ଦେଶ- ବିଦେଶ

ରୁପି ସମସ୍ୟାକୁ ନେଇ ଚିନ୍ତିତ କି? ଶୀତଦିନେ ଏମିତି ଦୂର କରନ୍ତୁ ରୁପି ସମସ୍ୟା, ଜାଣନ୍ତୁ ସହଜ ଉପାୟ

ଶୀତଦିନେ ରୁପି ସମସ୍ୟା ଅନେକଙ୍କ ଲାଗି ଚିନ୍ତାର କାରଣ ପାଲଟେ, ଯାହାକୁ ରୋକିବା ଲାଗି ସେମାନେ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ଏଭଳି କିଛି ଖାଦ୍ୟ ରହିଛି, ଯାହା କି ରୁପି ସମସ୍ୟା ଦୂର କରିବାରେ ବେଶ୍‌ ଉପକାରୀ।

ଶୀତଦିନେ ଅନେକଙ୍କର ପାଣି ପିଇବା କମିଯାଏ। ଫଳରେ ଠିକ୍‌ ଭାବେ ଖାଦ୍ୟ ହଜମ ହୁଏ ନାହିଁ। ଏହା ମଧ୍ୟ ଅନେକଙ୍କ ମୁଣ୍ଡରେ ରୁପି ହେବାର ଏକ କାରଣ। ତେଣୁ ପ୍ରତିଦିନ ଖାଦ୍ୟରେ ଅଦା ସାମିଲ କଲେ ଏହା ନା କେବଳ ହଜମଶକ୍ତି ବଢାଇବ ବରଂ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗାଲ୍‌ ଉପାଦାନ ମଧ୍ୟ ରୁପି ଦୂର କରିବ। ରସୁଣରେ ଥିବା ଆଲିସିନ୍‌ ନାମକ ଆଣ୍ଟିଫଙ୍ଗାଲ୍‌ ଉପାଦାନ କେଶ ମୂଳରୁ ରୁପି ନଷ୍ଟ କରିଥାଏ। ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ମଧ୍ୟ ଫଳପ୍ରଦ ହୋଇପାରିବେ।

Ukrainian girls looking for men
Find a girl! 100% Free website!

କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହା କି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ।

ବୁଟକୁ ଖାଦ୍ୟ ତାଲିକାରେ ସାମିଲ କରିବା ସହ ଏହାକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ରୁପି ଦୂର ହୋଇଥାଏ। କାରଣ ଏଥିରେ ଅଧିକ ପରିମାଣରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଛି, ଯାହା କି ରୁପି ଦୂର କରିବାର ମୁଖ୍ୟ ଉପାଦାନ। ସେହିପରି ଗହମ ଖାଇବା ମଧ୍ୟ ଉପକାରୀ।

ପ୍ରତିଦିନ ଖାଦ୍ୟ ତାଲିକାରେ ସିଜନାଲ୍‌ ଫଳଗୁଡିକୁ ସାମିଲ କରିବା ଦ୍ବାରା ଏଥିରେ ଥିବା ଏନ୍‌ଜାଇମ୍‌ ଆପଣଙ୍କ ହଜମଶକ୍ତି ବଢାଇବା ସହ ରୁପି କମାଇବ। ମାଛ ତେଲ ଖାଇବା ଦ୍ବାରା ଶୀତଦିନେ ତ୍ବଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ। ଫଳରେ ରୁପି ସମସ୍ୟା ହ୍ରାସ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button