ରାଜ୍ୟ

ବର୍ଷା ଅନୁଭବଙ୍କ ବିବାଦରେ ମୁହଁ ଖୋଲିଲେ ଅଲିଉଡ ଷ୍ଟାର, ଜାଣନ୍ତୁ କିଏ କାହାକୁ କରୁଛନ୍ତି ସପୋର୍ଟ

ଓଡିଆ ଫିଲ୍ମ ଜଗତରେ ଅନୁଭବ ଓ ବର୍ଷାଙ୍କ ଯୋଡି ହେଇଛି ସବୁଠାରୁ ପ୍ରିୟ ଯୋଡି । ଲୋକମାନେ ପୂର୍ବରୁ ଏହି ଯୋଡିକୁ ବହୁତ ପସନ୍ଦ କରୁଥିଲେ । ଏହି ଦୁଇଟି ଷ୍ଟାର ପ୍ରଥମେ ପରସ୍ପର ସହ ଅନେକ ଫିଲ୍ମରେ ଅଭିନୟ କରିଥିଲେ, ଯାହାଦ୍ୱାରା ଏହି ଦୁଇଜଣକ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଏହି ବନ୍ଧୁତା କେତେବେଳେ ପ୍ରେମରେ ବଦଳି ଗଲା ଏହି ଦୁଇଜଣ ଜାଣିନଥିଲେ । ଅନୁଭବ ଏକ ଅଭିନେତା ସହ କେନ୍ଦ୍ରାପଡାର ସାଂସଦ ମଧ୍ୟ ଅଟନ୍ତି । ଅନୁଭବ ଓ ବର୍ଷାଙ୍କ ଯୋଡିକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଏହି ଦୁଇଟି ଦମ୍ପତିଙ୍କ ମଧ୍ୟରେ ବହୁତ ବାଦବିବାଦ ଦେଖାଯାଇଛି । ଯାହାକି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଚର୍ଚା ହେଉଛି । ଏମିତରେ ଓଡିଆ ସିନେମା ଜଗତର କିଛି କଳାକାର ମାନେ ଏହି ବିବାଦରେ କିଛି ମନ୍ତବ୍ୟ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବକ୍ତବ୍ୟ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଭିନେତ୍ରୀ ପ୍ରକୃତି ମିଶ୍ର ଅନୁଭବଙ୍କୁ ସପୋର୍ଟ ଦେଇ କହିଛନ୍ତି ଯେ, ସେ ପିଲା ବେଳରୁ ଅନୁଭବଙ୍କୁ ଜାଣିଛନ୍ତି ଓ ଅନୁଭବ କେବେ ବି କୌଣସି ଭୁଲ କାମ କରିପାରିବେ ନାହିଁ ବୋଲି ଲେଖି ପ୍ରକୃତି ଅନୁଭବଙ୍କୁ ସପୋର୍ଟ କରିଛନ୍ତି । ଏହା ଛଡା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିଦୂସ୍ମିତା ଏହି ବିବାଦକୁ ନେଇ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଅନୁଭବ ଜଣେ ଖରାପ ମଣିଷ ଅଟନ୍ତି ଓ ସେ ନିଜର ଖରାପ ବ୍ୟବହାର ପାଇଁ ସବୁ ସ୍ଥାନରେ ଅପମାନିତ ହୋଇଥାନ୍ତି ।

ଓଲିଉଡ ଷ୍ଟାର ଶ୍ରିତମ ଦାସ କହିଛନ୍ତି, ଦୁଇଜଣଙ୍କ ମଧ୍ୟରେ କଣ ହୋଇଛି ମତେ ଜଣା ନାହିଁ,ହେଲେ ଦୁଇଜଣ ପୁଣି ଏକାଠି ହୋଇଯାନ୍ତୁ ଓ ଖୁସିରେ ରୁହନ୍ତୁ । ଶ୍ରୀତମ ଚାହୁଁଛନ୍ତି ଏହି ଦୁଇଜଣ ପୁଣି ଏକାଠି ଖୁସିରେ ଜୀବନକୁ ଅତିବାହିତ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button