୪୧ ବର୍ଷ ପାଦ ଦେଲେ ରାଣା ଦଗ୍ଗୁବତୀ, ୧୫ ବର୍ଷରେ ହେଲେ ଫିଲ୍ମ ଜଗତର ସୁପରଷ୍ଟାର

ବାହୁବଳୀ ଖଳନାୟକ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରି ସାରା ଦେଶରେ ଷ୍ଟାର ପାଲଟିଥିବା ରାଣା ଦଗ୍ଗୁବତୀଙ୍କୁ ଆଜି ୪୧ ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନର ଏହି ବିଶେଷ ଅବସରରେ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୧୫ ବର୍ଷର କ୍ୟାରିୟରରେ ରାଣା ଦଗ୍ଗୁବତୀ ଫିଲ୍ମ ଜଗତରେ ନିଜର ଏକ ବଡ଼ ନାମ ଅର୍ଜନ କରିଛନ୍ତି । ତେଲୁଗୁ ସିନେମାରେ ଅଭିନୟ ପାଇଁ ଜଣାଶୁଣା ରାଣା ଦଗ୍ଗୁବତୀ ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ପରଦାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ସର୍ବଭାରତୀୟ ଲୋକପ୍ରିୟତା ହାସଲ କରିଥିବା ଅଳ୍ପ କେତେକ ଅଭିନେତାଙ୍କ ମଧ୍ୟରୁ ସେ ଅନ୍ୟତମ ।
ସେ ୨୦୧୦ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ଲିଡର’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ, ଯେଉଁଥିପାଇଁ ସେ ଶ୍ରେଷ୍ଠ ମେଲ୍ ଡେବ୍ୟୁ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ଏହାର ବର୍ଷେ ପରେ, ରାଣା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ଦମ୍ ମାରୋ ଦମ୍’ରେ ବିପାଶା ବସୁଙ୍କ ବିପକ୍ଷରେ ଅଭିନୟ କରିଥିଲେ । ସେ “ବାହୁବଲୀ”ରେ ଭଲ୍ଲାଲଦେବ ଚରିତ୍ର କରି ବେଶ ପ୍ରଶଂସିତ ହୋଇଥିଲେ ।
ସେଲିବ୍ରିଟି ନେଟ୍ ୱର୍ଥ ରିପୋର୍ଟ ଅନୁଯାୟୀ ରାଣା ଦଗ୍ଗୁବତୀ ଜଣେ ଭାରତୀୟ ଅଭିନେତା, ଫିଲ୍ମ ନିର୍ମାତା ଏବଂ ଫଟୋଗ୍ରାଫର ଅଟନ୍ତି । ତାଙ୍କ ସମ୍ପତ୍ତି ୬ ମିଲିୟନ୍ ଡଲାର । ସେ ମୁଖ୍ୟତଃ ଉଭୟ ତେଲୁଗୁ ସିନେମା ଏବଂ ବଲିଉଡରେ ତାଙ୍କ କାର୍ଯ୍ୟ ପାଇଁ ଜଣାଶୁଣା । ରାଣା ତାଙ୍କ ପରିବାରର ପ୍ରଡକ୍ସନ୍ ହାଉସ୍ ସହିତ ଜଡିତ ଏବଂ ନିଜର ପ୍ରଡକ୍ସନ୍ କମ୍ପାନୀ ସ୍ପିରିଟ୍ ମିଡିଆ ଚଳାଉଛନ୍ତି । ସ୍ପିରିଟ୍ ମିଡିଆ ଏହାର କାର୍ଟୁନ୍ ଚଳଚ୍ଚିତ୍ର ବୋମ୍ମାଲାଟା (୨୦୦୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ରାଣା ଦଗ୍ଗୁବତୀ ୨ ବର୍ଷ ପୂର୍ବେ ନିଜର ସିରିଜ୍ ‘ରାଣା ନାଇଡୁ’ ତିଆରି କରିଥିଲେ ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହ ଏହି ସିରିଜରେ ପୱନ କଲ୍ୟାଣ ମଧ୍ୟ ଏକ ଚମତ୍କାର ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଜରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହି ସିରିଜକୁ ଲୋକମାନେ ବହୁତ ଭଲ ପାଇବା ଦେଇଥିଲେ । ନେଟଫ୍ଲିକ୍ସରେ ଆସିଥିବା ଏହି ସିରିଜ୍ ଏକ ସୁପରହିଟ୍ ଥିଲା ।




