ଦେଶ- ବିଦେଶ

ମୋତି ଭଳି ଚମକୁଥିବା ଦାନ୍ତ ପାଇବା ପାଇଁ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପାୟ, ରାତିକ ମଧ୍ୟରେ ଦେଖିବେ ଏହାର କମାଲ

ସବୁ ବ୍ୟକ୍ତିମାନେ ମୋତି ଭଳି ଚମକୁଥିବା ଦାନ୍ତ ପାଇବାକୁ ଇଚ୍ଛା କରନ୍ତି କାହିଁକିନା ଏହା ମଣିଷର ସୁନ୍ଦରତା ଓ ଆକର୍ଷଣ ବଢାଇ ଥାଏ । ଏହି ସୁନ୍ଦରତା ହସ ଯୋଗୁ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଓ ସାର୍ବଜନୀନ ସ୍ଥାନରେ ଆପଣଙ୍କୁ ଖୁସି ଅନୁଭବ କରାଏ । ଆପଣଙ୍କ ଦାନ୍ତ ହାଲୁକା ହଳଦିଆ ରଙ୍ଗର ହୋଇଥିଲେ ଏହା ଆପଣଙ୍କ ସୁନ୍ଦରତାକୁ କମ କରିଥାଏ ।ଏହାକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଟୁଥପେଷ୍ଟ ବ୍ୟବହାର କରନ୍ତି । ଏହା ପରେ ମଧ୍ୟା ତାଙ୍କ ଦାନ୍ତର ସମସ୍ୟା ଦୂର ହୋଇପାରେ ନାହିଁ ।

ଦାନ୍ତ ସଫା ରଖିବା ଆମ ଲାଇଫ୍ ରେ ମହତ୍ତ୍ୱପୂର୍ଣ୍ଣ ଅଟେ । ଏମିତିକି ମଧ୍ୟ ଲେଜର ଉପଚାର ଦ୍ଵାରା ଏହାର ଅସୁବିଧା ଦୂର ହେଇପାରେ । ତଥାପି ଆପଣ ଘରେଇ ଉପଚାରକୁ ବ୍ୟବହାର କରି ଆପଣଙ୍କ ସମସ୍ୟା ଦୂର କରିପାରିବେ।

 

କଣ ପାଇଁ ହୋଇଥାଏ ଦାନ୍ତ ହଳଦିଆ
ଯେଉଁ ଲୋକମାନେ ତାଙ୍କ ଦାନ୍ତର ଦାୟିତ୍ଵ ନିଅନ୍ତି ନାହିଁ ଓ ଖାଇ ସାରିବା ପରେ ଭଲ ଭାବରେ ବ୍ରସ କରନ୍ତି ନାହିଁ ସେମାନଙ୍କ ଦାନ୍ତ ହଳଦିଆ ପଡିଯାଏ । ଏହାପରେ ମଧ୍ୟ ଯେଉଁମାନେ ଅଧିକ ସିଗାରେଟ, ଗୁଟଖା, ଚା ଓ କଫି ସେବନ କରନ୍ତି ସେମାନଙ୍କ ଦାନ୍ତ ହଳଦିଆ ରଙ୍ଗ ହୋଇଯାଏ । ଏଥିପାଇଁ ଦିନ ଗଡ଼ିବା ସହିତ ଆପଣଙ୍କର ଦାନ୍ତ ଦୁର୍ବଳ ହୋଇଯାଏ ଓ ଶୀଘ୍ର ଝଡି ପଡିବାର ଆଶଙ୍କା ରହିଥାଏ ।

ଏହି ଉପାୟ ଦ୍ଵାରା ଦାନ୍ତର ହଳଦିଆପଣ ହେବ ଦୂର
ଲିମ୍ବ ଦାନ୍ତକାଠି

ଲିମ୍ବ ଦାନ୍ତକାଠି କୁ ବ୍ୟବହାର କଲେ ଆପଣଙ୍କ ଦାନ୍ତ ସଫା ହେବା ସହିତ ହଳଦିଆ ରଙ୍ଗ ଦୂର ହୋଇଥାଏ । ଲିମ୍ବ କାଠି କୁ ଗୋଟେ ସପ୍ତାହ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ମଝବୁତ ହେବା ସହିତ ହଳଦିଆ ରଙ୍ଗ ଦୂର ହୋଇଥାଏ ।

ଲେମ୍ବୁ ରସ ଓ ଏହାର ଚୋପାର ବ୍ୟବହାର
ଲେମ୍ବୁ ଭିଟାମିନ ସି ର ସମ୍ପୂର୍ଣ୍ଣ ସ୍ରୋତ ବୋଲି କୁହଯାଏ ଓ ଭିଟାମିନ୍ ସି ଦାନ୍ତ ସଫା ହେବାରେ ସାହାର୍ଯ୍ୟ କରେ । ସଫା ଦାନ୍ତ ପାଇବା ପାଇଁ ହେଲେ ଲେମ୍ବୁ ର ଚୋପା ବହୁତ ଉପଯୋଗୀ ହୋଇଥାଏ । ଲେମ୍ବୁ ର ଚୋପାକୁ ଦାନ୍ତର ଭିତର ଅଂଶରେ ଭଲ ଭାବରେ ଘଷିଲେ ଦାନ୍ତରେ ଚମକ ଆସିଥାଏ । ଏହି ଉପାୟ ସବୁଠାରୁ ଶାସ୍ତା ସୁନ୍ଦର ଓ ମଝବୁତ ହୋଇଥାଏ । ଏହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣଙ୍କ ଦାନ୍ତ ସଫା ରହିବ ।

ସେଓ ଜୁସ ର ବ୍ୟବହାର

ସେଓ ର ଜୁସ କୁ ମାଢ଼ିରେ ବ୍ୟବହାର କଲେ ଦାନ୍ତ ସଫା ହେବା ସହିତ ମଝବୁତ ହୋଇଥାଏ ।ଏହି ରସ ଦାନ୍ତ ର ପିଏଚକୁ ସନ୍ତୁଳିତ ରଖିବା ସହ ବ୍ୟାକ୍ଟେରିଆ ମାରିବାରେ ସାହାର୍ଯ୍ୟ କରିଥାଏ । ସେଓ ର ରସକୁ ବ୍ୟବହାର କରିବା ଦ୍ୱାରା ଦାନ୍ତ ସଫା ରହିବା ସହିତ ଏହାର ହଳଦିଆ ରଙ୍ଗ ଦୂର ହୋଇଥାଏ ।

ନଡ଼ିଆ ତେଲ
ନଡ଼ିଆ ତେଲ ମଧ୍ୟ ଦାନ୍ତ ପାଇଁ ବହୁତ ଲାଭ ହୋଇଥାଏ । ଏଥିପାଇଁ ଆପଣଙ୍କ ପାଟିରେ ଅଳ୍ପ ନଡ଼ିଆ ତେଲ ନେଇ ତାକୁ ସେମିତି ହିଁ ମୁହଁରେ 15 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ନିଜ ପାଟିକୁ ଏହି ତେଲ ସହିତ୍ ଘସନ୍ତୁ ଓ ଧ୍ୟାନ ରଖିବେ କି ତେଲ ଯେମିତି ଆପଣଙ୍କ ଦାନ୍ତର ସବୁ ଭାଗରେ ଛୁଇଁବ । ପୁଣି କାଢି ଦିଅନ୍ତୁ ଓ ପାଣି ଦ୍ଵାରା ନିଜ ପାଟିକୁ ଧୋଇ ଦିଅନ୍ତୁ । ନଡ଼ିଆ ତେଲ ଗୋଟେ ଅର୍ଗାନିକ୍ ଓ ନେଚୁରାଲ ଟିଥ ହ୍ଵାଇଟନର ଅଟେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button