ରାଜ୍ୟ

ସ୍ୱାମୀ ଫେରିଲା ବେଳକୁ ସ୍ତ୍ରୀ ହୋଇ ଯାଇଛନ୍ତି ଆଉ କାହାର, ପଢନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ନୟାଗଡ଼ ଜିଲ୍ଲା ନୂଆ ଗାଁ ବ୍ଲକ ଗୁମି ଗାଁ ର ଜନ ନାୟକ। ଜନ ଙ୍କର ଘର ସଂସାର ଥିଲା ସ୍ତ୍ରୀ ଆଉ ଦୁଇ ପିଲା ମଧ୍ୟ ଥିଲେ। ଶ୍ରମିକ ଭାବେ ପରିଶ୍ରମ କରି ଯେତିକି ବି ପଇସା ମିଳୁଥିଲା ସେଥିରେ ତାଙ୍କ ପରିବାର ର ତେଲ ଲୁଣ ସଂସାର ଚଳି ଯାଉଥିଲା।

କିନ୍ତୁ ହଠାତ କଣ ହେଲା କେଜାଣି ଜନ ଙ୍କର ସ୍ମୃତି ଶକ୍ତି ଲୋପ ହୋଇ ଗଲା। ବାର ବର୍ଷ ତଳେ ଗାଁ ଛାଡି କେଉଁ ଆଡେ ଚାଲିଗଲେ ଜନ। ଘର ଲୋକ ବହୁତ ଖୋଜା ଖୋଜି ମଧ୍ୟ କଲେ କିନ୍ତୁ ଜନ ଙ୍କ ର କୌଣସି ଖୋଜ ଖବର ମିଳି ନ ଥିଲା। ଆଉ ବର୍ତ୍ତମାନ ସେ ନିଜ ଗାଁ କୁ ଫେରିଛନ୍ତି। ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ କି ତାଙ୍କ ସ୍ତ୍ରୀ ଅନ୍ୟତ୍ର ବିବାହ କରି ସାରିଛନ୍ତି। ହେଲେ ବହୁ ବର୍ଷ ପରେ ଘରକୁ ଫେରି ଥିବାରୁ ଗାଁ ରେ ଖୁସି ର ଲହରୀ ଖେଳି ଯାଇଛି।

ଜନ ମୁମ୍ବାଇ ରେ ରାସ୍ତା ରେ ବୁଲୁଥିବା ବେଳେ ସେଠି କାର ଏକ ସାମାଜିକ ଗଠନ ଶ୍ରଦ୍ଧା ଫାଉଣ୍ଡେସନ ଜନ ଙ୍କୁ ଉଧାର କରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇ ଥିଲେ। ଚିକିତ୍ସା ପରେ ତାଙ୍କ ର ସ୍ମୃତି ଶକ୍ତି ମଧ୍ୟ ଫେରି ଆସି ଥିଲା। ଅନୁଷ୍ଠାନ ସହଯୋଗ ରେ ସେ ବର୍ତ୍ତମାନ ନିଜ ଗାଁ କୁ ନିଜ ଘରକୁ ଫେରି ଆସିଲେ। ଗାଁ ରେ ଜନ ଙ୍କ ଭାଇ ଭାଉଜ ଙ୍କୁ ଛାଡି ଦେଲେ ନିଜର ବୋଲି ଆଉ କେହି ନାହାନ୍ତି।

ତେବେ ତାଙ୍କ ର ସୁନା ର ସଂସାର ଏବେ ଭାଙ୍ଗି ଯାଇଛି ବାର ବର୍ଷ ପରେ ନିଜ ଘରକୁ ଫେରି ଆସିବା ର ଖୁସି ସହ ନିଜ ସ୍ତ୍ରୀ ପିଲା ଏବେ ଆଉ କୋଉଠି ଅଛନ୍ତି ଏବଂ ଆଉ କାହା ସହିତ ଅଛନ୍ତି ଏହି ଖବର ମଧ୍ୟ ସେତିକି ଦୁଃଖ ଦେଉଛି। ଜନ ଙ୍କ ଫେରିବା ରେ ତାଙ୍କ ପରିବାର ଲୋକ ତାଙ୍କ ଭାଇ ଭାଉଜ ବହୁତ ଖୁସି ଅଛନ୍ତି ଏବଂ ଏତେ ଦିନ ପରେ ଘରକୁ ଫେରି ଥିବାରୁ ତାଙ୍କୁ ବନ୍ଦାପନା କରି ସ୍ୱାଗତ ମଧ୍ୟ କରୁଛନ୍ତି ।

ନିଜ ଭାଇ କୁ ବାର ବର୍ଷ ପରେ ଦେଖି ତାଙ୍କ ବଡ଼ ଭାଇ ଙ୍କ ଖୁସି କହିଲେ ନ ସରେ କାରଣ ତାଙ୍କ ଭାଇ ଙ୍କ ନିଖୋଜ ପରେ ସେ ହତାଶ ହୋଇ ଯାଇଥିଲେ ତେବେ ବାର ବର୍ଷ ପରେ ଭାଇ କୁ ବଞ୍ଚି ଥିବାର ଏବଂ ଫେରି ବାର ଦେଖି ତାଙ୍କୁ ବହୁତ ଖୁସି କରି ଦେଇଛି। କିନ୍ତୁ ସବୁ ଖୁସି ପରେ ମଧ୍ୟ ଜନ ନିଜ ସଂସାର ଭାଙ୍ଗିବା ର ଦୁଃଖ ତାଙ୍କୁ ଘେରି ନେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button