ଦେଶ- ବିଦେଶ

ସୁନା ଫ୍ୟାକ୍ଟ୍ରିରେ ସୁନାର ଗହଣା କିପରି ତିଆରି ହୋଇଥାଏ ? ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ସୁନା, ମୂଲ୍ୟବାନ ଏବଂ ସୁନ୍ଦର ପ୍ରାକୃତିକ ଧାତୁ ତିଆରି କରିବା ଶିଖିବା ପ୍ରାଚୀନ କାଳରୁ ମନୁଷ୍ୟର ଏକ ପ୍ରିୟ ସ୍ୱପ୍ନ | ସେମାନେ କହିଛନ୍ତି ଯେ ମଧ୍ୟଯୁଗରେ ବାସ କରୁଥିବା ଆଲକେମିଷ୍ଟମାନେ ସଫଳ ହୋଇଥିଲେ, ଯଦିଓ ଏଥିପାଇଁ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କିନ୍ତୁ କିଏ ଜାଣେ । ତେବେ ସୁନା ଗହଣା ପିନ୍ଧିବା ପାଇଁ ଲୋକେ ବହୁତ ପସନ୍ଦ କରନ୍ତି । ଖାସକରି ଭାରତରେ ସୁନା ଆଭୁଷଣର ପ୍ରଚଳିତ ବେସ୍ ଅଧିକ ରହିଛି ।

ବିବାହ ବ୍ରତ ହେଉ କି ଅନ୍ୟାନ୍ୟ ପର୍ବ ପର୍ବାଣି, ଏହି ସମୟ ଗୁଡିକରେ ଲୋକେ ସୁନାର ଗହଣା ପିନ୍ଦି ନିଜକୁ ସଜାଇଥାନ୍ତି । କିନ୍ତୁ କେବେ ଦେଖିଛନ୍ତି ଆମେ ପିନ୍ଧୁଥିବା ସୁନାର ଚେନ୍ ଏବଂ ଅନ୍ୟାନ୍ୟ ଗହଣା କିପରି ତିଆରି ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ । ତେବେ ସୁନା ବିସ୍କୁଟ ତିଆରି କରିବା ପାଇଁ ପ୍ରଥମେ ସୁନାକୁ ତରଳାଇ ଇଟା କିମ୍ବା ବିସ୍କୁଟ ଆକାରରେ ଥିବା ଏକ ପାତ୍ରରେ ରଖାଯାଏ ଏବଂ ତାଙ୍କୁ ବନ୍ଦ କରି ଦିଆଯାଇ ହିଟ କରାଯାଏ

ତେବେ କିଛି ସମୟ ପରେ ଆପଣଙ୍କ ସୁନା ବିସ୍କୁଟ ପ୍ରସ୍ତୁତ ହୋଇ ଯାଇଥାଏ ତେବେ କିନ୍ତୁ ତାକୁ ସଙ୍ଗେ ସଙ୍ଗେ ଧରି ହେବ ନାହିଁ ପ୍ରଥମେ ତାକୁ ଥଂଡା ପାଣିରେ ବୁଡାଇ ଥଂଡା କରିବା ପରେ ଯାଇ ଛୁଇଁ ପାରିବା । ତେବେ ସୁନା ଚେନ ପାଇଁ ସୁନା ବିକ୍ସୁଟ ସହ ଅନ୍ୟ ଧାତୁକୁ ମିଶାଇ ତରଳାଇ ଦିଆଯାଉଛି । ସୁନା ତରଳିବା ପରେ ତାକୁ ଏକ ମେସିନରେ ପୁରାଇ ଏକ ଲମ୍ବା ବାଡିରେ ପରିଣତ କରାଯାଉଛି ।

ଏହାପରେ ଏହାକୁ ମେସିନରେ ପୁରାଇ ସୁନା ଚେନର ଆକାର ଦିଆଯାଉଛି । ଦେଖୁ ଦେଖୁ ଏହା ସୁନା ଚେନରେ ପରିଣତ ହୋଇଯାଉଛି । ସୁନା ଚେନରେ ପରିଣତ ହେବା ପରେ ଏହାର କାମ ସରିଯାଇନି । ଏହାକୁ ଭଲଭାବେ ସଫାକରି ପଲିସ କରାଯାଏ । ଆଉ ଛୋଟମୋଟ ଯାଞ୍ଚ କରିବା ପରେ ଚିକିମିକ୍ ମାରୁଥିବା ସୁନା ଚେନ୍ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥାଏ ।


ତେବେ ସେହିପରି ଭାବରେ ସୁନା ହାର ପ୍ରସ୍ତୁତ କରିବା ପାଇଁ କାରିଗର କୌଣସି ମେସିନ ର ସାହାର୍ଯ୍ୟ ନେଇ ନଥାଏ ବରଂ ନିଜ ହାତରେ ହିଁ ମନ ଇଚ୍ଛା ଡିଜାଇନ ପ୍ରସ୍ତୁତ କରେ ଏବଂ ପରେ ତାକୁ ଏକ ଅଠା ଜାତୀୟ ପଦାର୍ଥ ରେ ଘୋଡାଇ ରଖେ ଏବଂ ଶୁଖି ଯିବା ପରେ ତାକୁ କାଡି ଦେଇଥାଏ ଏବଂ ପରେ ତାକୁ ତରଳାଇ ଆପଣ ଙ୍କ ସୁନ୍ଦର ଏବଂ ନରମ ସୁନା ହାର ପ୍ରସ୍ତୁତ ହୋଇ ଯାଇଥାଏ । ତେବେ ସୁନା ଚୁଡ଼ି ତିଆରି କରିବା ପାଇଁ ପ୍ରଥମେ କିଛି ସୁନାର ଖଣ୍ଡ କୁ ତରଳ ଯାଇଥାଏ ଏବଂ ପରେ ତାକୁ ଏକ ଲୁହାର ପାତ୍ରରେ ଏକ ବାଡ଼ି ଭଳି ଆକାର ରେ ଦିଆଯାଏ

ଏବଂ ପରେ ତାକୁ ବାଡେଇ ବାଡେଇ ପତଳା କରାଯାଏ ଏବଂ ପରେ ରୋଲର ମେସିନ ଭିତରେ ରଖା ଯାଏ ଏବଂ ଆହୁରି ପତଳା କରାଯାଏ ଏବଂ ପରେ ତାକୁ ଚୁଡ଼ି ର ଆକାର ଦିଆଯାଇ ତା ଭିତରେ ମନ ଇଚ୍ଛା ଡିଜାଇନ ମଧ୍ୟ ପ୍ରସ୍ତୁତ କରି ପାରିବେ ଯାହା ଖୁବ ଆକର୍ଷଣୀୟ ଥାଏ । ତେବେ ଆପଣ ଏହି ସବୁ ଡିଜାଇନ ଆପଣ ଲେଜର ମେସିନ ସାହାର୍ଯ୍ୟ ରେ ପ୍ରସ୍ତୁତ କରାଯାଏ ସେ ଫୁଲ ହେଉ କିମ୍ବା ପତ୍ର କିମ୍ବା ସେ କୌଣସି ମୋହର ହେଉ କିମ୍ବା ଆପଣଙ୍କ ନାମ ଏହା ସବୁ ଏହି ମେସିନ ଦ୍ୱାରା ଖୁବ କମ ସମୟରେ ଏବଂ ସୁନ୍ଦର ଡିଜାଇନ ପ୍ରସ୍ତୁତ ହୋଇଯାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button