ମନୋରଞ୍ଜନ

ଝିଅଙ୍କ ଡେବ୍ୟୁ ସିନେମା ଦେଖି ତିନିଦିନ ପର୍ଯ୍ୟନ୍ତ କାନ୍ଦିଥିଲେ ବାପା ବୋନି କପୁର – Kalinga News

[ad_1]

ନୂଆଦିଲ୍ଲୀ: ପ୍ରତି ସପ୍ତାହରେ କରଣ ଜୋହରଙ୍କ ଚାଟ ସୋ’ କଫି ଉଇଥ କ‌ରଣ ସିଜନ-୮ର  ନୂଆନୂଆ ଅଧ୍ୟାୟ ସାମ୍ନାକୁ ଆସୁଛି। ଯେଉଁଥିରେ ବଲିଉଡ ସେଲିବ୍ରିଟିମାନେ ନିଜନିଜର ମନର କଥାକୁ ଖୋଲାଖୋଲି ଭାବେ ଆଲୋଚନା କରୁଛନ୍ତି।

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଜୟ ଦେବଗନ ଏହି ସୋ’ରେ ନିଜର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ବିଷୟରେ ଆଲୋଚନା କରିଛନ୍ତି। ଏହି ସୋ’ର ନୂଆ ଅଧ୍ୟାୟରେ ଅଭିନେତ୍ରୀ ଜାହ୍ନଭି କପୁର ଓ ଭଉଣୀ  ଖୁସି କପୁରଙ୍କୁ ଦେଖିବାକୁ ମିଳୁଛି। ସୋ’ରେ ଦୁଇ ଭଉଣୀ ନିଜନିଜ ଜୀବନକୁ ନେଇ ଅନେକ ଜଣା ଓ ଅଜଣା କଥା ଦର୍ଶକଙ୍କ ସାମ୍ନାରେ ବଖାଣିଛନ୍ତି।

ଖୁସି କପୁର ନିକଟରେ ବଲିଉଡରେ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଦ ଆର୍ଚିଜ’ରେ ଡେବ୍ୟୁ କରିଛନ୍ତି। ନେଟଫ୍ଲିକ୍ସର ନୂଆ ସିନେମା ‘ଦ ଆର୍ଚିଜ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ  ପ୍ରସ୍ତୁତ ହୋଇଥିବା ସିନେମାରେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ଭଳି ବଲିଉଡ ଷ୍ଟାରଙ୍କ ପିଲାଙ୍କୁ ଡେବ୍ୟୁ କରିଥିବା ଦେଖିବାକୁ ମିଳୁଛି।

ଖୁସି ଏହି ସୋ’ରେ ନିଜ ସିନେମାକୁ ନେଇ କହିଛନ୍ତି, ‘ଦ ଆର୍ଚିଜ’ ସିନେମା ଦେଖିବା ପରେ ବାପା ବୋନି କପୁର ଭାବବିହ୍ବଳ ହୋଇପଡ଼ିଥିଲେ। ଏମିତି କି ସେ ତିନିଦିନ ପର୍ଯ୍ୟନ୍ତ କାନ୍ଦିଛନ୍ତି। ଯେତେ ବୁଝାଇଲେ ବି ସେ ଚୁପ ହୋଇ ରହି ପାରି ନଥିଲେ। ଏହି ସିନେମା ଦେଖିବା  ପରେ ମୋର ଅଭିନୟ ପାଇଁ ବାପା ମୋ‌ତେ କ୍ରମାଗତ ଭାବେ ମେସେଜ କରି ପ୍ରଶଂସା କରିଥିଲେ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button