମ ଗଳାର ମୁଖ ଭାଗରେ ତଥା ସ୍ଵର ପେଟିକାର ନିମ୍ନ ଭାଗରେ ଅବସ୍ଥିତ ରହିଥାଏ । ଏହି ରୋଗ ବିଶ୍ଵର 8 ରୁ 10 ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଥାଇରଏଡ ମୁଖ୍ୟତ ଅଧିକ ବୟସର ଲୋକ, ମହିଳା, ଯେଉଁ ମାନଙ୍କର ଅନିୟନ୍ତ୍ରିତ ରକ୍ତ ଶର୍କରା, ଚର୍ବି ସ୍ତର ଏବଂ ଯେଉଁମାନେ ମାନସିକ ଅବସାଦ ଆକ୍ରାନ୍ତ ଥିବା ଲୋକଙ୍କ ଠାରେ ଏହି ଥାଇରଏଡ ରୋଗ ଅଧିକ ମାତ୍ରାରେ ଦେଖା ଦେଇଥାଏ ।

ଥାଇରଏଡ ହେବାର ଲକ୍ଷଣ ହେଉଛି, ଆଳସ୍ୟପଣ ବା ଥକା ପଣ, ଭୋକ କମ ଲାଗିବା ଏବଂ ଓଜନ ବଢିଯିବା, କୋଷ୍ଠ କାଠିନ୍ୟ, ଅତ୍ୟଧିକ ଥଣ୍ଡା ଅନୁଭବ ହେବା, ମହିଳାମାନଙ୍କର ବିଳମ୍ବରେ ଋତୁସ୍ରାବ ହେବା, ବହୁତ ଅଧିକ ମାତ୍ରାରେ ଋତୁସ୍ରାବ ହେବା ଏହିସବୁ ହୋଇଥାଏ ଥାଇରଏଡ ହେବାର ଲକ୍ଷଣ ।

ନବଜାତ ଶିଶୁଙ୍କ ଠାରେ ମଧ୍ୟ ଥାଇରଏଡ ହୋଇଥାଏ । ତେବେ ସେମାନଙ୍କ ପାଦ, ମୁହଁ ହାତ, ଓଠ ଜିଭ, ନାଭି ଇତ୍ୟାଦି ଫୁଲିଯିବା ହେଉଛି ଥାଇରଏଡ ହେବାର ଲକ୍ଷଣ । ତେଣୁ ନବଜାତ ହୋଇଥିବା ଶିଶୁଙ୍କର ଥାଇରଏଡ ଟେଷ୍ଟ କରିବା ନିହାତି ଆବଶ୍ୟକ । ଥାଇରଏଡ ହୋଇଥିବା ବ୍ୟକ୍ତିଙ୍କ ହରମୋନ ସ୍ତର କମିଯାଇଥାଏ ତେଣୁ କମିଯାଇଥିବା ସେହି ହରମୋନକୁ ବଟିକା ଆକରାରେ ଦିଆଯାଇଥାଏ ।

ଏହାକୁ ଔଷଧ କୁହାଯାଏ ନାହିଁ । ଏହାକୁ ଋପ୍ଲେସମେଣ୍ଟ କୁହାଯାଇଥାଏ । ଏହି ବଟିକାକୁ ପ୍ରତ୍ୟକ ଦିନ ସକାଳୁ ଜଳଖିଆ ଖାଇବାର ଏକ ଘଣ୍ଟା ପୂର୍ବରୁ ଖାଇବା ଉଚିତ ହୋଇଥାଏ । ସେହି ଘଣ୍ଟାକ ମଧ୍ୟରେ ପାଣି ଛଡା ଅନ୍ୟ କିଛି ଖାଇବା ଏବଂ ପିଇବା ଅନୁଚିତ । ଥାଇରଏଡ ବଟିକା ଖାଇବାର 4,5 ଘଣ୍ଟା ପରେ ଆପଣ ଅନ୍ୟ ଯେ କୌଣସି ଯୋଗାଡ଼ ବଟିକା ଖାଇବା ଆବଶ୍ୟକ ହୋଇଥାଏ । ଆପଣଙ୍କୁ ଥାଇରଏଡ ଥିଲେ ଆପଣ ବନ୍ଧା କୋବି ଏବଂ ଫୁଲକୋବି ଖାଇପାରିବେ ।

ଯଦି କାହା ଠାରେ ଥାଇରଏଡ କ୍ୟାନ୍ସର ଦେଖା ଯାଏ ତେବେ ନିହାତି ଭାବରେ ସର୍ଜରୀ କରିବା ଦରକାର । ସର୍ଜରୀ ପରେ ଏକ ରେଡିଓ ଥେରାପି କରାଯାଇଥାଏ । ଏହି ପ୍ରକ୍ରିୟା ଦ୍ଵାରା ଏକା ଶରୀରରେ ବ୍ୟାପୀ ନଥାଏ ଏବଂ ନଷ୍ଟ ହୋଇଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button