ଦେଶ- ବିଦେଶ

ସାମ୍ନାରୁ ଆସୁଥିଲା ଟ୍ରେନ, ପିଲାଟି ଟ୍ରେନ ଲାଇନ ଉପରେ ଠିଆ ହୋଇ ଯାହା କଲା, ଶୁଣିଲେ ଆପଣ ବି କହିବେ ସାବାସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁଇ ଜଣ ପିଲା ଯାହା କରିଛନ୍ତି ତାହା ଆପଣ ଯଦି ଜାଣିବେ ତେବେ ଆପଣଙ୍କ ମୁହଁ ରୁ କେବଳ ଗୋଟିଏ କଥା ହିଁ ବାହାରିବ ସାବାସ । ଟ୍ରେନ ର ପାଇଲଟ ଯେତେବେଳେ ଏହି ଦୁଇ ଜଣ ପିଲା ଙ୍କୁ ଟ୍ରେନ ଲାଇନ ରେ ଏଭଳି ଛିଡ଼ା ହେବାର ଦେଖିଲା ସେତେବେଳେ ସେହି ପାଇଲଟ ର ହୋସ ଉଡ଼ିଗଲା ।

ସେ କଣ କରିବ କିଛି ବୁଝି ପାରିଲା ନାହିଁ । ତେବେ ଆସନ୍ତୁ ଏହି ଘଟଣା ପଛରେ ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଘଟଣା ଟି ହେଉଛି ସକାଳ ସମୟର । ଏହି ଦୁଇ ଜଣ ପିଲା ସକାଳେ ଟ୍ରେନ ଲାଇନ ପାଖରେ ଥିଲେ । ସେତେବେଳେ ସେହି ଦୁଇ ଜଣ ପିଲା ଙ୍କୁ କ୍ରସ କରି ଗଲା ସେହି ଦିନର ପ୍ରଥମ ଟ୍ରେନ । କିନ୍ତୁ ଟ୍ରେନ ଗତି କରୁଥିବା ସମୟରେ ଏକ ଜୋରଦାର ଆବାଜ ଆସିଲା ।

ପିଲାମାନେ ସେଠାକୁ ଦୌଡ଼ି ଗଲେ ଏହା ଦେଖିବା ପାଇଁ ସେଠାରେ କଣ ହୋଇଛି । ଟ୍ରେନ ତ ଚାଲିଗଲା କିନ୍ତୁ ସେଠାରେ ପିଲାମାନେ ଯାହା ଦେଖିଲେ ତାଙ୍କର ମୁଣ୍ଡ କାମ କରିଲା ନାହିଁ । ସେମାନେ ଦେଖିଲେ ଯେ, ଟ୍ରେନ ଲାଇନ ର ଗୋଟିଏ ସ୍ଥାନ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯାଇଛି । ଏମିତି ରେ ଯଦି ସେହି ଟ୍ରେନ ଲାଇନ୍ ରେ ଆଉ ଏକ ଟ୍ରେନ ଆସିବ ତେବେ ଦୁର୍ଘଟଣା ଘଟିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି । ପିଲାମାନେ କଣ କରିବେ ବୁଝିପାରୁ ନଥିଲେ ।

ସେତେବେଳେ ହଠାତ ସାଉଣ୍ଡ ଆସିଲା ଟ୍ରେନ ଆସିବାର । ବୋଧହୁଏ ଏହା ଦ୍ୱିତୀୟ ଟ୍ରେନ ଥିଲା । ଇଞ୍ଜିନ ର ସାଉଣ୍ଡ ଶୁଣି ପିଲାମାନେ ଡରିଗଲେ । ଭୟ ରେ ସେମାନେ କଣ କରିବେ କିଛି ବୁଝି ପାରିଲେ ନାହିଁ । କିନ୍ତୁ ସାହାସ କରି ପିଲାମାନେ ସେହି ଟ୍ରେନ କୁ ଅଟକାଇବା ନିମନ୍ତେ ପ୍ରୟାସ କରିଲେ । କିନ୍ତୁ ଟ୍ରେନ ର ପାଇଲଟ ପିଲା ମାନଙ୍କ ଇସାରା ଦେଖି ଭାବିଲା ଯେ, ପିଲାମାନେ ଖେଳୁଛନ୍ତି ଏବଂ ସେ ପିଲା ମାନଙ୍କୁ ସାଇଡ଼ ହେବା ପାଇଁ ହର୍ନ ମାରିଲା ।

ପିଲାମାନେ ଯେତେବେଳେ ଦେଖିଲେ ଟ୍ରେନ ଟି ଅଟକୁ ନାହିଁ, ସେତେବେଳେ ସେମାନେ ଏକ ଉପାୟ ବାହାର କରିଲେ । ପିଲାମାନେ ଏକ ଲାଲ ରଙ୍ଗର କପଡ଼ା ଦେଖାଇ ଟ୍ରେନ କୁ ଅଟକାଇବା ନିମନ୍ତେ ଚେଷ୍ଟା କରିଲେ । ଲାଲ ରଙ୍ଗର କପଡ଼ା ଦେଖି ଟ୍ରେନ ପାଇଲଟ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସେ ଜାଣିଲା ଯେ କିଛି ନା କିଛି ସମସ୍ୟା ନିଶ୍ଚିତ ରହିଛି । ତେଣୁ ସେ ଏମରଜେନ୍ସି ବ୍ରେକ୍ ମାରିଦେଲା ଏବଂ ଟ୍ରେନ ଅଟକିଗଲା ।

ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଟ୍ରେନ ରେ ୩୨ ଟି ବଡ଼ ବଡ଼ ଅଏଲ ଟ୍ୟାଙ୍କର ଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଥିଲା । ସେହି ଦୁଇ ଜଣ ପିଲା ଙ୍କ ବାହାଦୁରୀ ଯୋଗୁଁ ଏତେ ବଡ଼ ଦୁର୍ଘଟଣା ହେବାରୁ ରହିଗଲା । ଯାହା ନିଶ୍ଚିତ ଭାବରେ ପ୍ରଶଂସନୀୟ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button