ମୟୁର ପର ଆପଣଙ୍କୁ କରିପାରେ କୋଟିପତି କରିବ, କରନ୍ତୁ ଏହି ସହଜ ଉପାୟ

ବନ୍ଧୁଗଣ ମୟୁର ପର ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ । ଏହାକୁ ଭଗବାନ ଶ୍ରୀକୃଷ୍ଣ ସଦା ସର୍ବଦା ନିଜ ମସ୍ତକରେ ଧାରଣ କରିଥାନ୍ତି । ଏହି ମୟୁର ପରକୁ ଘରେ ରଖିବା ଦ୍ଵାରା ହୋଇଥାଏ ଅନେକ ପ୍ରକାରର ଫାଇଦା । ଏହା ଦ୍ଵାରା ଅନେକ ପ୍ରକାର ସମସ୍ୟାରୁ ମିଳିଥାଏ ମୁକ୍ତି । ଆଜି ଆମେ ଆପଣଙ୍କୁ ଏହିପରି କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ମଣିଷ ଧନଶାଳୀ ହୋଇଥାଏ । ଅଚାନକ ଧନ ଆସିବାର ମାର୍ଗ ଖୋଲିଯାଏ ଓ ଦରିଦ୍ରତା ଦୂର ହୋଇଯାଏ । ତେବେ ଚାଲନ୍ତୁ ମୟୁର ପରର ଚମତ୍କାରୀ ଫାଇଦା ବିଷୟରେ ।
୧. ମୟୁର ପରକୁ ତକିଆ ତଳେ ରଖନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ତକିଆ ତଳେ ଗୋଟିଏ ମୟୁର ପର ରଖି ଶୋଇବା ଦ୍ଵାରା ଅନେକ ପ୍ରକାରର ଲାଭ ମିଳିଥାଏ । ସେହି ମଣିଷକୁ ଅଚାନକ ମିଳିଥାଏ ଉନ୍ନତି । ଅଚାନକ କୌଣସି ପ୍ରକାରରେ ଧନ ଆସିବାକୁ ଲାଗିଥାଏ । ବ୍ୟକ୍ତି ଧୀରେ ଧୀରେ ହୋଇଥାଏ ଧନଶାଳୀ । ସକରାତ୍ମକ ପ୍ରଭାବ, ଦୁଃସ୍ଵପ୍ନ ଓ କାଳ ସ୍ଵପ୍ନ ମଧ୍ୟ ଆସି ନଥାଏ ।

୨. ଧନଶାଳୀ ହେବା ପାଇଁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେଉଁ ସ୍ଥାନରେ ଘରର ସବୁ ସଦସ୍ୟ ଏକାଠି ବସନ୍ତି ସେହି ସ୍ଥାନରେ ମୟୁର ପକ୍ଷୀ ରଖିବା ଦ୍ଵାରା ସେହି ମଣିଷ ଧୀରେ ଧୀରେ ଧନଶାଳୀ ହୋଇଥାଏ । ମୟୁର ପରର ନିୟମିତ ଦର୍ଶନ କଲେ ସକରାତ୍ମକ ଉର୍ଜ୍ଜା ମିଳିଥାଏ । ଧୀରେ ଧୀରେ ଘରର ପ୍ରତ୍ଯେକ ସଦସ୍ୟ ଉନ୍ନତି କରିଥାନ୍ତି ।
୩. ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କେବେ ବି ହୋଇନଥାଏ ମତାନ୍ତର

ଦୁଇଟି ମୟୁର ପରର ଯୋଡାକୁ ସ୍ଵାମୀ ସ୍ତ୍ରୀଙ୍କ କକ୍ଷରେ ପୂର୍ବ ଓ ପଶ୍ଚିମ ଦିଗରେ ଲଗାଇବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବଢିଥାଏ ପ୍ରେମ ସ୍ନେହ ଓ ସହାନୁଭୁତି ଓ ଝଗଡା କେବେ ବି ହୋଇନଥାଏ । ଏମିତି କି ସ୍ବାମୀର ପର ସ୍ତ୍ରୀ ସହିତ ସମ୍ବନ୍ଧ ରହିନଥାଏ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଆହୁରି ବଢିବାକୁ ଲାଗିଥାଏ ।
୪. ଘରେ ପୂଜା ପାଉଥିବା ଠାକୁରଙ୍କ ପାଖରେ ଗୋଟିଏ ମୟୁର ପର ରଖିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ମାଲାମାଲ ହୋଇଥାଏ । ଉନ୍ନତିର ଦ୍ଵାର ଖୋଲିଯାଏ ।

୫. ଯଦି ଆପଣ ଚାହାଁନ୍ତି ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ ତେବେ ଗୋଟିଏ ମୟୁର ପରକୁ ମୁଖ୍ୟ ଦ୍ବାରର କବାଟରେ ନିଶ୍ଚିତ ଲଗାନ୍ତୁ । ଏମିତିକି ଏହାକୁ ବାଇଣ୍ଡିଙ୍ଗ କରି ହେଉ ବା ଲାମିନେସନ କରି ଲଗାଇ ପାରିବେ ।

ଘରର ମୁଖ୍ୟ ଦ୍ଵାରରେ ମୟୁର ପକ୍ଷୀ ଲଗାଇବା ଦ୍ଵାରା ଧନ ବା ଟଙ୍କା ପଇସା ଚୁମ୍ବକ ପରି ଟାଣି ହୋଇ ଆସିଥାଏ । ଏହା ଛଡା ଦୋକାନରେ ଆପଣ ମୟୁର ପରଟିଏ ରଖି ପାରିବେ । ଏହା ଦ୍ଵାରା ଉନ୍ନତି ପ୍ରାପ୍ତି ହୋଇଥାଏ ।




