ରାଜ୍ୟ

ମା କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭବ୍ୟ ଏବଂ ଦିବ୍ୟ, ପୂଜା କଲେ ଦୂର ହେବ ବିବାହ ବାଧା

ନବରାତ୍ରୀର ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମାଁ କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ମା’ ବହୁତ ଗୁଣବତୀ । ମା କାତ୍ୟାୟନୀ ଅମୋଘ ଫଳଦାୟିନୀ । ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି ।

ମାତାଙ୍କ ସ୍ୱରୂପ

ମା କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭବ୍ୟ ଏବଂ ଦିବ୍ୟ । ମା କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି । ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା । ମା’ଙ୍କ କାତ୍ୟାୟନୀଙ୍କ ବାହାନ ହେଉଛନ୍ତି ସିଂହ ।

ମା କାତ୍ୟାୟନୀଙ୍କ ପୌରାଣିକ କଥା

ମା ଦୁର୍ଗାଙ୍କ ଏହି ସ୍ୱରୂପର ପ୍ରାଚୀନ କଥା ଅନୁଯାୟୀ, ଏକ ପ୍ରସିଦ୍ଧ ମହର୍ଷି, ଯାହାଙ୍କ ନାମ କାତ୍ୟାୟନୀ ରହିଥିଲ । ମହର୍ଷି ଜଗଦମ୍ବାଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ହଜାର ବର୍ଷ କଠିନ ତପସ୍ୟା ପରେ ପଶ୍ଚାତ୍ ମହର୍ଷି କାତ୍ୟାୟନୀଙ୍କ ଏଠାରେ ଦେବୀ ଜଗଦମ୍ବା ପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ କାତ୍ୟାୟନୀ କୁହାଯାଇଥିଲା । ଯୋଗ ସାଧନାରେ ଏହି ଆଜ୍ଞା ଚକ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । ଏହି ଦିନ ଜାତକର ମନ ଆଜ୍ଞା ଚକ୍ରରେ ସ୍ଥିତି ହେବା କାରଣରୁ ମା କାତ୍ୟାୟନୀଙ୍କ ସାଧାରଣ ରୂପରେ ଦର୍ଶନ ପ୍ରାପ୍ତ ହୋଇଥାଏ । ସାଧକ ଏହି ଲୋକରେ ରହିବା ସହ ଅଲୌକିକ ତେଜ ସହ ଯୋଡି ହୋଇ ରହିଥାନ୍ତି ।

କାତ୍ୟାୟନୀ ଦେବୀ ପୂଜାର ମହାଉପାୟ

ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ । ଆଜିର ଦିନରେ ମା କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମା ଉତ୍ତମ ଫଳ ପ୍ରଦାନ କରିଥାନ୍ତି ।

ମା କାତ୍ୟାୟନୀଙ୍କ ପୂଜା ବିଧି

ନବରାତ୍ରୀର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମା କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ । ଏହାପରେ କଳସ ଆଦି ପୂଜନ କରିବା ପରେ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ । ଏଥିସହ ପୂଜା ପରେ ମା କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ । ଏସବୁ ପରେ ମାଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button