ଦେଶ- ବିଦେଶ

ପୁଣି କମିଲା ସୁନା (Gold ) ଦର ଏବେ ହୋଇଗଲା ଏତେ ଶସ୍ତା ,ଜାଣିଲେ ଖୁସିରେ ନାଚି ଉଠିବେ ସୁନା ପ୍ରେମୀ ମାନେ ଶୀଘ୍ର ଦେଖନ୍ତୁ

ଭାରତୀୟ ବଜାରରେ ଆଜି ସୁନା ଓ ରୁପା ଦର ହ୍ରାସ ପାଇଛି। ଏହାର ପ୍ରଭାବ ଭୁବନେଶ୍ବର ବଜାରରେ ମଧ୍ୟ ଦେଖିବାକୁ ମିଳିଛି। କେତେକ ସୋ’ରୁମ୍‌ରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା
୫୫୦ ଟଙ୍କା ହ୍ରାସ ପାଇ ୭୩,୬୯୦ ଟଙ୍କାକୁ କମିଥିବାବେଳେ ୨୨ କ୍ୟାରେଟ୍ ସୁନା ଦର ୫୦୦ ଟଙ୍କା ହ୍ରାସ ପାଇ ୬୭୫୫୦ ଟଙ୍କା ରହିଛି।

ତେବେ ଅନ୍ୟ କେତେକ ପ୍ରମୁଖ ସୋ’ରୁମ୍‌ରେ ୨୪ କ୍ୟାରେଟ୍ ସୁନା ଦାମ୍ ୭୩,୫୩୦ ଟଙ୍କାକୁ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୭,୪୦୦ ଟଙ୍କାକୁ ହ୍ରାସ ପାଇଛି। ଏଥିସହିତ ରୁପା ଦାମ୍ ମଧ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇ ୮୯ ହଜାର ଟଙ୍କାରେ ବିକ୍ରି ହେଉଛି।

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କିଛିମାତ୍ରାରେ ହ୍ରାସ ପାଇଥିବାରୁ ଏହାର ପ୍ରଭାବରେ ସୁନା ଦର କମୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଆପଣଙ୍କ ବଜାରରେ କେତେଟଙ୍କା ଅଛି ସୁନା ଏବଂ ରୂପାର ଦର ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button