ମନୋରଞ୍ଜନ

ରୁଦ୍ରଙ୍କୁ ବିବାହ କରିବାର 5 ବର୍ଷ ପରେ ବି କାହିଁକି ମା’ ହେଉ ନାହାଁନ୍ତି ଜିନା, ଏହା ବିଷୟରେ କଣ କହୁଛନ୍ତି ସେ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ। ଆପଣ ମାନଙ୍କୁ ସ୍ଵାଗତ । ବଲିଉଡ ହେଉ ବା ଅଲିଉଡ ହେଉ ଏହା ସହିତ ଜଡିତ ଲୋକମାନେ କୌଣସି ନା କୌଣସି କାରଣରୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ।

ତାହା ପ୍ରଫେସନାଲ ଲାଇଫ ହେଉ ବା ପର୍ଶନାଲ ଲାଇଫ । ବର୍ତ୍ତମାନ କରୋନା କାଳରେ ପ୍ରାୟତଃ ଆକ୍ଟର ମାନେ ଏବେ ଘରେ ରହିଛନ୍ତି ଓ ସେମାନେ ନିଜର ଟାଇମ ପାସ କରିବା ପାଇଁ ସୋସିଆଲ ମିଡିଆ କୁ ବାଛି ନେଇଛନ୍ତି । ବର୍ତ୍ତମାନ ସେମାନେ ନିଜ ସୋସିଆଲ ମିଡିଆ ସାହାର୍ଯ୍ୟ ରେ ଫ୍ୟାନ୍ସ ମାନଙ୍କ ସହ ଯୋଡି ହେଇ ରହିଛନ୍ତି । ପ୍ରାୟତଃ ଅଭିନେତ୍ରୀ ହେଉ ବା ଅଭିନେତା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ।

ଆଜି ଆମେ ସେହିପରି ଜଣେ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବୁ ସିଏ ହେଉଛନ୍ତି ଓଲିଉଡ ଅଭିନେତ୍ରୀ ଜିନା ସାମଲ । ସେ ନିଜ ସୋସିଆଲ ମିଡିଆ ଆକାଉନ୍ଟ ରେ ଏକ ଲାଇଭ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜର ଫ୍ୟାନ୍ସ ମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସୁଛନ୍ତି । ଆଲୋକ କୁମାର ନାମକ ଜଣେ ୟୁଜର ପ୍ରଶ୍ନ କରିଛନ୍ତି କି “ଦିଦି ବେବି କେବେ ହେବ ତୁମର ?”

ଜିନା ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ଏବେ କରୋନା କାଳରେ ଯେତେବେଳେ ମୁଁ ସୁରକ୍ଷିତ ନୁହେଁ ମୋ ସ୍ଵାମୀ ବି ସୁରକ୍ଷିତ ନୁହେଁ, ଏ ସିଚୁଏସନ ରେ ପୁଣି ବେବି, ମୁଁ ସେ ବିଷୟରେ ଚିନ୍ତା ମଧ୍ୟ କରି ପାରିବିନି। ” ସେ ଆହୁରି ମଧ୍ୟ କହିଛନ୍ତି “ଏବେ ନାଇଁ ଯେବେ ହେବ ମୁଁ ନିଶ୍ଚୟ ଜଣେଇବି ଆପଣଙ୍କୁ ।

ସେଥିପାଇଁ ବହୁତ ଟାଇମ ଅଛି । ଆଗ ନିଜେ ବଞ୍ଚିଲେ ତ ଆଉ କାହାକୁ ଦୁନିଆକୁ ଆଣିବା କଥା ଚିନ୍ତା କରିବ ।  ଡେଲି ଡେଲି ଡର ରହୁଛି କି କାଳେ କେତେ ବେଳେ କଣ ହେଇଯିବ । ” ଏହା ସହିତ ସେ ଆଉ କିଛି ୟୁଜର ମାନଙ୍କ ପ୍ରଶ୍ନର ଉତ୍ତର ସେ ବହୁତ ମଜାଦାର ଢଙ୍ଗରେ ଦେଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button