ଝିଅ ବାହାଘରର ୭ଦିନ ପରେ ବିଗିଡ଼ିଲା ଶତ୍ରୁଘ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ହସ୍ପିଟାଲରେ ହେଲେ ଭର୍ତ୍ତି – Kalinga News

[ad_1]
ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ବିବାହର ୭ଦିନ ପରେ ସୋନାକ୍ଷୀ ଓ ଇକବାଲଙ୍କୁ ହସ୍ପିଟାଲ ବାହାରେ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରିବା ଆରମ୍ଭ କରି ଦେଇଥିଲେ। କେହିକେହି ସୋନାକ୍ଷୀ ମା’ ହେବାକୁ ଯାଉଥିବା ନେଇ ବି ଗୁଜବ ପ୍ରଚାର କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ,ଶତ୍ରୁଘ୍ନ ସିହ୍ନା ତାଙ୍କ ଘରର ଡାଇନିଂ ହଲରେ ପଡ଼ିଯିବାରୁ ଶରୀରରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଘରେ କିଛି ଚିକିତ୍ସା ଦିଆଯାଇଥିଲା। ଏଥିରେ କିନ୍ତୁ ଯନ୍ତ୍ରଣା ନକମିବାରୁ ଶତ୍ରୁଘ୍ନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ସଙ୍ଗେସଙ୍ଗେ ଡାକ୍ତର ଅଭିନେତାଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ। ବାପାଙ୍କୁ ଦେଖିବା ପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ସୋନାକ୍ଷୀ ତାଙ୍କ ସ୍ବାମୀ ଜହିର ଇକବାଲଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ।
ଡାକ୍ତର ଶତ୍ରୁଘ୍ନଙ୍କ ସମସ୍ତ ଜରୁରୀ ପରୀକ୍ଷା କରାଇ ନେଇଛନ୍ତି। ଏହି ପରୀକ୍ଷା ରିପୋର୍ଟ ନର୍ମାଲା ଆସିଛି। ଆସନ୍ତା ସୋମବାର ତାଙ୍କୁ ଡିସଚାର୍ଜ କରିଦିଆଯିବା ବୋଲି ଶତ୍ରୁଘ୍ନଙ୍କ ସାଙ୍ଗ ତଥା ସିନେମା ନିର୍ମାତା ସୂଚନା ଦେଇଛନ୍ତି।
[ad_2]