ଦେଶ- ବିଦେଶ

୫ଟି କଥା ଯାହା ବ୍ୟକ୍ତିକୁ ବିନା ନିଆଁରେ ହିଁ ଜଳାଇ ଦେଇଥାଏ, ଏହିସବୁ କଥାକୁ ସାହି ପାରିନଥାନ୍ତି ଲୋକେ

କହିବାକୁ ଗଲେ ପୂର୍ବ ସମୟରେ ଆଚାର୍ଯ୍ୟ ଚାଣକ୍ୟ ପାଟଳୀପୁତ୍ର ର ମହାନ ବିଦ୍ୱାନ ଥିଲେ । ସେ ଏକ ବୃହତ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ବି ଏକ ସାଧାରଣ କୁଟିଆରେ ରହିବାକୁ ପସନ୍ଦ କରୁଥିଲେ । ଏହା ସହିତ ସେ ଏକ ସରଳ ଓ ସାଧାରଣ ଜୀବନ ଉପରେ ଅଧିକ ବିଶ୍ଵାସ କରୁଥିଲେ । ଆଚାର୍ଯ୍ୟ ଚାଣକ୍ୟ ଏକ ଲୋକପ୍ରିୟ ଶିକ୍ଷକ, ଦାର୍ଶନିକ, ଅର୍ଥଶାସ୍ତ୍ରୀ, ନ୍ୟାୟ ବିଚାରୀ ଓ ରାଜାଙ୍କ ସଲାହକାର ରୂପରେ ପୁରା ଭାରତବର୍ଷରେ ପରିଚିତ ଅଟନ୍ତି ।

ଚାଣକ୍ୟ ନିଜ ଜୀବନରେ ମିଳିଥିବା କିଛି ଅନୁଭବକୁ ଗୋଟିଏ ବହି ‘ଚାଣକ୍ୟ ନୀତି’ରେ ସ୍ଥାନ ଦେଇଛନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ମନୁଷ୍ୟଙ୍କ ପାଇଁ କେତେକ ନୀତି ଉଲ୍ଲେଖ କରାଯାଇଛି । ଯଦି ମନୁଷ୍ୟ ନିଜ ଜୀବନ କାଳରେ ଏହି ନୀତି ଗୁଡିକ ଅନୁସରଣ କରିବ ତେବେ ତାହାର ଜୀବନ ସୁଖମୟ ହୋଇଯିବ । ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟଙ୍କ ଶ୍ଳୋକ ମଧ୍ୟରୁ ଗୋଟିଏ ଶ୍ଳୋକ ବିଷୟରେ କହିବାକୁ ଯାଉଛୁ । ଏହି ଶ୍ଳୋକ ଅନୁସାରେ ମନୁଷ୍ୟ ବିନା ନିଆଁରେ ହିଁ ଜଳି ଥାଏ, କଣ ଅଟେ ଏହି ଶ୍ଳୋକ, ଆସନ୍ତୁ ଜାଣିବା ।

କାନ୍ତାବିୟୋଗ ସ୍ୱଜନାପମାନୋ ଋଣସ୍ୟ ଶେଷଃ କୁନୃପସ୍ୟ ସେବା ।

ଦରିଦ୍ରଭାବୋ ବିଷୟା ସଭା ଚ ବିନାଗ୍ନିମେତେ ପ୍ରଦହନ୍ତି କାୟମ୍ ।।

ଏହି ଶ୍ଳୋକରେ ଆଚାର୍ଯ୍ୟ କହିଛନ୍ତି କି ସ୍ଵାମୀର ସ୍ତ୍ରୀ ଠାରୁ ବିୟୋଗ, ସମ୍ପର୍କୀୟଙ୍କ ଠାରୁ ଅପମାନିତ ହେବା, କରଜ ନ ସୁଝିବା, ଦୁଷ୍ଟ ରାଜାର ସେବା କରିବା ଓ ଦରିଦ୍ର ଓ ଧୂର୍ତ ଲୋକମାନଙ୍କ ସଭା ମନୁଷ୍ୟକୁ ବିନା ନିଆଁରେ ହିଁ ଜଳାଇ ଦେବାର କାମ କରିଥାଏ । ଏହି ଶ୍ଳୋକ ଦ୍ଵାରା ଚାଣକ୍ୟ ଏହା କହିବାକୁ ଚେଷ୍ଟା କରିଛନ୍ତି କି ଏହି କଥା ମନୁଷ୍ୟକୁ ସର୍ବଦା ଭିତରୁ ଜାଳି ଦେଇଥାଏ । କେବଳ ପାର୍ଥକ୍ୟ ଏହା ଅଟେ କି ଏହି ଜଳିବାକୁ କେହି ଦେଖି ପାରନ୍ତି ନାହିଁ ।

ସ୍ଵାମୀ ସ୍ତ୍ରୀ ଠାରୁ ବିୟୋଗ

ଚାଣକ୍ୟ କୁହନ୍ତି କି ଯଦି ସ୍ଵାମୀ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଉଛନ୍ତି । କିନ୍ତୁ ସେମାନଙ୍କୁ କିଛି କାରଣରୁ ଅଲଗା ହେବାକୁ ପଡୁଛି ତେବେ ଏହା ତାଙ୍କ ପାଇଁ ନିଆଁରେ ଜଳିବା ସଙ୍ଗେ ସମାନ ହୋଇଥାଏ । ସ୍ଵାମୀ ସ୍ତ୍ରୀ ପରସ୍ପରର ବିୟୋଗକୁ ସହି ପାରନ୍ତି ନାହିଁ । ଭିତରୁ ଭିତରୁ ଜଳିଥାନ୍ତି ।

ନିଜ ଲୋକଙ୍କ ଠାରୁ ଅପମାନିତ ହେବା

ଏହା ସହିତ ଚାଣକ୍ୟ ଏହା ବି କୁହନ୍ତି କି ଯଦି ବ୍ୟକ୍ତି ନିଜର ପରିବାରର ହିଁ କୌଣସି ସଦସ୍ୟ ଠାରୁ ଅପମାନିତ ହୋଇ ଯାଉଛି କିମ୍ବା ସମ୍ପର୍କୀୟ ଲୋକମାନେ ତାହାର ଘର ଲୋକମାନଙ୍କୁ ବେଜିତ କରୁଛନ୍ତି, ତେବେ ସେହି ବ୍ୟକ୍ତି ପାଇଁ ଏହା ନିଆଁରେ ଜଳିବା ସଙ୍ଗେ ସମାନ ହୋଇଥାଏ । ଏହି ଲୋକମାନେ ଜୀବିତ ତ ଥାନ୍ତି କିନ୍ତୁ ତାଙ୍କର ଆତ୍ମା ମରିଯାଏ ।

କରଜ ନ ସୁଝିବା

ଚାଣକ୍ୟ କୁହନ୍ତି କି କୌଣସି ବି ବ୍ୟକ୍ତି ଠାରୁ ସହଜରେ କରଜ ତ ମିଳିଯିବ, କିନ୍ତୁ ସେହି ବ୍ୟକ୍ତି ସଠିକ ସମୟରେ ସେହି କରଜକୁ ସୁଝିବାର ଅଛି, ନଚେତ ସେହି କରଜ ଦିନକୁ ଦିନ ବଢିବାରେ ଲାଗେ ଓ ଶେଷରେ ବ୍ୟକ୍ତି ଜଣକ ସେହି କରଜକୁ ସୁଝିବାରେ ଅସମର୍ଥ ହୋଇଯାଏ । ଏମିତିରେ ସେ ନିଆଁରେ ଜଳିବା ସଙ୍ଗେ ସମାନ ହୋଇଯାଏ ।

ଦୁଷ୍ଟ ରାଜାର ସେବା

Image courtesy: Google

ଦୁଷ୍ଟ ରାଜାର କଥା ମାନୁଥିବା ଲୋକମାନେ ବି ଭିତରେ ଭିତରେ ଜଳୁଥାନ୍ତି । ଏହି ଅବସ୍ଥାରେ ସେମାନେ ନିଜ ଇଚ୍ଛାର ବିପରୀତ କାମ କରିଥାନ୍ତି ଓ ନିଜକୁ ଗାଳି ଦେଉଥାନ୍ତି । ଏମାନେ ଇଚ୍ଛା ନ ଥିବା ସତ୍ତ୍ୱେ ବି ବଡ ଲୋକମାନଙ୍କ ହଁ ରେ ହଁ କହିଥାନ୍ତି ।

ଦରିଦ୍ର ଓ ଧୂର୍ତ ଲୋକମାନଙ୍କ ସଭା

ସେହିଭଳି ଦରିଦ୍ର ଓ ଧୂର୍ତ ଲୋକମାନଙ୍କ ସଭାରେ ଭାଗ ନେଉଥିବା ଲୋକମାନେ ବି ଭିତରୁ ଚିନ୍ତିତ ରହିଥାଏ । ସେମାନେ ବାଧ୍ୟରେ ଏହିଭଳି ସଭାର ଅଂଶ ହୋଇଥାନ୍ତି ଓ ଏହି କଥା ସେମାନଙ୍କୁ ଦୁବିଧାରେ ପକାଇ ଥାଏ । ଏମିତିରେ ସେ କାହାକୁ କିଛି କହି ପାରେ ନାହିଁ କିନ୍ତୁ ଭିତରୁ ଭିତରୁ ଜଳୁଥାଏ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button