ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ, ଜାଣନ୍ତୁ ପୂଜା ବିଧି

ନବରାତ୍ରିର ଆଜି ସପ୍ତମ ଦିନ । ଆଜି ମା’ କାଳରାତ୍ରିଙ୍କ ପୂଜା କରାଯାଏ । ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱରୂପ । ମା’ଙ୍କ ଏହି ରୂପ ବହୁତ ଭୟଙ୍କର ହୋଇଥାଏ । ମା’ ଏହି ବେଶରେ କଳା ରଙ୍ଗର ରୂପ ଧାରଣ କରିବା ସହିତ ତିନି ନେତ୍ର ଧାରଣ କରିଥାନ୍ତି । ମା’ କାଳରାତ୍ରିଙ୍କ ଗଳାରେ ବୁଦ୍ୟତ୍ର ଅଦ୍ଭୁତ ମାଳା ରହିଥାଏ । ତାଙ୍କ ହାତରେ ଖଡଗ ଏବଂ ଖଣ୍ଡା ସହିତ ବାହନ ଗଧ ରହିଥାଏ । ମା’ ଭକ୍ତଙ୍କୁ ସବୁବେଳେ କଲ୍ୟାଣ କରିଥାନ୍ତି । ଏଥିପାଇଁ ମା’କୁ ଶୁଭଙ୍କରୀ ମଧ୍ୟ କୁହାଯାଏ ।
ମା’ଙ୍କ ଉପାସନାରୁ କ’ଣ ମିଳେ ଲାଭ:
ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ମା’ କଳାରାତ୍ରିଙ୍କ ଉପାସନା ଅତ୍ୟନ୍ତ ଶୁଭ ହୋଇଥାଏ । ମା’ଙ୍କ ଉପାସନାରୁ ଭୟ, ଦୁର୍ଘଟଣା ଏବଂ ରୋଗ ସବୁକିଛି ନାଶ ହୋଇଥାଏ । ମା’ଙ୍କ ଉପାସନାରୁ ନକରାତ୍ମକ ଉର୍ଜାର କୌଣସି ପ୍ରଭାବ ପଡେନାହିଁ । ଜ୍ୟୋତିଷ ଶାସ୍ତ୍ରରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।
ଏମିତି କରନ୍ତୁ ପୂଜା :
ମାଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ । ମା’ଙ୍କୁ ଲାଲ ରଙ୍ଗର ଫୁଲ, ଗୁଡ ଭୋଗ ଲଗାନ୍ତୁ । ମା’ଙ୍କ ମନ୍ତ୍ର ଜପ କରନ୍ତୁ । ଭୋଗ ଲଗାଇଥିବା ଗୁଡର ଅଧାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ଆଉ ଅଧାଗୁଡିକୁ କୌଣସି ବ୍ରାହ୍ମଣକୁ ଦାନ କରନ୍ତୁ । କଳା ରଙ୍ଗର ବସ୍ତ୍ର ଧାରଣ କରି କାହାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ପୂଜା କରନ୍ତୁ ନାହିଁ ।
ଧଳା କିମ୍ବା ଲାଲ ରଙ୍ଗର ବସ୍ତ୍ର ଧାରଣ କରି ରାତ୍ରିରେ ମା’ କାଳରାତ୍ରିଙ୍କ ପୂଜା କରନ୍ତୁ । ମା’ଙ୍କ ସମକ୍ଷରେ ଦୀପ ଲଗାନ୍ତୁ । ୧୦୮ ଥର ନବାର୍ନ ମନ୍ତ୍ର ପଢନ୍ତୁ ଏବଂ ଏକ ଗୋଟେ ଗୋଟ ଲବଙ୍ଗ ଅର୍ପଣ କରନ୍ତୁ । ନବାର୍ନ ମନ୍ତ୍ର –‘ଏଁ ହ୍ରୀ କ୍ଲୀଂ ଚାମୁଣ୍ଡାୟେ ବିଚେ’ ଉଚ୍ଚାରଣ କରି ୧୦୮ଟି ଲବଙ୍ଗର ନିଆଁରେ ଅର୍ପଣ କରନ୍ତୁ । ଆପଣଙ୍କ ବିରୋଧୀ ଏବଂ ଶତ୍ରୁ ଶାନ୍ତ ହେବେ ।




