ମନୋରଞ୍ଜନ

ପରିବାରର ସହମତିରେ ବିବାହ ହୋଇଛି, ମୁଁ ସିଦ୍ଧାର୍ଥଙ୍କ ନାୟିକା ହୋଇସାରିଛି – Kalinga News

[ad_1]

ଭୁବନେଶ୍ବର: ଓଲିଉଡ୍‌ ସିନେ ଜଗତରେ ତମନ୍ନା ବ୍ୟାସ ଜଣେ ଜଣାଶୁଣା ନାମ। ସେ ୨୦୧୭ ମସିହାରୁ ‘ଭାଇନା କ’ଣ କଲା ସେ’ ସିନେମା ଜରିଆରେ ଓଡ଼ିଆ ସିନେ ଜଗତରେ ପାଦ ଥାପି ଆଜି ଯାଏ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି। ତାଙ୍କର ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ‘ନିଝୁମ୍‌ ରାତିର ସାଥୀ’, ‘ଗୋଲ୍‌ମାଲ୍‌ ଲଭ୍‌’, ‘ପ୍ରେମ୍‌ କୁମାର’, ‘ବ୍ଲାକ୍‌ମେଲ୍‌’ ଓ ‘ସୁପର୍‌ବୟ’। ଆଗାମୀ ଦିନରେ  ‘ଭିଲେନ୍‌’ ଫିଲ୍ମ ଜରିଆରେ ସେ ଦର୍ଶକଙ୍କ ମନୋରଞ୍ଜନ କରାଇବେ। ନିକଟ ଅତୀତରେ (ଜାନୁଆରି ୧୬) ତମନ୍ନା ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ୍‌ଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ୍‌ଙ୍କୁ ବିବାହ କରିଛନ୍ତି। ଏ ସପ୍ତାହରେ ଅଭିନେତ୍ରୀ ତମନ୍ନାଙ୍କ ସହ ସ୍ବତନ୍ତ୍ର ଆଳାପ।

୧. ନିକଟରେ ଆପଣ ବିବାହ ବନ୍ଧନରେ ବାନ୍ଧି ‌ହୋଇଛନ୍ତି। ବାହାଘର ପରେ ନୂଆ ଜୀବନ ଆରମ୍ଭ ହୋଇଥାଏ। ଆପଣଙ୍କ କ୍ଷେତ୍ରରେ ସେ ନୂଆପଣଟି କ’ଣ? ଝିଅ ଓ ବୋହୂ ଜୀବନ ମଧ୍ୟରେ କେଉଁ ପ୍ରକାରର ପାର୍ଥକ୍ୟ ଦେଖୁଛନ୍ତି?

ମୋତେ କିଛି ବି ପାର୍ଥକ୍ୟ ଜଣାପଡୁନି। ମୁଁ ସେତିକି ଭାଗ୍ୟବତୀ ଯେ ମୋତେ ଗୋଟେ ବଢ଼ିଆ ପରିବାର ମିଳିଛି। ମୋତେ ଲାଗୁଛି ମୁଁ ଗୋଟାଏ ଘରୁ ଆସି ଅନ୍ୟ ଏକ ଘରେ ରହୁଛି। ଏତେ ସୁନ୍ଦର ପରିବାର ଦେଇଥିବାରୁ ମୁଁ ଈଶ୍ବରଙ୍କ ନିକଟରେ କୃତଜ୍ଞ।

୨. ପାଠକ ଜାଣିବାକୁ ଚାହିଁବେ ତମନ୍ନାଙ୍କର ପ୍ରେମ ବିବାହ ନା ବ୍ୟବସ୍ଥିତ?

ପୂରାପୂରି ଭା‌ବେ ବ୍ୟବସ୍ଥିତ। ପ୍ରଥମେ ମମି (ନମିତା ଅଗ୍ରୱାଲ୍‌) ସିଦ୍ଧାର୍ଥଙ୍କ ପ୍ରସ୍ତାବ ନେଇ ମୋ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଦୁଇ ପରିବାର ଲୋକଙ୍କ ସହମତିରେ ହିଁ ଆମର ବାହାଘର ହୋଇଛି।

୩. ଶାଶୂଘରେ ସ୍ବାମୀଙ୍କ ପରେ ଆପଣ କାହା ସହ ବେଶି ସହଜ ଅନୁଭବ କରନ୍ତି?

ମମିଙ୍କ ସହ। ତାଙ୍କ ସହ ମୋ ସଂପର୍କ ଏକ ବନ୍ଧୁ ପରି। ଆମ ଭିତରେ ଶାଶୂ-ବୋହୂର ସଂପର୍କ କମ୍‌, ବନ୍ଧୁତ୍ବ ଅଧିକ ଅଛି।

୪. ସିଦ୍ଧାର୍ଥଙ୍କର ଗୋଟାଏ ଭଲ ଗୁଣ ଓ ଗୋଟାଏ ଖରାପ ଗୁଣ କୁହନ୍ତୁ।

ଖରାପ ଗୁଣ କିଛି ବି ନାହିଁ। ଭଲ ଗୁଣ ହେଉଛି ସେ ଖୁବ୍ ଯତ୍ନଶୀଳ। ପ୍ରତ୍ୟେକ ଲୋକଙ୍କୁ ନେଇ ସେ ଯତ୍ନବାନ। ତାଙ୍କର ଉତ୍ତମ ବୁଝାମଣା ମୋତେ ବହୁତ ଭଲଲାଗେ।

୫. ରିଲ୍‌ରେ ସିଦ୍ଧାର୍ଥଙ୍କ ନାୟିକା ହେବାର ସୁଯୋଗ ମିଳିଲେ ଆପଣଙ୍କୁ କିପରି ଲାଗିବ?

ତାଙ୍କ ନାୟିକା ତ ମୁଁ ହୋଇସାରିଛି। ଯଦି ସିନେମା କଥା କହୁଛନ୍ତି ତ ତାଙ୍କର ସେପରି ମନସ୍ଥିତି ନାହିଁ।

୬. ବିବାହ ପ‌ରେ ବି ଆଗକୁ ଅଭିନୟ ଯାତ୍ରା ଜାରି ରହିବ ନା ପ୍ରଯୋଜନା କ୍ଷେତ୍ରରେ ମନୋନିବେଶ କରିବେ?

ଯେପରି ପୂର୍ବରୁ କହିଛି ମୋ ଜୀବନ‌ରେ କିଛି ବି ପରିବର୍ତ୍ତନ ହେଲା ପରି ଲାଗୁନାହିଁ; ଏ କ୍ଷେତ୍ରରେ ବି କୌଣସି ପରିବର୍ତ୍ତନ ହେବାର ନାହିଁ। ଯେପରି ପୂର୍ବରୁ ଥିଲା ଆଗକୁ ବି ସେହିପରି ଘଟିବ। ବିବାହ ପରେ ଦାୟିତ୍ବ ବଢ଼ିବା ଏକ ସ୍ବାଭାବିକ କଥା, ମୁଁ ମୋ ଦାୟିତ୍ବ ତୁଲାଇବା ସହ ନିଜ କ୍ୟାରିୟର୍‌କୁ ଆଗକୁ ନେବି।

୭. ଆପଣ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ନାୟକ ଅନୁଭବ, ବାବୁସାନ୍‌ ଓ ସବ୍ୟସାଚୀଙ୍କ ସହ ପରଦାରେ ନଜର ଆସି ସାରିଛନ୍ତି; ଅରିନ୍ଦମଙ୍କ ସହ ଏଯାଏ ଦିଶିନାହାନ୍ତି। ଅଫର୍‌ ମିଳିଲେ ତାଙ୍କ ସହ ସିନେମା କରିବେ କି?

ନିଶ୍ଚିତ କରିବି। ଏପରିକି ତାଙ୍କ ସହ ନିକଟରେ ଏକ ଫିଲ୍ମ କରିବାର ଥିଲା। ମାତ୍ର ମୋର ସମୟକୁ ନେଇ ଟିକେ ଅସୁବିଧା ହେବାରୁ କରିପାରିଲି ନାହିଁ। ସମସ୍ତଙ୍କ ସହ କାମ କରିବାର ଇଛା ମୋ ଭିତରେ ଅଛି। ସେପରି ସୁଯୋଗ ମିଳିଲେ ମୁଁ ତାଙ୍କ ସହ ସିନେମା ନିଶ୍ଚୟ କରିବି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button