ଦେଶ- ବିଦେଶ

ତିକ୍ତ ହେଲା ଭାରତ-କାନାଡା ସଂପର୍କ; ଦୁଇ ଦେଶ ନେଲେ ବଡ଼ ପଦକ୍ଷେପ

ତୀବ୍ର ହେଲା ଭାରତ-କାନାଡା କୂଟନୈତିକ ବିବାଦ। କାନାଡା ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ। କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବା ସହ କାନାଡାର ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ । ଆସନ୍ତା ୧୯ ତାରିଖ ସୁଦ୍ଧା ଭାରତ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଡେପୁଟି ହାଇକମିଶନରଙ୍କ ସମେତ ୬ ଜଣଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶନାମା ଜାରି କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଏହାପରେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ପରେ ଜଷ୍ଟିନ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତରକ ସଂପୃକ୍ତି ରହିଛି। ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତି ଥିବା ଅଭିଯୋଗ କରିବା ସହ କାନାଡା ମାଟିରେ ଦକ୍ଷିଣ ଏସୀୟ କାନାଡା ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯାଗ ଆଣିଛନ୍ତି।

ସେହିପରି ହତ୍ୟା, ଧମକାଇବା ଓ ଅନେକ ହିଂସାରେ ଭାରତର ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି। ଭାରତର ଏଭଳି ଗତିବିଧି ତାଙ୍କ ଦେଶର ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ଓ ସେମାନଙ୍କ ସୁରକ୍ଷା ସର୍ବପ୍ରଥମ ବୋଲି କହିଛନ୍ତି ଜଷ୍ଟିନ ଟ୍ରୁଡୋ। ଭାରତର ଏଭଳି କାର୍ଯ୍ୟକୁ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି। ଏତିସହ ଗତ ସପ୍ତାହରେ ସିଙ୍ଗାପୁରରେ ମୋଦିଙ୍କ ସହ ଆଲୋଚନା ବେଳେ ଦୁଇ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ପାଇଁ ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। କିନ୍ତୁ ମୋଦି ଏ ବିଷୟରେ କୌଣସି ପଦକ୍ଷେପ ନେଇନଥିବା ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button