ଜ୍ୟୋତିଷ

ବଡ ଖବର : ଏବେ ପ୍ରତିବର୍ଷ ଜମା କରନ୍ତୁ 250 ଟଙ୍କା, 21 ବର୍ଷ ପରେ ମିଳବ ବମ୍ପର ରାଶି, ଜାଣନ୍ତୁ ଏହି ଯୋଜନାର ସର୍ତ୍ତ

ନିଉ ଦିଲ୍ଲୀ : ଆଜିକାଲି ଭାରତ ସରକାର ଝିଅମାନଙ୍କ ପାଇଁ କିଛି ନା କିଛି ନୂଆ ଯୋଜନା ତିଆରି କରୁଛନ୍ତି । ଏହା ପଛରେ ସରକାର ଙ୍କର ଗୋଟେ ହିଁ ଭାବନା ଅଛି କି କୌଣସି ଝିଅଙ୍କୁ ତାଙ୍କ ପରିବାର ବୋଝ ବୋଲି ନ ଭାବନ୍ତୁ ଏବଂ ତାଙ୍କୁ ସମ୍ପୂର୍ଣ ଶିକ୍ଷା ଦିଆଯାଉ । କିଛି ସମୟ ପୂର୍ବରୁ ମୋଦୀ ଏକ ସ୍କିମ ବାହାର କରିଥିଲେ ବ୍ୟାଙ୍କ ରେ ଖାତା ଖୋଲି କିଛି ଟଙ୍କା ଜମା କରିଲେ ଠିକ ସମୟରେ ସେହି ଖାତାରୁ ଭଲ ପଇସା ପାଇପାରିବେ । ସରକାର ଝିଅ ପିଲାଙ୍କ ପାଇଁ ଏକ ସୁକନ୍ୟା ଯୋଜନା ଆରମ୍ଭ କରିଛନ୍ତି । ଏହା ୨୦୧୬ ରୁ ଆରମ୍ଭ ହୋଇଛି । ଏହି ଯୋଜନାକୁ ଆହୁରି ମଧ୍ୟ ସହଜ ସରଳ କରାହୋଇଛି। ଏଥିରେ ଆଗରୁ 1000 ଟଙ୍କା ଜାମା କରିବାକୁ ବଡୁଥିଲା। କିନ୍ତୁ ବର୍ତମାନ ୧୦୦୦ ଟଙ୍କା ବଦଳରେ ଆପଣ ୫୦୦ ଟଙ୍କା ଜମା କରିପାରିବେ । ଏହା ଦ୍ଵାରା ଅଧିକରୁ ଅଧିକ ଲୋକ ଲାଭବାନ ହୋଇ ପାରିବେ ।

ବେସି ସୁଧ

 

 

ଏହି ସୁକନ୍ୟା ଯୋଜନା ଦ୍ଵାରା ଏହି ବ୍ୟାଙ୍କ ଖାତା ଗୁଡିକରେ ଜୁଲାଇ ଠାରୁ ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ସୁଧ ୮.୧ % ରଖା ଯାଇଛି । ଅରୁଣ ଜେଟଲି ବଜେଟ ଭାଷଣ ରେ କହିଲେ କି ୨୦୧୫ ରେ ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନାରେ ୨୦୧୭ ସୁଧା ୧.୨୬ କୋଟି ଛୋଟ ଝିଅ ମାନଙ୍କର ଖାତା ଖୋଲା ଯାଇଅଛି । ଏହି ଖାତା ମାନଙ୍କରେ ୧୯,୮୧୩ କୋଟି ଟଙ୍କା ଜମା ହୋଇସାରିଛି ।

ଏମିତି ଖୋଲିବାକୁ ପଡିବ ଏହି ଖାତା

 

 

ସରକାରଙ୍କ ସୁକନ୍ୟା ଯୋଜନା ଅନୁସାରେ ୧୦ ବର୍ଷ ଠାରୁ କମ, ଛୋଟ ଝିଅ ମାନଙ୍କ ନାମରେ ଏହି ଖାତା ଖୋଲା ଯାଇପାରିବ। ଏହା ଆପଣ କୌଣସି ବ୍ୟାଙ୍କ କିମ୍ବା ଡାକଘରେ ଖୋଲି ପାରିବେ । ଏଥିରେ କୌଣସି ଟିକସ ପଡେ ନାହିଁ । ନୂଆ ନିୟମ ଅନୁସାରେ ଏବେ କେବଳ ୨୫୦ ଟଙ୍କା ଜମାକଲେ ୧ ବର୍ଷ ପରେ ଆପଣ ଦେଢ ଲକ୍ଷ୍ୟ ଟଙ୍କା ପାଇପାରିବେ ଏବଂ ଯଦି ୨୧ ବର୍ଷ ପର୍ଯ୍ୟନ୍ତ ଖାତାରେ ଠିକ ରୂପରେ ପଇସା ଜାମାହେଉ ଥିବ ତେବେ ଏହା ବଢି କେତେ କୋଟି ହୋଇଯିବ ।

ଏହି ସବୁ କାଗଜ ପାତ୍ର ଦରକାର

୧. ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ର ଫର୍ମ

୨. ନିଜ ପିଲାର ଜନ୍ମ ପ୍ରମାଣ ପତ୍ର

୩. ପିଲା ର ମା ବାପା ଙ୍କ ପରିଚୟ ପତ୍ର

୪. ପିଲାର ବାପା ମା ଙ୍କ ଠିକଣା ର ପରିଚୟ ପତ୍ର

୫. S S Y ର ଫର୍ମ ଦରକାର, ଯାହା ଆପଣଙ୍କୁ କୌଣସି ଡାକ ଘର ବା ବ୍ଯାଙ୍କ ରୁ ସହଜରେ ମିଳିଯିବ।

ଏହି ଯୋଜନାର ଲାଭ

ଯଦି ଆପଣ ଆଗରୁ ଏହି ଖାତା ଖୋଲିଛନ୍ତି ତେବେ ଆପଣଙ୍କ ସୁଧ ହିସାବରେ ଆପଣଙ୍କୁ କମ ଧନ ମିଳିବ। କିନ୍ତୁ 2018 ଯୋଜନା ରେ ଖାତା ଖୋଲିଲେ 8.1 ପ୍ରତିଶତ ସୁଧ ହିସାବରେ 21 ବର୍ଷ ପରେ ଆପଣ ଟଙ୍କା ଉଠାଇଲେ ଆପଣଙ୍କୁ 5,27,036 ଟଙ୍କା ମିଳିବ। 21 ବର୍ଷ ପରେ ଯେଉଁ ଝିଅ ନାମ ରେ ଖାତା ଖୋଲା ଯାଇଥିଲା ତା ନାମ ରେ ହିଁ ବ୍ଯାଙ୍କ ଦ୍ଵାରା ଟଙ୍କା ଦିଆଯିବ। ବର୍ଷକୁ କେବଳ 250 ଦେଇ ଆପଣ ବହୁତ ଧନରାଶି ଉଠାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button