ଦେଶ- ବିଦେଶ

ନିଷ୍ପାପ ପିଲାର ମହାନ୍ ବୁଦ୍ଧି, ହନୁମାନଙ୍କ ମୂର୍ତ୍ତି ଧରି କ୍ଷତ ଜାଗାରେ ଲଗାଇଦେଉଛି ଔଷଧ

ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ଜିନିଷ ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଗୋଟିଏ ନିଷ୍ପାପ ଶିଶୁର ଭଗବାନଙ୍କ ପ୍ରତି ଥିବା ଭଲପାଇବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଯାହା ଦେଖିବା  ସମସ୍ତଙ୍କ ହୃଦୟକୁ ଛୁଇଁଛି । ଯାହାର ଭିଡିଓ ଦ୍ରୁତ ଗତିରେ ଭାଇରଲ ହେଉଛି ।

ଭିଡିଓରେ ନିଷ୍ପାପ ଛୋଟ ପିଲା ହନୁମାନଙ୍କ ମୂର୍ତ୍ତି ଧରି ତାଙ୍କ ଘରର ହଲ ଭିତରରେ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ତା’ର ମା’ ତାଙ୍କୁ ଏପରି ନକରିବାକୁ ମନା କରିଥିଲେ । ହେଲେ ପିଲାଟି ମୂର୍ତ୍ତି ନଥୋଇ ଜିଦ୍ କରିବାକୁ ଆରମ୍ଭ କରିବା ସହ କାନ୍ଦିବାକୁ ଲାଗିଥିଲା । ଏହାପରେ ପିଲାଟି ମୂର୍ତ୍ତିକୁ ସୋଫା ଉପରେ ରଖି ବାରମ୍ବାର ବାରମ୍ବାର ଗେଲ କରିବାକୁ ଲାଗିଥିଲା । ଯେଉଁଥିରେ ପିଲାଟିର ଭଗବାନଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲପାଇବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଯାହା ସମସ୍ତଙ୍କୁ କିଛି ମୁହୂର୍ତ୍ତରେ ଭାବପ୍ରବଣ କରିଦେଇଥିଲା  । ଭଗବାନ ଆହତ ଅଛନ୍ତି ବୋଲି ପିଲାଟିର ମା’ ତାକୁ ବୁଝାଇଥିଲେ । ପିଲାଟି କେବଳ ଏତିକିରେ ଅଟକି ନଥିଲା । ବରଂ ତାଙ୍କ ମା’ଙ୍କଠାରୁ ଏପରି ଶୁଣିବା ମାତ୍ରେ ତୁରନ୍ତ ରୁମ୍ ଭିତରକୁ ଯାଇ ଔଷଧ ଆଣିଥିଲା । ଏହା ସହିତ ସେ ମୂର୍ତ୍ତିରେ ଲଗାଇବା ଆରମ୍ଭ କରିଥିଲା । ଭଗବାନଙ୍କ ପାଇଁ ପିଲାଟିର ମନରେ ଥିବା ଭକ୍ତି ସ୍ପଷ୍ଟ ଭାବେ ନଜର ଆସିଥିଲା । ଯାହା ଭାଇରଲ ହେବା ପରେ ଲୋକମାନେ କମେଣ୍ଟ କରୁଛନ୍ତି ।

ଏହି ଭିଡିଓଟି YUVAAN SHARMA ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଜଣାପଡିଛି । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ଅନେକ ଲୋକମାନେ ପିଲାଟିକୁ ଖୁବ୍ ଆଶୀର୍ବାଦ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button