ରାଜ୍ୟ

ପ୍ରତ୍ୟକ ଦିନ କରନ୍ତୁ ଏହି ୩ଟି ସରଳ କାମ – ଘରେ ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ । ଫ୍ରେଣ୍ଡ୍ସ ଧନୀ ହେବକୁ କିଏ ବା ନ ଚାହେଁ । ତେବେ କିଏ ଜନ୍ମରୁ ଧନୀ ତ କିଏ ପରିଶ୍ରମ କରି ଧନୀ ହୋଇଥାଏ । ମଣିଷ ଭଲରେ ଓ ସୁଖରେ ରହିବା ପାଇଁ ଅର୍ଥର ଆବଶ୍ୟକତା ରହିକିହ । ସମସ୍ତେ ଚାହାଁନ୍ତି ଭଲ ଖାଇବେ, ଭଲ ପିନ୍ଧିବେ ଏବଂ ଭଲ ଲଗେଇବେ । କିନ୍ତୁ ଯଦି ଧନର ଅଭାବ ଥାଏ ତେବେ ଏହି ସବୁ ସମ୍ଭବ ହୋଇପାରେ ନାହିଁ । କିଛି ଲୋକ ସତ ଚେଷ୍ଟା କରିବା ପରେ ବି ଠିକ୍ ଭାବରେ ଧନ ଉପାର୍ଜନ କରିପାରନ୍ତି ନାହିଁ । ଯାହା ଫଳରେ ଘରେ ଅଶାନ୍ତି, ଅସନ୍ତୋଷ ଦେଖା ଦିଏ ଏବଂ ଆର୍ଥିକ ଅନାଟନ ଦେଖାଦିଏ । ସେଥିପାଇଁ ବନ୍ଧୁଗଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାର ଏକ ବହୁତ ସୁନ୍ଦର ସମାଧାନ ଆଣିଛୁ । ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ଏହି ଉପାୟ କରି ସବୁଦିନ ପାଇଁ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ।

ତେବେ  ଆପଣ ଏହି ୩ନୋଟି କାମ କରିଲେ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂରେଇଯିବ

୧) ପ୍ରଥମ ଉପାୟଟି ହେଲା, ପ୍ରାତଃରେ ନିଦରୁ ଉଠି ପ୍ରଥମେ ନିଜର ଦୁଇହାତ ପାପୁଲିକୁ ଦେଖନ୍ତୁ । କାହିଁକି ନା ଅଧୁଆ ମୁହଁରେ ପାପୁଲି ଦର୍ଶନ କଲେ, ପ୍ରଭୁ ବିଷ୍ଣୁ, ମା ଲକ୍ଷ୍ମୀ ତଥା ମା ସରସ୍ଵତୀ ଙ୍କର ଆଶିଷ ପ୍ରାପ୍ତ ହୋଇଥାଏ । ଯେଉଁ ହାତରେ କାମ କରି ଆମେ ଦୁଇ ପଇସା ଅନୁଛେ ସେହି ହାତକୁ ଚାହିଁ ଇଶ୍ଵରଙ୍କର ସ୍ମରଣ କରିଲେ ଆପଣଙ୍କର ଧନ ଉପାର୍ଜନର ବାଟ ଖୋଲିବ । ଅଭାବ ଅନାଟନ ଦୂର ହେବ । ଏବଂ ଜୀବନରେ କେବେ ଧନ ସମ୍ବନ୍ଧିତ ସମସ୍ୟା ଦେଖାଦେବ ନାହିଁ ।

୨) ଏହା ପରେ ଯେତେବେଳେ ଶଯ୍ୟା ତ୍ୟାଗ କରିବେ ତା ପୂର୍ବରୁ ତଳେ ପାଦ ରଖିବା ଆଗରୁ ପ୍ରଥମେ ଧରିତ୍ରି ମାତାଙ୍କୁ ପ୍ରଣାମ କରିବେ ଏବଂ ତା ସହ କ୍ଷମା ମଧ୍ୟ ମାଗିବେ । କାହିଁକି ନା ମା ବସୁଧା ହେଉଛି ସର୍ବଂସହା ମା, ଆମର ଜନନୀ । ପ୍ରତ୍ୟକ କ୍ଷେତ୍ରରେ ଆମକୁ ତାର ଆବଶ୍ୟକତା ରହିଛି କିନ୍ତୁ ଆମେ ସେହି ମାଆ କୁ କେତେ ହତାଦର କରୁଚେ । କେତେ ଆଘାତ ଦେଉଛେ । ସେଥିପାଇଁ ଶଯ୍ୟା ତ୍ୟାଗ କରି ଭୂମିରେ ପଦ ସ୍ପର୍ଶ କରିବା ଆଗରୁ ବସୁଧାକୁ ପ୍ରଣାମ କରି କ୍ଷମା ପାର୍ଥନା ନିଶ୍ଚୟ କରିବେ ।

୩) ଆମ ହିନ୍ଧୁ ଧର୍ମରେ ୩୩କୋଟି ଦେବା ଦେବୀ ଅଛନ୍ତି । କିନ୍ତୁ ଆମେ ଆମର ବ୍ୟସ୍ତ ବହୁଳ ଜୀବନରେ କେବେବି ସେହି ଭଗବାନ ବା ଇଶ୍ଵର ଯିଏ ଏହି ସୃଷ୍ଟିର କର୍ତ୍ତା ତାଙ୍କୁ ସ୍ମରଣ କରୁ ନେ । ଏତେ ସବୁ ଦେବା ଦେବୀଙ୍କୁ ପୂଜା କରିବା ଜେନ ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ କିନ୍ତୁ ଯେଉଁ ଭଗବାନ ବା ଦେବା ଦେବୀ ଉପରେ ଆପଣଙ୍କର ବିଶ୍ବାସ ଅଛି, ମନରେ ଭକ୍ତି ଅଛି ସେହି ଦେବା ଦେବୀ ମନ୍ଦିରକୁ ପ୍ରତ୍ୟକ ଦିନ ନିଶ୍ଚୟ ଯାଆନ୍ତୁ । ନିଜ ମନରେ ଥିବା ସମସ୍ତ କଥା ଭଗବାନଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ । ଈଶ୍ଵରଙ୍କୁ ନିଜର ସାଥି ଭାବି ନିଜର ସବୁ ଦୁଃଖ କଷ୍ଟ ଇଛା ଆଦି ସମର୍ପଣ କରନ୍ତ ।

ତେବେ ବନ୍ଧୁଗଣ ଏହିଭଳି ସହଜ ସରଲ ଉପାୟ ଗୁଡିକ କରି ଆପଣ ନିଜ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟକୁ ଦୂର କରି ପାରିବେ । କେବଳ ଭଗବାନଙ୍କର ଶରଣାପନ୍ନ ହୋଇଯାଆନ୍ତୁ, ଦେଖିବେ ଆପଣଙ୍କ ଭାଗ୍ୟ କେମିତି ଚମକି ଉଠିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button