କିନ୍ନର ଙ୍କୁ ଦେଖିବା ମାତ୍ରେ କହି ଦିଅନ୍ତୁ ଏହି ୨ଟି ଶଦ୍ଦ, ଆପଣଙ୍କ ଭାଗ୍ୟ ଖୋଲିଯିବ

ଆମ ଦେଶରେ ଅଲଗା ଅଲଗା ଧର୍ମର ଲୋକ ରହିଥାନ୍ତି ଏବଂ ସମସ୍ତ ଉତ୍ସବ ସମସ୍ତେ ମିଶି ଆନନ୍ଦ ଉଲ୍ଲାସରେ ମନାଇଥାନ୍ତି । ବନ୍ଧୁଗଣ କେତେକ ଉତ୍ସବରେ କିଛି ଲୋକ ଆପଣଙ୍କୁ ରାସ୍ତାରେ ଉତ୍ସବ ମନାଇବାର ଖୁସିରେ ପଇସା ମାଗିଥାନ୍ତି । କିନ୍ତୁ ଏହି ଲୋକମାନଙ୍କ ମଧ୍ୟରେ ଏମିତି କିଛି ଲୋକ ଥାନ୍ତି ସେମାନଙ୍କ ଉପରେ ଆମେ ପୁରା ବିଶ୍ଵାସ କରିଥାଉ । ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ କିନ୍ନର ମାନଙ୍କ ବିଷୟରେ କହୁଛୁ । କିନ୍ନର ମାନେ କେବଳ ଉତ୍ସବ ରେ ନୁହେଁ, ଏମିତିକି ଘରେ ବିବାହ ଉତ୍ସବ ହେଉ କିମ୍ବା ଘରେ ଜନ୍ମ ଦିନର ଉତ୍ସବ ହେଉ ବା ଯେ କୌଣସି ପ୍ରକାରର ଖୁସିର ପର୍ବ ହେଉ, ଆପଣଙ୍କ ଘରକୁ କିନ୍ନର ମାନେ ଆସିଲେ ପଇସା ନନେଇ ମଧ୍ୟ ଯାଇ ନଥାନ୍ତି ।
ଯଦି ଆପଣ ସେମାନେ ମାଗିଥିବା ପଇସା ଖୁସିରେ ଦେଇ ଦେଇଥାନ୍ତି ତେବେ ସେମାନେ ଆପଣଙ୍କୁ ଖୁସି ଓ ଆଶୀର୍ବାଦ ଦେଇ ଚାଲି ଯାଇଥାନ୍ତି ଏବଂ ସେମାନଙ୍କ ଆଶୀର୍ବାଦର ଅଧିକ ପ୍ରଭାବ ରହିଥାଏ । ହଁ ଆଜ୍ଞା, ଏହି ଆଶୀର୍ବାଦ ହିଁ ଆପଣଙ୍କର ଚାଲିଥିବା ଖରାପ ସମୟକୁ ବଦଳାଇ ଦେଇଥାଏ ।

ଯଦି ଆମେ କଥାହେବା କିନ୍ନରଙ୍କ ଦ୍ଵାରା ଅଭିଶାପ କଥା ତେବେ ଯଦି କିନ୍ନର କାହାକୁ ଅଭିଶାପ ଦେଉଛନ୍ତି ତେବେ ସେମାନଙ୍କର ଜୀବନ ବରବାଦ ହୋଇଯାଇପାରେ । କିନ୍ନର ଯେତେବେଳେ ଆପଣଙ୍କୁ ପଇସା ମାଗିଥାନ୍ତି ତେବେ ଆପଣ ତାଙ୍କୁ ପଇସା ଦେଇ ଯଥା ଶୀଘ୍ର ବିଦା କରି ଦେଇଥାନ୍ତି ଓ ତାଙ୍କ ସହିତ ଅଧିକ କଥାବାର୍ତ୍ତା କରନ୍ତି ନାହିଁ । କିନ୍ତୁ ଏଠାରେ ଆମେ ଆପଣଙ୍କୁ କହି ରଖୁଚୁ କି ଯଦି ଆପଣ କିନ୍ନରଙ୍କୁ ପଇସା ଦେଇ ସାରିବା ପରେ ଏହି 2 ଟି ଶବ୍ଦ କହିଦେଉଛନ୍ତି ତେବେ ଆପଣଙ୍କର ଭାଗ୍ୟ ଖୋଲିଯାଇଥାଏ ।

ଏହାର ଅର୍ଥ ହେଲା ଯେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ବା ଧନଲାଭର ରାସ୍ତା ଖୋଲି ଯାଇଥାଏ ଓ ଆପଣ ଯଥା ଶୀଘ୍ର ମାଲାମାଲ ହୋଇଯାନ୍ତି । କୁହାଯାଏ କି ଏହି 2 ଟି ଶବ୍ଦ କହିବା ପରେ ଆପଣଙ୍କ ସମ୍ପତ୍ତି ରେ ଉନ୍ନତି ଆସିଥାଏ ଓ ଆପଣଙ୍କୁ ଦୁଇ ଗୁଣା ଧନଲାଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି 2 ଟି ଶବ୍ଦ ବିଷୟରେ ।

ଯେତେବେଳେ କିନ୍ନର ଆପଣଙ୍କୁ ଆପଣଙ୍କ ଘରେ, ଅଫିସ ରେ ବା ରାସ୍ତାରେ ବା ଅନ୍ୟ କେଉଁଠି ପଇସା ମାଗିବାକୁ ଆସନ୍ତି ତେବେ ସେତେବେଳେ ଆପଣ ତାଙ୍କୁ ପଇସା ଦେଇ ସାରିବା ପରେ ନିହାତି ଥରେ କୁହନ୍ତୁ ‘ଆଉଥରେ ଆସିବେ’ । ଆପଣଙ୍କୁ ଏହି ଦୁଇଟି ଶବ୍ଦ ସାଧାରଣ ଲାଗୁଥାଇପାରେ କିନ୍ତୁ ଯଦି ଆପଣ ପଇସା ଦେଇ ସାରିବା ପରେ ତାଙ୍କୁ ଏହି 2 ଟି ଶବ୍ଦ କୁହନ୍ତି ତେବେ ତାଙ୍କୁ ଲାଗିବ କି ଆପଣ ପଇସା ତାଙ୍କୁ ନିଜ ହୃଦୟରୁ ଦେଇଛନ୍ତି ବରଂ କୌଣସି ବାଧ୍ୟ ବାଧ୍ୟକତାରେ ନୁହେଁ ।

ଏହାର ଫଳ ସ୍ୱରୂପ ସେ ଆପଣଙ୍କୁ ନିଜ ହୃଦୟରୁ ଆଶୀର୍ବାଦ ଦେଇଥାନ୍ତି ଓ ଆପଣଙ୍କର ସବୁ କାର୍ଯ୍ୟରେ ଉନ୍ନତି ହୋଇଥାଏ ଓ ଆପଣଙ୍କ ପାଖକୁ ଧନର ଆଗମନ ହୋଇଥାଏ । ଆପଣ ସଫଳତାର ସିଢି ରେ ଚଢିବାକୁ ଲାଗନ୍ତି ।




