ରାଜ୍ୟ

ଭିଜିଲାନସ୍ ଜାଲରେ ରାଜସ୍ବ ନିରୀକ୍ଷକ; ସ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

କୋରାପୁଟ/ବୋରିଗୁମ୍ମା: ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୁମୁଲି ଆରଆଇ ସୁରେନ୍ଦ୍ର ତନ୍ତୀ ଭିଜିଲାନସ୍ ଜାଲରେ ପଡ଼ିଛନ୍ତି। ଗୋଟିଏ ପଟେ ଭିଜିଲାନ୍ସ ଚଢ଼ାଉ କରି ଯାଂଚ ଜାରି ରଖିଥିବା ବେଳେ ଅନ୍ୟପଟେ ସୁରେନ୍ଦ୍ରଙ୍କ ପତ୍ନୀଙ୍କୁ ଗ୍ରାମର ମହିଳା ଓପୁରୁଷ ମାନେ ଜମା ଟଙ୍କା ଫେରାଇବାକୁ ଦାବି କରିଥିଲେ। ହାତରେ ଏକ ରସିଦ ଧରି ଏମାନେ ଟଙ୍କା ଫେରାଇବାକୁ ଦାବି କରୁଥିବା ଦେଖିବାକୁ ମିଳିଥିଲା।

ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶାଗସ୍ତ ବାତିଲ୍

ଆରଆଇଙ୍କ ପତ୍ନୀ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଗ୍ରୀଗୋଲଡର ଏଜେଣ୍ଟ ଭାବେ ଅଂଚଳରେ କାମ କରି ଟଙ୍କା ଜମା କରିଥିଲେ। ଜମା ଟଙ୍କା ଦୀର୍ଘ ବହୁ ବର୍ଷ ହେବ ଫେରାଉ ନଥିଲେ। ତେବେ ଭିଜିଲାନସ୍ ଚଢ଼ାଉ ଦେଖି ଗ୍ରାମବାସୀ ମାନେ ଏହି ସମୟର ହିଁ ଜମା ଟଙ୍କା ଫେରାଇବାକୁ ତନ୍ତୀଙ୍କ ଘର ନିକଟକୁ ଯାଇ ଅଡି ବସିଥିଲେ। ଭିଜିଲାନସ୍ ଟିମ୍ ବୁଝାସୁଝା କରିବା ପରେ ଯାଇଥିଲେ।
ଏହି ଖବର ପଢ଼ନ୍ତୁ: ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ: ଅବକାରୀ ମନ୍ତ୍ରୀ

ସୂଚନା ଅନୁଯାୟୀ, ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ପତ୍ନୀ ନବରଙ୍ଗପୁର ଠାରେ ‌ଏଗ୍ରୀଗୋଲଡ୍ ନାମକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ସାଜିଥିଲେ। ଅଂଚଳରେ ଗ୍ରାମର କିଛି ମହିଳା ଓପୁରୁଷଙ୍କ ଠାରୁ ଦିନିକିଆ ୨୦ଟଙ୍କା ଓ ଏକକାଳୀନ ୫୦୦ରୁ ୬୦୦ଟଙ୍କା ଲେଖାଏଁ ଜମା ରାଶି ଆଦାୟ କରିଥିଲେ। ଏପରି ଅଂଚଳରେ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ। ଟଙ୍କା ଆଦାୟ ପରେ ଉକ୍ତ କମ୍ପାନୀର ରସିଦ ବି ଦେଇଥିଲେ। ଜମା ଟଙ୍କା କିଛି ଦିନ ରହିବା ପରେ ୨୦ରୁ ୨୫ହଜାର ଲେଖାଏଁ ପାଇବେ ବୋଲି ଆଶା ଦେଖାଇଥିବା ଗ୍ରାମବାସୀ ମାନେ କହିଛନ୍ତି। ଏପରିକି ଗ୍ରାମର ମହିଳା ଓପୁରୁଷ ମାନେ ଏହି ରସିଦ ଗୁଡିକୁ ତଦନ୍ତ କରିବାକୁ ଆସିଥିବା ଭିଜିଲାନସକୁ ଦେଇଥିଲେ।

ଏହି ଖବର ପଢ଼ନ୍ତୁ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଆଇ ସୁରେନ୍ଦ୍ର ତନ୍ତୀ ଗିରଫ

ଆରଆଇଙ୍କ ପତ୍ନୀ ଏମାନଙ୍କୁ କମ୍ପାନି ଅଚାନକ ବନ୍ଦ କରି ପଳାଇବାରୁ ସେମାନଙ୍କ ଟଙ୍କା ଫେରାଇ ପାରି ନଥିବା କହିଥିବା ଗ୍ରାମବାସୀ କହିଛନ୍ତି।ଭିଜିଲାନସ୍ ନିକଟରେ ସୁରେନ୍ଦ୍ରଙ୍କ ପତ୍ନୀ ମଧ୍ୟ ସେ ଏଜେଣ୍ଟ ନଥିଲେ। ଅନ୍ୟ ଜଣେ ଝିଅ ଏଜେଣ୍ଟ ରହିଥିବା ବେଳେ ସେ ତାଙ୍କୁ ସହ‌ଯୋଗ କରି ଆସୁଥିଲେ। ନବରଙ୍ଗପୁରରୁ କମ୍ପାନୀ ଅଚାନକ ପଳାଇବା ପରେ ଉକ୍ତ ଝିଅ ସହ ତାଙ୍କ ଯୋଗାଯୋଗ ହୋଇ ପାରିନି ବୋଲି କହିଥିଲେ। ତେବେ ପ୍ରକୃତରେ କିଏ ଠକିଛି କମ୍ପାନୀ , ଏଜେଣ୍ଟ ନାଁ କିଏ ତାହା ଭିଜିଲାନସ୍ ତଦନ୍ତ କରିବ ବୋଲି ଗ୍ରାମବାସୀଙ୍କୁ କହିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button